ୟୁକ୍ରେନର ୫ ରେଲୱେ ଷ୍ଟେଶନ ଉପରେ ରୁଷିଆର ଆକ୍ରମଣ: ଶହ ଶହ ଲୋକଙ୍କ ମୃତ୍ୟୁ ଆଶଙ୍କା

କ୍ୱିଭ,୨୬ ।୪: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ କମ୍ ହେବା ଲକ୍ଷ୍ୟ କରାଯାଉ ନାହିଁ । ସୋମବାର ରୁଷିଆ ସେନା ୟୁକ୍ରେନ୍‌ର ପ୍ରାୟ ୫ଟି ରେଲୱେ ଷ୍ଟେଶନ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଏହି ରେଲୱେ ଷ୍ଟେଶନ ଗୁଡିକ ମଧ୍ୟ ଓ ପଶ୍ଚିମ ୟୁକ୍ରେନର ବୋଲି ଜଣାପଡିଛି । ଏହାସହ ରୁଷିଆ ସୀମାକୁ ଲାଗିଥିବା ବ୍ରିୟାନସ୍କ ଅଞ୍ଚଳରେ ଥିବା ଏକ ତୈଳ ଭଣ୍ଡାରରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଏହାର କାରଣ ଜଣାପଡି ନ ଥିଲେ ବି ଏହା ୟୁକ୍ରେନର ଆକ୍ରମଣ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨ ମାସ ପୂରଣ ହୋଇଥିବା ବେଳେ ଇତିମଧ୍ୟରେ ଉଭୟ ଦେଶର ବହୁ ଧନଜୀବନ କ୍ଷୟକ୍ଷତି ହୋଇ ସାରିଲାଣି । ନିକଟରେ ରୁଷିଆ ସେନା ୟୁକ୍ରେନର କ୍ରିମିନଚୁକ ଅଞ୍ଚଳରେ ଏକ ତୈଳ ବିଶୋଧନାଗାର ଓ ଏକ ବିଜୁଳିଘରେ ମିଶାଇଲ ଆକ୍ରମଣ କରିବାରୁ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହ ଜଣଙ୍କର ମୃତ୍ୟୁ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ରେ ହିରୋ ପାଲଟିଛି ଏହି କୁକୁର

କ୍ୱିଭ୍‌,୨୬।୪: ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ କୁକୁର ହିରୋ ପାଲିଟିଛି। ୟୁକେନର ଏହି କୁକୁରକୁ ନେଇ ଚାଲିଆଡେ ଚର୍ଚ୍ଚା ହେଉଛି।...

ରୁଷିଆ-ୟୁକ୍ରେନ ଯୁଦ୍ଧ: ନଷ୍ଟ ହୋଇଥିବା ପ୍ରତିଟି କୋଠାରେ ୫୦-୧୦୦ ଲୋକଙ୍କର ହୋଇଛି ମୃତ୍ୟୁ

କ୍ୱିଭ,୧୦ ।୬: ପ୍ରାୟ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେଲାଣି ଜାରି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଗୁରୁବାର ଏହି ଯୁଦ୍ଧର ୧୦୬ ଦିନରେ ସେବେରୋଦୋନେସ୍କରେ...

ପରିବେଶ ପୁରସ୍କାରକୁ ଗ୍ରେଟାଙ୍କ ନା

ଷ୍ଟକ୍‌ହୋମ୍‌ : ବିଶ୍ୱକୁ ଜଳବାୟୁ ପରିବର୍ତ୍ତନର ବିଷ ବଳୟ ମଧ୍ୟରୁ ମୁକାଳିବା ସହ ଏହାର ପ୍ରଭାବ ହ୍ରାସ ଲାଗି ବିଶ୍ୱ ସମୁଦାୟ ଉପରେ ଚାପ ପକାଇଥିବା...

ଭାରତ-ଚାଇନା ମଧ୍ୟରେ ମଧ୍ୟସ୍ଥତା କରିବାକୁ ମନା କଲା ରୁଷ

ମସ୍କୋ,୯।୯:ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୁଷର ରାଜଧାନୀ ମସ୍କୋରେ ପହଞ୍ଚିଛନ୍ତି। ବୈଦେଶିକ ମନ୍ତ୍ରୀ ଏଠାରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେବେ।...

ପାକିସ୍ତାନ ଚାହୁଁଛି ରକ୍ତପାତ; ଆଣବିକ ଯୁଦ୍ଧର କରିଛି ଯୋଜନା: ଜୟଶଙ୍କର

ନୂଆଦିଲ୍ଲୀ,୩।୧୦: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏବେ ରକ୍ତମୁଖା ହୋଇଯାଇଛି। ସେ ଦୁଇଦେଶ ମଧ୍ୟରେ ରକ୍ତପାତ ଚାହୁଁଛି। ସେଥିପାଇଁ ଆଣବିକ ଯୁଦ୍ଧର ଯୋଜନା ମଧ୍ୟ...

ଜାତିସଂଘରେ ପାକିସ୍ତାନକୁ ଝଟ୍‌କା: କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ଦାବିକୁ ମନା

ଜେନେଭା,୧୧।୯: ଜାତିସଂଘରେ ପାକିସ୍ତାନକୁ ଏକ ଝଟ୍‌କା ଲାଗିଛି। କଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ଆାଲୋଚନା ଦ୍ୱାରା ସମ୍ଭବ ହୋଇପାରିବ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ...

ଟ୍ରମ୍ପଙ୍କ ଚୌକି ହଟାଇବାକୁ ଚାହୁଁଛି ଚାଇନା, ଜାଣନ୍ତୁ କାହିଁକି

ବେଜିଂ,୮ା୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଥରେ କ୍ଷମତା ପାଇବେ କି ନାହିଁ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ...

ସାହସ ଥିଲେ ମୋ ସହ ଲଢ଼

ମସ୍କୋ,୧୫ା୩: ବୈଦ୍ୟୁତିକ କାର୍‌ ନିର୍ମାଣକାରୀ କମ୍ପାନୀ ଟେସ୍‌ଲା ତଥା ମହାକାଶଯାନ ନିର୍ମାତା ସ୍ପେସ୍‌ଏକ୍ସର ମାଲିକ ଏଲନ୍‌ ମସ୍କ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଖୋଲାଖୋଲା ଚ୍ୟାଲେଞ୍ଜ...

Advertisement
Archives

Model This Week