Posted inଜାତୀୟ

ଦୋସା ଖାଇ ଟ୍ରୋଲ୍‌ ହେଲେ ଭାଜପା ଏମ୍‌ପି

ବେଙ୍ଗାଲୁରୁ,୭।୯: ପ୍ରବଳ ବର୍ଷା ଯୋଗୁ ଦେଶର ସିଲିକନ ସିଟି ବେଙ୍ଗାଲୁରୁର ଅବସ୍ଥା ବେହାଲ ହୋଇପଡିଛି। ଅନେକ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ଉପୁଜିଛି। ଅନେକ କ୍ୟାମ୍ପସ, ରାସ୍ତା ଇତ୍ୟାଦି ପାଣିରେ ଉବୁଟୁବୁ ହେଉଛି। ଏସବୁ ମଧ୍ୟରେ ବେଙ୍ଗାଲୁରୁ ଦକ୍ଷିଣ ଲୋକ ସଭା ଆସନର ଏମ୍‌ପି ତେଜସ୍ବୀ ସୂର୍ଯ୍ୟାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛ। ଭିଡିଓରେ ସେ ତାଙ୍କ ନିର୍ବାଚନମଣ୍ଡଳୀରେ ଦୋସା ଖାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ପାଇଁ ସୋସିଆଲ ମିଡିଆ ୟୁଜର୍ସ ଏବଂ କଂଗ୍ରେସ ସୂର୍ଯ୍ୟାଙ୍କୁ ସମାଲୋଚନା କରିଛନ୍ତି।
ଏହି ଭିଡିଓ ସମ୍ପର୍କରେ କଂଗ୍ରେସ ସୂର୍ଯ୍ୟାଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛି। କଂଗ୍ରେସର ଜାତୀୟ ସୋସିଆଲ ମିଡିଆ ସଂଯୋଜକ ଲାବନ୍ୟା ବଲାଲ ତାଙ୍କୁ ଟାର୍ଗେଟ କରି କହିଛନ୍ତି,ଏହି ଭିଡିଓ ସେପ୍ଟେମ୍ବର ୫ର କୁହାଯାଉଛି। ବେଙ୍ଗାଲୁରୁ ବୁଡ଼ି ଯାଉଥିବା ବେଳେ ତେଜସ୍ବୀ ସୂର୍ଯ୍ୟା ଦୋସା ଖାଉଛନ୍ତି। ସେ ଗୋଟିଏ ବନ୍ୟା ପ୍ରବଣ ଅଞ୍ଚଳ ପରିଦର୍ଶନ କରିଛନ୍ତି କି ବୋଲି ଲାବନ୍ୟା ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ତେଜସ୍ବୀ ସୂର୍ଯ୍ୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୪୦ ସେକେଣ୍ଡର ଭିଡିଓରେ ଭାଜପା ଯୁବା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତେଜସ୍ବୀ ପଦ୍ମନାଭନଗରର ଏକ ଭୋଜନାଳୟରେ ବଟର ମସାଲା ଦୋସା ଏବଂ ଉପମା ଖାଉଥିବା ଏବଂ ଏହାର ସ୍ବାଦକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛନ୍ତି। କେବଳ ଏତିକି ନୁହେଁ, ଏହି ଭିଡିଓରେ ସେ ଲୋକମାନଙ୍କୁ ଏଠାକୁ ଆସି ଦୋସାକୁ ଖାଇବାକୁ ଅନୁରୋଧ କରିଥିଲେ। ଏହି ଭିଡିଓଟି କେବେ କେବେ ଶୁଟ୍‌ କରାଯାଇଥିଲା ସେ ବିଷୟରେ କୌଣସି ସୂଚନା ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଶିବରାତ୍ରୀ ଅବସରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଲେଖି ଶୁଭେଚ୍ଛା ଜଣାଇଲେ ମୁସଲିମ୍‌ ମହିଳା

ନୂଆଦିଲ୍ଲୀ,୨୧।୨: ସାରା ଦେଶରେ ମହାଶିବରାତ୍ରୀ ପାଳନ କରାଯାଉଛି। ବିଭିନ୍ନ ଶୈବପୀଠରେ ପଞ୍ଚାକ୍ଷରୀ ମନ୍ତ୍ରରେ ଗୁଞ୍ଜରି ଉଠୁଥିବା ବେଳେ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି।...

