ରଥଖଳାରେ ପହଞ୍ଚିଲା ରୁକୁଣା ରଥ

ପୁରୁଣା ଭୁବନେଶ୍ୱର,୪ା୪(ଡି.ଏନ୍‌.ଏ.): ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୋସାଗରେଶ୍ୱର ଛକ ନିକଟରେ ଅଟକି ରହିଥିବା ରୁକୁୁଣା ରଥକୁ ସୋମବାର ଅପରାହ୍ନ ୪ଟା ୧୫ରେ ଟଣାଯାଇଥିଲା। ରଥରେ ସକାଳ ଧୂପ ପରେ ବିଭିନ୍ନ ନୀତିକାନ୍ତ କରାଯାଇଥିଲା। ପରେ ରଥ କାଳେସି ଭବାନୀ ପ୍ରସାଦ ଖୁଣ୍ଟିଆ ରଥ ଟାଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଶତାଧିକ ଶ୍ରଦ୍ଧାଳୁ ରଥ ଟାଣିବା ସହ ବଢେଇବାଙ୍କରେ ପହଞ୍ଚିଥିଲା। ସେଠାରୁ ରଥ ରଥଖଳା ଅଭିମୁଖେ ଟଣାଯାଇଥିଲା। ରଥଦାଣ୍ଡର ଅନତି ଦୂରରେ ରଥ ଅଟକିଥିଲା। ଏହି ଅବସରରେ ରଥରେ ପ୍ରଭୁ ଶ୍ରୀଲିଙ୍ଗରାଜ ମା’ପାର୍ବତୀଙ୍କୁ କାହିଁକି ନେଇନଥିଲେ, ତେଣୁ ସେ ଚାହାଣୀ ମଣ୍ଡପରେ ରୋଷଭରା ଅପେକ୍ଷା କରିଥିଲେ। ରଥ ଆସିବା ଦେଖି ମା’ପାର୍ବତୀ ସୁସଜ୍ଜିତ ପାଲିଙ୍କିରେ ସେବାୟତ ଗହଣରେ ରାଗ ତମ ତମ ହୋଇ ରଥ ଚାରିପଟେ ବୁଲି ଆସିଥିଲେ, ଇତି ମଧ୍ୟରେ ରଥରୁ ଖଣ୍ଡେ କାଠ ଭାଙ୍ଗି ପୁଣି ଚାହାଣି ମଣ୍ଡପକୁ ଫେରିଆସିଥିଲେ। ଏହା ସନ୍ଧ୍ୟା ୬ଟା ୨୪ରେ ସମ୍ପନ୍ନ ହୋଇଥିଲା। ସୂର୍ଯ୍ୟାସ୍ତ ହୋଇଆସୁଥିବାରୁ ରଥ ପୁନଃ ଟାଣିବା ପାଇଁ କାଳେସି ନିର୍ଦ୍ଦେଶ ଦେଇଥିଲେ। ୧୦ମିଟର ରଥ ଗଡ଼ିବା ପରେ ବାମପାର୍ଶ୍ୱ ରାସ୍ତାକୁ ମାଡ଼ିଯାଇଥିଲା। ଫଳରେ ଏକ ଜଳଖିଆ ଦୋକାନର ଛପର ଉଡ଼ିଯାଇଥିଲା। ରଥଖଳା ଆଉ ୧୦୦ ମିଟର ଥିବାବେଳେ ରଥ ଚକ ଦବିଯାଇଥିବାରୁ ହରଡ଼ା ସେବାୟତ ଚେଷ୍ଟା କରିଥିଲେ ମଧ୍ୟ ରଥ ଆଉ ଗଡ଼ିନଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri