ରୁକ୍ମିଣୀ ଦେବୀଙ୍କ ପରଲୋକ

କୋଣାର୍କ,୨୮ା୧୦(ଡି.ଏନ୍‌.ଏ.): ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନର ନିୟନ୍ତ୍ରିକା ତଥା କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ରୁକ୍ମିଣୀ ଦେବୀଙ୍କର ୭୫ ବର୍ଷ ବୟସରେ ମଙ୍ଗଳବାର କଟକ ବିଡ଼ାନାସୀସ୍ଥ ଶୋଭନୀୟ ଆନ୍ଦୋଳନର ମୁଖ୍ୟ କାର୍ଯ୍ୟାଳୟଠାରେ ପରଲୋକ ହୋଇଯାଇଛି। ରବିବାର ଅସୁସ୍ଥତା କାରଣରୁ କୋଣାର୍କରୁ ସେ ଚିକିତ୍ସା ନିମନ୍ତେ କଟକ ଯାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ଶୁଣି ହଜାର ହଜାର ଶୁଭେଚ୍ଛୁ ଶୋଭନୀୟ ଆନ୍ଦୋଳନର ସେବିକା ଓ ଶୋଭନୀୟ ଶିକ୍ଷାଶ୍ରମର ପୁରାତନ ଛାତ୍ରୀଛାତ୍ରଗଣ ମର୍ମାହତ ହୋଇପଡ଼ିଛନ୍ତି।
୧୯୭୪ରେ ଅବିଭକ୍ତ କଟକ ଜିଲାର ଉଦୟଗିରିରେ ଆରମ୍ଭ ହୋଇଥିବା ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ଭାବେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ପୂଜ୍ୟ କୁମାର ଭାଇଙ୍କ ଦ୍ୱାରା ପ୍ରତିଷ୍ଠିତ ଶୋଭନୀୟ ଆନ୍ଦୋଳନର ପ୍ରଥମ ସମ୍ପାଦିକା ଥିଲେ। ଏହାସହ ସେ କୋଣାର୍କ ସାହିତ୍ୟ ସଂସଦର ଉପସଭାପତି ତଥା ପ୍ରତିଷ୍ଠାତା ସଦସ୍ୟ ରୂପେ ଦାୟିତ୍ୱ ନିର୍ବାହ କରୁଥିଲେ। ତାଙ୍କ ବିୟୋଗରେ ମଙ୍ଗଳବାର ଶିଳ୍ପୀବାଟିକା ପରିସରରେ ଏକ ଶୋକସଭା ଆୟୋଜିତ ହୋଇଛି। ଅର୍କଶ୍ରୀ ସମ୍ପାଦକ ଉମେଶ ସ୍ବାଇଁ, ସାମାଜିକ କର୍ମୀ ହରିଶ୍ଚନ୍ଦ୍ର ଦାଶ, କୋଣାର୍କ ସାହିତ୍ୟ ସଂସଦର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ଗୋପ କଲେଜ ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ଖଟୋଇ, ନିରଂଜନ ସାହୁ ପ୍ରମୁଖ ରୁକ୍ମିଣୀ ଗୁରୁମାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ଗରିବ ପାଇଲେ ଖାଦ୍ୟ ସାମଗ୍ରୀ

ବଲାଙ୍ଗୀର ଅଫିସ, ୪ା୪- କରୋନା ଲକ୍‌ଡାଉନ୍‌କୁ ନେଇ ଗରିବ ଲୋକେ ବଡ ଅସୁବିଧାରେ ପଡିଛନ୍ତି । ଦିନମଜୁରିଆ ଭାବେ କାମ କରି ପରିବାର ପୋଷୁଥିବା ଲୋକେ...

ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି: ଭଙ୍ଗାରୁଜା ନେଇ ମାମଲା ରୁଜୁ, ଉଭୟ ପକ୍ଷ ସହ ଆଲୋଚନା

ଛତ୍ରପୁର,୨୮ା୬(ଡି.ଏନ.ଏ.)- ଚମାଖଣ୍ଡି ଥାନା ଅଞ୍ଚଳରେ ଥିବା ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଦେଖାଦେଇଛି ା ଟାଟା ଷ୍ଟିଲ୍‌ରେ ସ୍ଥାୟୀ ନିଯୁକ୍ତି ଦାବି ନେଇ ଠିକା କର୍ମଚାରୀ...

ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱର ଗିରଫ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରମୁଖ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ଗୁରୁବାର କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ଗିରଫ କରିଛି। ଟାଟା ମୋଟର୍ସ ନାଁରେ ଜାଲ୍‌...

୧୬୩ ଆହାର କେନ୍ଦ୍ରରେ ୧୭୦୦ ଏସ୍‌ଏଚ୍‌ଜି ମହିଳା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ) :ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଆହାର କାର୍ଯ୍ୟକ୍ରମ ସଫଳତାର ଶିଖର ଛୁଇଁଛି। ରାଜ୍ୟର ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ଆହାର କେନ୍ଦ୍ରଗୁଡ଼ିକ ନୂଆ...

ଫ୍ୟାନରୁ କମନ ବ୍ରୋଞ୍ଜ ବ୍ୟାକଟ୍ରି ପ୍ରଜାତିର ସାପ ଉଦ୍ଧାର

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ବାଳକାଟି ଦୋପଟି ସାହି ନିବାସୀ ଅଶୋକ କୁମାର ସାହୁଙ୍କ ଘରୁ ମଙ୍ଗଳବାର ଏକ ସାପ ଉଦ୍ଧାର କରାଯାଇଛି। ସିଲିଂ ଫ୍ୟାନରେ ସାପଟି...

୨୩ରୁ ସାଧାରଣ ଭକ୍ତଙ୍କ ପାଇଁ କାଳିଆ ଦର୍ଶନ

ପୁରୀ ଅଫିସ୍‌,୪।୮: ଆସନ୍ତା ୧୬ତାରିଖ ଖୋଲିବ ଶ୍ରୀମନ୍ଦିର। ୧୬ରୁ ୨୦ ପର୍ଯ୍ୟନ୍ତ ୫ ଦିନ ଧରି ପୁରୀବାସୀଙ୍କୁ କାଳିଆ ଦର୍ଶନ ପାଇଁ ଛଡାଯିବ। ୨୧ ଓ...

ଶୁକ୍ରବାର ବାହୁଡ଼ିବେ ମହାପ୍ରଭୁ: ଅପରାହ୍ନ ୪ଟାରେ ରଥଟଣା

ପୁରୀ ଅଫିସ,୧୧ା୭: ଆଡ଼ପ ମଣ୍ଡପରେ ଶେଷ ହୋଇଛି ଚତୁର୍ଦ୍ଧାବିଗ୍ରହଙ୍କ ଲୀଳା। ଗୁରୁବାର ଭକ୍ତଙ୍କୁ ସନ୍ଧ୍ୟା ଦର୍ଶନ ଦେଇ ଏବେ ରତ୍ନବେଦିକୁ ବାହୁଡ଼ିିବାକୁ ପ୍ରସ୍ତୁତ ମହାପ୍ରଭୁ। ଶ୍ରୀଗୁଣ୍ଡିଚା...

୫ ବିଧାୟକଙ୍କୁ ଅଟକ ରଖିଲେ ଖବରଦାତା

କେନ୍ଦ୍ରାପଡ଼ା ଅଫିସ,୨୧ା୭: କେନ୍ଦ୍ରାପଡ଼ା ରିଜର୍ଭ ପୋଲିସର ଜଣେ ମହିଳା କନ୍‌ଷ୍ଟେବଳ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଭୀମସେନ ସେଠୀ ନାମକ ଜଣେ ଖବରଦାତାଙ୍କୁ ମାଡ ମାରିଥିଲେ।...

Advertisement


Archives

Model This Week