Posted inଖେଳ

ଡବଲ୍ସରେ ଦେବାଶିଷ ରନରଅପ୍‌

ଭୁବନେଶ୍ୱର, ୯।୧୦(ତପନ ସ୍ବାଇଁ): ଓଡ଼ିଶାର ପ୍ରତିଭା ସମ୍ପନ୍ନ ଟେନିସ ଖେଳାଳି ଦେବାଶିଷ ସାହୁ ଅନ୍ତର୍ଜାତୀୟ ଟେନିସରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଘାନାର ଆକ୍ରାରେ ଅନୁଷ୍ଠିତ ୧୮ ବର୍ଷରୁ କମ୍‌ ଆଇଟିଏଫ୍‌ (ଅନ୍ତର୍ଜାତୀୟ ଟେନିସ ଫେଡେରେଶନ) ଜେ ୬୦ ଟୁର୍ନାମେଣ୍ଟର ଡବଲ୍ସରେ ସେ ରନରଅପ୍‌ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଦେବାଶିଷଙ୍କ ପାର୍ଟନରଥିଲେ ସର୍ବିୟାର ନିକୋଲା ଜୋଭିକ୍‌। ଦେବାଶିଷ-ଜୋଭିକ୍‌ ଯୋଡ଼ି ପ୍ରଥମ ରାଉଣ୍ଡରେ ଆରନ ଅରମା-ହନିଫ ବୋଟେଙ୍ଗଙ୍କୁ ୬-୧, ୬-୧ ସେଟ୍‌ରେ ହରାଇବାପରେ କ୍ୱାର୍ଟର ଫାଇନାଲରେ କୋସି ଆନ୍ଦ୍ରେ ଡଗବେଫୁ-ଇକେନା ପ୍ରସ୍ପର ଓକୋନୋକୋଙ୍କୁ ୭-୬, ୬-୨ରେ ପରାସ୍ତ କରିଥିଲେ।

ସେମିଫାଇନାଲରେ ଏହି ଯୋଡ଼ି ନାଇଜେରିଆର ଡାନିଏଲ ଆଡେଲେୟେ ଓ ଡାଭିଡ ଏକପେନଙ୍ଗ୍‌ଙ୍କୁ ୬-୨, ୭-୬ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ଟାଇଟଲ ପର୍ଯ୍ୟାୟରେ ଲଢ଼ୁଆ ପ୍ରଦର୍ଶନ ସେତ୍ତ୍ୱ ଦେବାଶିଷ-ଜୋଭିକ୍‌ ପ୍ରତିପକ୍ଷ ଘାନାର ରାଫାଲ ନି ଅଙ୍କ୍ରା ଓ ଆମେରିକାର କାରେଲ ଅବ୍ରିଏଲ ଏନ୍‌ଗୋନୋଇଙ୍କଠାରୁ ୬-୩, ୫-୭, ୫-୧୦ରେ ହାରି ଯାଇଥିଲେ। ସିଙ୍ଗଲ୍ସରେ ମଧ୍ୟ ଦେବାଶିଷ ଆକର୍ଷଣୀୟ ପ୍ରଦର୍ଶନ କରି ସେମିଫାଇନାଲ ପର୍ଯ୍ୟନ୍ତ ଉନ୍ନିତ ହୋଇଥିଲେ।

୨୦୨୪ ଜାନୁୟାରୀରେ ହେବାକୁଥିବା ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସର ଜୁନିୟର ବର୍ଗରେ ଖେଳିବା ପାଇଁ ଦେବାଶିଷ କଡ଼ା ସଂଘର୍ଷ ଜାରି ରଖିଛନ୍ତି। ଚଳିତ ବର୍ଷ ଶେଷ ବେଳକୁ ସେ ୧୫୦ ର଼୍ୟାଙ୍କ୍‌ ଭିତରେ ରହିବାକୁ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି। ନିଜର ଏହି ସଫଳତା ପାଇଁ ଦେବାଶିଷ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଟେନିସ ଆସୋସିଏଶନକୁ ଶ୍ରେୟ ଦେଇଛନ୍ତି। ଆସୋସିଏଶନ ଓ କ୍ରୀଡ଼ା ବିଭାଗର ସମର୍ଥନ ମିଳୁ ନ ଥିଲେ ଏପରି ଟୁର୍ନାମେଣ୍ଟ ଗୁଡ଼ିକରେ ଖେଳିବା ସମ୍ଭବ ହେଉ ନ ଥାନ୍ତା ବୋଲି ସେ ପ୍ରକାଶ କରିଛନ୍ତି। ଆସନ୍ତା ସପ୍ତାହରେ ସେ ସେହି ଘାନାର ଆକ୍ରାଠାରେ ଆଇଟିଏଫ୍‌ ଜେ୧୦୦ ଟୁର୍ନାମେଣ୍ଟରେ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri