ୟୁକ୍ରେନ ଉପରେ ଆକ୍ରମଣ କରି ଲାଭବାନ ହୋଇଛି ରୁଷିଆ: ପୁଟିନ

ମସ୍କୋ,୭।୯: ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ୬ ମାସରୁ ଅଧିକ ସମୟ ବିତିଗଲାଣି। ଏଥି ସହିତ ପାଶ୍ଚାତ୍ୟ ଦେଶମାନେ ମଧ୍ୟ ରୁଷିଆ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି। ଏହା ସତ୍ତ୍ୱେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି,ଏହି ଯୁଦ୍ଧ ଦ୍ୱାରା ତାଙ୍କ ଦେଶର କୌଣସି କ୍ଷତି ହୋଇନାହିଁ ବରଂ ଲାଭବାନ ହୋଇଛି। ଏହାଦ୍ୱାରା ବିଶ୍ୱ ଉପରେ ରୁଷିଆର ଆଧିପତ୍ୟ ବୃଦ୍ଧି ପାଇବ। ୟୁକ୍ରେନ ବିରୋଧରେ ଏହି ‘ସ୍ବତନ୍ତ୍ର ସାମରିକ ଅପରେଶନ’ ସୋଭିଏତ୍‌ ସଂଘର ବିଲୋପ ପରେ ଏକ ଟର୍ନି ପଏଣ୍ଟ୍‌। ରୁଷିଆର ଭ୍ଲାଡିଭୋଷ୍ଟୋଭରେ ଇଷ୍ଟର୍ନ ଇକୋନୋମିକ ଫୋରମରେ ପୁଟିନ ଏହା କହିଛନ୍ତି।
ଯଦିଓ ପୁଟିନ ତାଙ୍କ ଭାଷଣରେ ୟୁକ୍ରେନ ବିଷୟରେ ଅଧିକ ଉଲ୍ଲେଖ କରିନାହାଁନ୍ତି। କେବଳ ସେ ଏତିକି କହିଛନ୍ତି, ଏହି ଯୁଦ୍ଧ କେବଳ ଲାଭ ଆଣିଛି, କୌଣସି କ୍ଷତି ହୋଇନାହିଁ। ମୁଖ୍ୟତଃ ଆମର ସାର୍ବଭୌତ୍ୱ ଦୃଢ ହୋଇଛି ଏବଂ ଆମେ ଆହୁରି ଶକ୍ତିଶାଳୀ ହୋଇଛୁ।
ସୂଚନାଯୋଗ୍ୟ, ଗତ ୨୪ ଫେବୃଆରୀରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଏହି ଯୁଦ୍ଧରେ ଉଭୟ ପକ୍ଷର ଅନେକ ସୈନିକ ନିହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫୩ ଗଣମାଧ୍ୟମ ସଂସ୍ଥାରେ ତାଲା

କାବୁଲ,୧୫।୯: ଆଫଗାନିସ୍ତାନ ତାଲିବାନ ଶାସନ ଅଧୀନକୁ ଯିବା ପରେ ସେଠାରେ ମାସକରୁ କମ୍‌ ସମୟ ମଧ୍ୟରେ ୧୫୩ଟି ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଗଲାଣି। ଟୋଲୋ ନ୍ୟୁଜ୍‌...

ରୁଷିଆରେ ଖବରଦାତାଙ୍କ କାର୍ଯ୍ୟ ବନ୍ଦ କଲା ବିବିସି

ଲଣ୍ଡନ,୫।୩ : ରୁଷିଆ ପାର୍ଲାମେଣ୍ଟର ନିମ୍ନ ସଦନ(ଡୁମା) ଶୁକ୍ରବାର ଏକ ନୂଆ ଆଇନ ଅନୁମୋଦନ କରିଛି। ଏଥିରେ ରୁଷିଆ ସଶସ୍ତ୍ର ବାହିନୀ ବିରୋଧରେ ମିଥ୍ୟା ଖବର...

