Posted inଜାତୀୟ

ଝାଡ଼ଖଣ୍ଡ ବିଧାନସଭା ନମାଜ କୋଠରୀରେ ତାଣ୍ଡବ ‘ଭଜନ-କିର୍ତ୍ତନ’ କରିବାକୁ ବସିଲେ ଭାଜପା ବିଧାୟକ

ରାଞ୍ଚି,୬ ।୯: ଝାଡ଼ଖଣ୍ଡ ବିଧାନସଭାରେ ସୋମବାର ତାଣ୍ଡବ ହୋଇଛି । ବିଧାନସଭା ପରିସରରେ ନମାଜ ପାଇଁ ଭିନ୍ନ କୋଠରୀ ଆଲଟମେଣ୍ଟକୁ ନେଇ ଏହା ହୋଇଛି । ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକମାନେ ହଙ୍ଗାମା କରିଛନ୍ତି । ନମାଜ ପାଇଁ ଯୋଗାଇ ଦିଆଯାଇଥିବା କୋଠରୀକୁ ରଦ୍ଦ କରିବାକୁ ଦାବି କରିଛନ୍ତି । କେବଳ ଏତିକି ନୁହେଁ ବିଧାନସଭା ପରିସରରେ ହିଁ ବିଧାୟକମାନେ ‘ଭଜନ-କିର୍ତ୍ତନ’ ଆରମ୍ଭ କରିଦେଇଥିଲେ । ସୋମବାର ସକାଳୁ ହିଁ ବିଧାନସଭାରେ ଭକ୍ତିର ମାହୋଲ ସୃଷ୍ଟି ହୋଇଥିଲା । ଭାଜପା ବିଧାୟକ ଢୋଲ-ଗିନି, ଘଣ୍ଟି ଆଦି ଧରି ବିଧାନସଭା ପରିସରରେ ପହଞ୍ଚିଥିଲେ । ସେଠାରେ ଭାଜପାର ବିଧାୟକମାନେ ‘ହରେ ରାମ ହରେ କୃଷ୍ଣ’, ‘ହର ହର ମହାଦେବ’ ଓ ‘ଜୟ ଶ୍ରୀରାମ’ ଧ୍ୱନିରେ ଚତୁର୍ଦ୍ଦିଗ କମ୍ପାଇ ଦେଉଥିଲେ । ଦେବଘରର ଭାଜପା ବିଧାୟକ ନାରାୟଣ ଦାସ ତ ପୂଜାରୀ ବେଶଭୂଷାରେ ପହଞ୍ଚିଯାଇଥିଲେ । ଭାଜପା ବିଧାୟକମାନେ ସଫା ସଫା କହିଥିଲେ କି ସେମାନଙ୍କ ବିରୋଧ ସେପର୍ଯ୍ୟନ୍ତ ଜାରି ରହିବ ଯେପର୍ଯ୍ୟନ୍ତ ନମାଜ ପାଇଁ ହୋଇଥିବା ରୁମ ଆଲଟମେଣ୍ଟ ଆଦେଶକୁ ରଦ୍ଦ କରି ଦିଆ ନ ଯାଇଛି । ଅଥବା ଅଲଗା ଅଲଗା ଧର୍ମ ପାଇଁ କୋଠରୀ ଯୋଗାଇ ଦିଆ ନ ଯାଇଛି । କେବଳ ବିଧାନସଭା ବାହାରେ ନୁହେଁ ଭିତରେ ବି ହଙ୍ଗାମା ହୋଇଛି । ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଭାଜପା ବିଧାୟକମାନେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ ଓ ବେଲ ପର୍ଯ୍ୟନ୍ତ ଚାଲି ଯାଇଥିଲେ । ଏହାପରେ ସ୍ପିକର ରବିନ୍ଦ୍ର ନାଥ ମହତୋ ବିଧାୟକଙ୍କୁ ଫେରିଯିବାକୁ କହିଥିଲେ ହେଲେ ଏକଥା କେହି ଶୁଣି ନ ଥିଲେ । ଶେଷରେ ବିଧାନସଭାକୁ ସ୍ଥଗିତ ରଖାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ ଅଧିବେଶନ: କଂଗ୍ରେସ ସମେତ ୧୬ ରାଜନୈତିକ ଦଳ କରିବେ ରାଷ୍ଟ୍ରପତିଙ୍କ ଅଭିଭାଷଣର ବହିଷ୍କାର

ନୂଆଦିଲ୍ଲୀ,୨୮ ।୧: ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମୋଦି ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ଗୁଡିକ ଏକାଠି ହେଲେଣି । କଂଗ୍ରେସ ସମେତ ୧୬...

ଭାରତ-ଚାଇନା ପ୍ରସଙ୍ଗ: ବିରୋଧୀଙ୍କ ପ୍ରଦର୍ଶନ, ସଂସଦରେ ଚର୍ଚ୍ଚା ପାଇଁ ଦାବି…

ନୂଆଦିଲ୍ଲୀ,୨୧।୧୨ : କଂଗ୍ରେସ ନେତା ସୋନିଆ ଗାନ୍ଧୀ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ହେବା ନେଇ ଉଦବେଗ...

୨୯ ସପ୍ତାହରେ ଗର୍ଭପାତ କରାଇବା ସୁରକ୍ଷିତ କି ? ଏମ୍ସକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୧୯।୧ : ଜଣେ ୨୦ ବର୍ଷ ବୟସ୍କା ଅବିବାହିତା ବିଟେକ୍‌ ଛାତ୍ରୀଙ୍କ ୨୯ ସପ୍ତାହର ଗର୍ଭର ଗର୍ଭପାତ ନେଇ ସୁପ୍ରିମ୍‌କୋର୍ଟ ଏମ୍ସର ସହାୟତା ଲୋଡିଛନ୍ତି। ଶୀର୍ଷକୋର୍ଟ...

ନୂପୁର ଶର୍ମା ମାମଲା, ୧୦ ଅଗଷ୍ଟ ପର୍ଯ୍ୟନ୍ତ ଗିରଫ ମନା…

ନୂଆଦିଲ୍ଲୀ, ୧୯।୭ : ମହାପୁରୁଷ ମହମ୍ମଦଙ୍କ ବିବୃତ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ନୁପୁର ଶର୍ମାଙ୍କୁ ଆଶ୍ୱସ୍ତି ମିଳିଛି। ଅଗଷ୍ଟ ୧୦ ପର୍ଯ୍ୟନ୍ତ ତାଙ୍କ ଗିରଫଦାରୀ ଉପରେ ରୋକ...

ପକ୍ଷପାତ କରେନାହିଁ, ଘୃଣାକୁ ନିନ୍ଦାକରେ

ନୂଆଦିଲ୍ଲୀ,୩ା୯(ପି.ଟି.):ଫେସ୍‌ବୁକ୍‌ ରାଜନୈତିକ ଦୃଷ୍ଟିରୁ ପକ୍ଷପାତ କରୁଥିବା ଏବଂ ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ନେଇ ବିବାଦ ଦେଖାଦେଇଥିବାବେଳେ କଂଗ୍ରେସ କରିଥିବା ଅଭିଯୋଗ ଉପରେ ସୋସିଆଲ...

ବଳାତ୍କାର ପରେ ଗୁଳି: ଜାଳିଦେଲେ ଯୁବତୀଙ୍କ ମୃତଦେହ

ବକ୍ସର, ୪ା୧୨ : ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ପୋଡ଼ିମାରିଦେବା ଘଟଣାକୁ ନେଇ ଦେଶବ୍ୟାପୀ ନିଆଁ ଜଳୁଥିବାବେଳେ ବିହାରର ବକ୍ସର ଜିଲା ଅନ୍ତର୍ଗତ...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୨୧।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୋପୋରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀଙ୍କ...

ରାଜ୍ୟ ସଭାରେ ‘ଟ୍ରିପଲ୍‌ ତଲାକ୍‌’ ବିଲ ପାସ୍‌

ନୂଆଦିଲ୍ଲୀ,୩୦।୭: ଲୋକ ସଭା ପରେ ଏବେ ରାଜ୍ୟ ସଭାରେ ପାରିତ ହେଲା ‘ଟ୍ରିପଲ୍‌ ତଲାକ୍‌ ବିଲ୍‌’। ଭୋଟିଂ ଡିଭିଜନ ଜରିଆରେ ମୁସଲମାନ ମହିଳାଙ୍କ ବିବାହ ସମ୍ପର୍କିତ...

Advertisement
Archives

Model This Week