ଆତଙ୍କବାଦୀ କାର୍ଯ୍ୟ କରୁଛି ରୁଷିଆ

କିଭ୍‌, ୬ା୪: ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ୪୧ ଦିନ ପୂରିଥିବାବେଳେ ବୁଚା ଗଣହତ୍ୟାକୁ ନେଇ ସାରା ବିଶ୍ୱରେ ଉଦ୍‌ବେଗ ପ୍ରକାଶ ପାଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଯୁଦ୍ଧ ଅପରାଧ କରିଥିବା କହି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଙ୍ଗଳବାର ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)କୁ ସମ୍ବୋଧନ କରିଛନ୍ତି। ଜେଲେନ୍‌ସ୍କି କହିଛନ୍ତି, ୟୁକ୍ରେନ୍‌ରେ ବୁଚା ଭଳି ଦୃଶ୍ୟ ଆହୁରି ମିଳିବ। ରୁଷୀୟ ସୈନ୍ୟ ନିଜ ଆନନ୍ଦ ପାଇଁ ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି। ସେମାନଙ୍କ ଗୋଡ଼ ହାତ ବାନ୍ଧି ରାସ୍ତାରେ ଗୁଳି କରୁଛନ୍ତି। ଘରେ ପଶି ସମ୍ପୂର୍ଣ୍ଣ ପରିବାରକୁ ମାରିବା ସହ ସେମାନଙ୍କୁ କୂଅରେ ଫିଙ୍ଗି ଦେଉଛନ୍ତି, ଲୋକଙ୍କ ଉପରେ ଟ୍ୟାଙ୍କ ଚଢ଼ାଇ ଦେଉଛନ୍ତି। ରୁଷୀୟ ସୈନ୍ୟଙ୍କ କାମ ଆତଙ୍କବାଦୀ ଗୋଷ୍ଠୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌(ଆଇଏସ୍‌)ଠାରୁ କମ୍‌ ନୁହେଁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ସବୁଠୁ ବଡ଼ ଯୁଦ୍ଧ ଅପରାଧ। ୟୁକ୍ରେନ୍‌ ବ୍ୟତୀତ ଅନ୍ୟ ଦେଶରେ ମଧ୍ୟ ପୁଟିନ୍‌ ନିଜ ଘୃଣା, ହିଂସା ମନୋଭାବ ବିସ୍ତାର କରିବାକୁ ଚାହୁଁଛନ୍ତି। ତେଣୁ ସୁରକ୍ଷା ପରିଷଦ କେତେବେଳେ ସୁରକ୍ଷା ଯୋଗାଇବ ବୋଲି ଜେଲେନ୍‌ସ୍କି ପ୍ରଶ୍ନ କରିଛନ୍ତି। କେଉଁଠି ଶାନ୍ତି ଅଛି। ଜାତିସଂଘ ଦେଇଥିବା ସେହି ଗ୍ୟାରେଣ୍ଟିର କ’ଣ ହେଲା ବୋଲି ସେ ୟୁଏନ୍‌ଏସ୍‌ସିରେ ସମସ୍ତ ସଦସ୍ୟଙ୍କୁ ପଚାରିଛନ୍ତି। ରୁଷୀୟ ସୈନ୍ୟ ୟୁକ୍ରେନ୍‌ର ଅନ୍ୟ ଅଞ୍ଚଳରେ ବୁଚା ଭଳି ନରସଂହାର ସହ ଆହୁରି ଅଧିକ ଲୋମହର୍ଷଣକାରୀ ଘଟଣା ଘଟାଇବାକୁ ଯାଉଛନ୍ତି। ତେଣୁ ରୁଷିଆକୁ ରୋକିବାକୁ ହେବ ବୋଲି ସେ ଆହ୍ବାନ ଦେଇଛନ୍ତି। ସେହିଭଳି ବୁଚା ଦୃଶ୍ୟକୁ କେବେ ଭୁଲିପାରିବେ ନାହିଁ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ କହିଛନ୍ତି। ଅନ୍ୟପକ୍ଷରେ ମାରିଉପୋଲରେ ରୁଷିଆ ହତ୍ୟା କରିଥିବା ସାଧାରଣ ନାଗରିକଙ୍କ ମୃତଦେହକୁ ଏକାଠି କରି ୟୁକ୍ରେନ୍‌ ସୈନ୍ୟଙ୍କ ଉପରେ ଦୋଷ ଲଦିବାକୁ ଯୋଜନା କରିଥିବା ଦେଶର ସିକ୍ୟୁରିଟି ସର୍ଭିସ୍‌ ଏସ୍‌ବିୟୁ କହିଛି। ବିଶ୍ୱର ନଜର ନିଜ ଉପରୁ ହଟାଇବା ପାଇଁ ରୁଷିଆ ଏଭଳି ପ୍ଲାନ୍‌ ପ୍ରସ୍ତୁତ କରିଥିବା ଏସ୍‌ବିୟୁ ପକ୍ଷରୁ ଏକ ଟୁଇଟ୍‌ କରାଯାଇଛି।
ପୂର୍ବ ୟୁକ୍ରେନ୍‌କୁ ରୁଷିଆ ଟାର୍ଗେଟ କରିଥିବାବେଳେ ଡୋନ୍‌ବାସ୍‌ ଅଞ୍ଚଳକୁ ଏହା ସମ୍ପୂର୍ଣ୍ଣ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଥିବା ନାଟୋ ମହାସଚିବ ଜେନ୍ସ ଷ୍ଟୋଲେନବର୍ଗ କହିଛନ୍ତି। ନାଟୋ ସହଯୋଗୀମାନେ ୟୁକ୍ରେନ୍‌କୁ ଅଧିକ ସାମରିକ ସହାୟତା ଯୋଗାଇବେ ବୋଲି ସେ ପ୍ରକାଶ କରିଛନ୍ତି। ପୁଟିନ୍‌ ଯୁଦ୍ଧ ଅପରାଧ ଟ୍ରାଏଲର ସମ୍ମୁଖୀନ ହେବା ଉଚିତ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସୋମବାର କହିଥିବାବେଳେ ଏହା ସ୍ବୀକାରଯୋଗ୍ୟ ନୁହେଁ ବୋଲି କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଛି। ଯୁଦ୍ଧରେ ୧୮,୫୦୦ ରୁଷୀୟ ସୈନ୍ୟ ନିହତ ହୋଇଥିବା ୟୁକ୍ରେନ୍‌ ଆର୍ମଡ ଫୋର୍ସର ଜେନେରାଲ ଷ୍ଟାଫ୍‌ ଏକ ଫେସ୍‌ବୁକ୍‌ ପୋଷ୍ଟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