ଜି -୨୦ ବୈଠକ ବେଳେ ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଛି ପାକିସ୍ତାନ

ଇସଲାମାବାଦ,୨୦।୫: ଭାରତ ୨୨ ମେ’ରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ କଶ୍ମୀରର ଶ୍ରୀନଗରରେ ଜି -୨୦ ବୈଠକ ଆୟୋଜନ କରିବାକୁ ଯାଉଛି। ଏଥିପାଇଁ ଭାରତ ପକ୍ଷରୁ...

ମହାରାଣୀଙ୍କ ଅଭିଭାଷଣ ପଢ଼ିଲେ ପ୍ରିନ୍ସ ଚାର୍ଲସ

ଲଣ୍ଡନ, ୧୧ା୫: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ (୯୬) ଚାଲିବାରେ ଅସୁବିଧା ଯୋଗୁ ମଙ୍ଗଳବାର ଆରମ୍ଭ ହୋଇଥିବା ବ୍ରିଟିଶ ପାର୍ଲାମେଣ୍ଟ ଅଧିବେଶନରେ ଉପସ୍ଥିତ ହୋଇପାରିନାହାନ୍ତି। ପରମ୍ପରା...

ପାକିସ୍ତାନରେ ଗୃହଯୁଦ୍ଧ: ଭାରତ ପାଇଁ ସତର୍କ ଘଣ୍ଟି…

ଇସଲାମାବାଦ,୧୦।୫ : ଇମ୍ରାନ ଖାନଙ୍କ ସମର୍ଥକ ଏବଂ ପାକିସ୍ତାନୀ ସେନା ମଧ୍ୟରେ ଗୃହଯୁଦ୍ଧ ଭଳି ପରିସ୍ଥିତି ରହିଛି। ଅନେକ ପାକିସ୍ତାନୀ ବେସକୁ ଇମ୍ରାନ ସମର୍ଥକମାନେ ପୋଡି...

ୟୁକ୍ରେନ-ରୁଷିଆ ସଙ୍କଟକୁ ନେଇ ଯୁଦ୍ଧ ଆଶଙ୍କା କଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ,୧୮ ।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଶଙ୍କା କରିଛନ୍ତି ଯେ ଆଗାମୀ କିଛିଦିନ ମଧ୍ୟରେ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁ୍‌ଦ୍ଧ ହୋଇପାରେ ।...

ସ୍ବଦେଶ ଫେରିଲେ ବ୍ରିଟ୍‌ନି ଗ୍ରାଇନର

ଓ୍ବାଶିଂଟନ/ମସ୍କୋ,୧୦ା୧୨: ରୁଷିଆ ଜେଲରୁ ମୁକୁଳିବା ପରେ ଆମେରିକାର ବାସ୍କେଟବଲ୍‌ ଷ୍ଟାର ବ୍ରିଟ୍‌ନି ଗ୍ରାଇନର ଶୁକ୍ରବାର ସକାଳେ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୧୦ ମାସ ତଳେ ଗ୍ରାଇନରଙ୍କ...

ବାସୋପଯୋଗୀ ଗ୍ରହର ସନ୍ଧାନ କରିବ ବୃହତ୍ତମ ଟେଲିସ୍କୋପ୍‌

ବେଜିଂ: ବିଶ୍ୱର ସର୍ବବୃହତ୍‌ ରେଡିଓ ଟେଲିସ୍କୋପ୍‌ ମହାକାଶରେ ପୃଥିବୀ ଭଳି ଗ୍ରହର ସନ୍ଧାନ କରିବା ସହ ଏଲିଅନ୍‌ଙ୍କ ସଙ୍କେତକୁ ଖୋଜିପାଇବ। ଏହି ସେନ୍‌ସିଟିଭ୍‌ ଟେଲିସ୍କୋପ୍‌ ମହାକାଶରେ...

Advertisement
Archives

Model This Week