ମୃତଦେହ ସତ୍କାର ପାଇଁ ୭ ଶ୍ମଶାନ କମ୍‌ ପଡ଼ିଲା, ଶେଷରେ ଖଣିରେ ହେଉଛି ଦାହ

ବେଙ୍ଗାଲୁରୁ,୧୦।୫: ସମଗ୍ର ଦେଶରେ ଏବେ କରୋନା ମହାମାରୀ ତା’ର କାୟା ବିସ୍ତାର କରିଛି। ଏପରିକି ଦେଶର କିଛି ରାଜ୍ୟରେ ମୃତଦେହ ସତ୍କାର କରିବାରୁ ଶ୍ମଶାନରେ ଜାଗା...

ଦ୍ୱିତୀୟ ଲହରରେ କରୋନା ନେଲାଣି ୪୨୦ ଡାକ୍ତରଙ୍କ ଜୀବନ …

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଦ୍ୱିତୀୟ ଲହରରେ...

ରାବଣରେ ଅଗ୍ନି ସଂଯୋଗ କରିବେ ମୋଦି

ନୂଆଦିଲ୍ଲୀ,୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଲାଲକିଲ୍ଲା ବାହାରେ ଦ୍ୱାରକା ଶ୍ରୀରାମଲିଳା କମିଟିର ମଞ୍ଚରେ ରାବଣ ଦେହରେ ଅଗ୍ନି ସଂଯୋଗ କରିବାର କାର୍ଯ୍ୟକ୍ରମ...

ମିସ୍‌ ଇଣ୍ଡିଆ ରନର୍ସ ଅପ୍‌ ମୁକୁଟ ପିନ୍ଧି ଅଟୋଚାଳକ ପିତାଙ୍କ ନିକଟରେ ପହଞ୍ଚିଲେ ଝିଅ, ଆଖିରୁ ପୋଛିଲେ ଲୁହ

ବାରାଣସୀ,୧୮।୨: ଫେମିନା ମିସ୍‌ ଇଣ୍ଡିଆର ରନର୍ସ ଅପ୍‌ ଟାଇଟଲ ଜିତିଛନ୍ତି ବାରାଣସୀର ଝିଅ ମାନ୍ୟା ସିଂହ। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା। କାରଣ ମାନ୍ୟା...

ବଜେଟରେ ମହିଳାଙ୍କୁ ପ୍ରାଧାନ୍ୟ: ଏସଏଚଜି ମହିଳାଙ୍କୁ ୧ ଲକ୍ଷ ଟଙ୍କା ଯାଏ ଋଣ ବ୍ୟବସ୍ଥା

ନୂଆଦିଲ୍ଲୀ, ୫।୭:: ଶୁକ୍ରବାର ସଂସଦରେ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏଥର ବଜେଟରେ ମହିଳାଙ୍କୁ ଗୁରୁତ୍ୱ ଦେଇଛନ୍ତି। ସେ...

ଶାହାଙ୍କ ଇସ୍ତଫା ଦାବି କଲେ ରାହୁଲ

ନୂଆଦିଲ୍ଲୀ,୨୩ ।୭: ପେଗାସସ ମାମଲାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ତାଙ୍କ ଫୋନ୍ ଟ୍ୟାପ୍ କରାଯାଇଛି । ସେ...

ସରକାରଙ୍କ ସମାଲୋଚନା କରୁଥିବା ଲୋକଙ୍କୁ କୁହାଯାଉଛି ରାଷ୍ଟ୍ର ବିରୋଧୀ: ଶବାନା ଆଜ୍‌ମୀ

ଇନ୍ଦୋର,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଅଭିନେତ୍ରୀ ଶବାନା ଆଜ୍‌ମୀ ପୁଣି ଥରେ ଟାର୍ଗେଟ୍‌ କରିଛନ୍ତି। ଇନ୍ଦୋରରେ ଆୟୋଜିତ ଏକ ସଭାରେ ଯୋଗଦେଇ କହିଛନ୍ତି ଯେ,...

Advertisement
Archives

Model This Week