‘ଜମ୍ମୁ କଶ୍ମୀର-ଲଦାଖ ଆମର’: ନୂଆ UN ମାନଚିତ୍ର ପ୍ରତି ଭାରତର ପ୍ରତିକ୍ରିୟା ପାକିସ୍ତାନକୁ ବିଚଳିତ କରିବ

ନୂଆଦିଲ୍ଲୀ,୬।୯: ଭାରତ ଜାତିସଂଘ ବା UN ସାଧାରଣ ସଭାର ପ୍ରସ୍ତାବ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି ଯାହା ଶୀର୍ଷକ ‘ମାନଚିତ୍ର ସଂଶୋଧନ କରନ୍ତୁ’। ବୈଦେଶିକ ମନ୍ତ୍ରଣାଳୟର…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ଅରୁଣାଚଳରେ ପ୍ରଥମ ପ୍ରମୁଖ ଭାରତ-ଚାଇନା କୋର କମାଣ୍ଡରସ୍ତରୀୟ ବୈଠକ; ଜାଣନ୍ତୁ କ’ଣ ରହିଛି ଏଜେଣ୍ଡା

ନୂଆଦିଲ୍ଲୀ,୬।୯: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚାଇନା କୋର କମାଣ୍ଡରମାନଙ୍କ ମଧ୍ୟରେ ଏକ ପ୍ରମୁଖ ସୀମା କର୍ମଚାରୀ ବୈଠକ (BPM) ଅନୁଷ୍ଠିତ ହେବାକୁ ଯାଉଛି। ରବିବାର (ସେପ୍ଟେମ୍ବର…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri