Posted inଜାତୀୟ

ବିଧାନସଭାରେ ହଟ୍ଟଗୋଳ: ଭାଜପା ବିଧାୟକ ସଦନରୁ ନିଲମ୍ବିତ

ନୂଆଦିଲ୍ଲୀ,୨୯।୭: ଦିଲ୍ଲୀ ବିଧାନସଭା ମୌସୁମୀ ଅଧିବେଶନରେ ଗୁରୁବାର ଜୋରଦାର ହଟ୍ଟଗୋଳ ହୋଇଛି। ବିରୋଧୀ ଦଳ ସଦସ୍ୟମାନେ ବାଚସ୍ପତିଙ୍କ ସହ ଯୁକ୍ତିତର୍କ ମଧ୍ୟ କରିଛନ୍ତି। ଗୃହରେ ପ୍ରବଳ ହଟ୍ଟଗୋଳ ଯୋଗୁ ବାଚସ୍ପତି ଭାଜପା ବିଧାୟକ ଅନୀଲ ବାଜପେୟୀଙ୍କୁ ମାର୍ଶଲ ଆଉଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଭାଜପା ବିଧାୟକ ଉଠାଇଥିବା ପ୍ରଶ୍ନ ବିରୋଧରେ ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକମାନେ ବାଚସ୍ପତିଙ୍କ ଚେୟାର ନିକଟରେ ପହଞ୍ଚିଥିଲେ। ଏହି ସମୟରେ ଭାଜପା ବିଧାୟକ ଓପି ଶର୍ମା ଏଏପିର ଜଣେ ବିଧାୟକଙ୍କୁ ଟାର୍ଗେଟ କରି ଗୃହର ଗାରିମାକୁ କ୍ଷୂର୍ଣ୍ଣ ପହଞ୍ଚାଇବା ଭଳି ମନ୍ତବ୍ୟ ଦେଇଥିଲେ। ଫଳରେ ଗୃହରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବାଚସ୍ପତି ଦିନସାରା ଓପି ଶର୍ମାଙ୍କୁ ଗୃହରୁ ନିଲମ୍ବିତ କରିଛନ୍ତି। ଏତଦ୍‌ ବ୍ୟତୀତ ବିଜେନ୍ଦ୍ର ଗୁପ୍ତା ଓ ଜିତେନ୍ଦ୍ର ମହାଜନଙ୍କୁ ମଧ୍ୟ ମାର୍ଶଲ ଆଉଟ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ହଟ୍ଟଗୋଳ ସମୟରେ ବିରୋଧୀଙ୍କୁ ୨୦ମିନିଟ୍‌ରୁ ଆଉ ଏକ ସେକେଣ୍ଡ ସମୟ ଦିଆଯିବ ନାହିଁ ବୋଲି ବାଚସ୍ପତି କହିଥିଲେ। ଅନ୍ୟପଟେ ଗୃହର ହଟ୍ଟଗୋଳକୁ ନେଇ ବାଚସ୍ପତି ପ୍ରତିକ୍ରିୟା ରଖିଛନ୍ତି। ଏହି ଉତ୍ତେଜନାରେ ବିବ୍ରତ ହୋଇ ବାଚସ୍ପତି କହିଛନ୍ତି, କେନ୍ଦ୍ର ସରକାର ସମ୍ବିଧାନକୁ ହତ୍ୟା କରିବାରେ ଲାଗିପଡ଼ିଛନ୍ତି। ତାଙ୍କର ଅଧ୍ୟକ୍ଷତା କାର୍ଯ୍ୟକାଳ ସମୟରେ କେନ୍ଦ୍ର ସରକାର ବିଧାନସଭା କମିଟିଙ୍କ ଅଧିକାର ଛଡ଼ାଇ ନେବା ଏହା ଏକ ଦୁର୍ଭାଗ୍ୟଜନକ।

 


Enter your email to get our daily news in your inbox.

All Right Reserved By Dharitri.Com

କାର୍‌କେଡକୁ ଅଟକାଇ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିଲେ ମୋଦି

ଅହମଦାବାଦ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଶୁକ୍ରବାର ଗାନ୍ଧୀନଗରରୁ ମୁମ୍ବାଇ ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର...

ଲୋକେ ଭାବୁଥିବେ ମୁଁ ଖୁସି ଅଛି ପ୍ରକୃତରେ ମୁଁ ବହୁତ ଦୁଃଖି: ନିରୁପମ

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତିରେ ଯେଉଁ ନୂଆ ମୋଡ ନେଲା ତାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ସଞ୍ଜୟ ନିରୁପମ। ଦେବେନ୍ଦ୍ର ଫଡନବିସ ମହାରାଷ୍ଟ୍ର...

ଇମୋଶନାଲ କାର୍ଡ ଖେଳିଲେ ନୀତୀଶ: ବିରୋଧି କହିଲେ ଅବସର ସ୍ୱୀକାର କଲେ ମୁଖ୍ୟମନ୍ତ୍ରୀ

ପାଟନା,୬ ।୧୧: ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇ ଗଲାଣି । ଆଉ ଏହାରି ଭିତରେ ପୁଣିଥରେ ରାଜନୀତି...

ଏବେ ସଦାମ ହୁସେନଙ୍କ ଭଳି ଦେଖାଯାଉଛନ୍ତି ରାହୁଲ ଗାନ୍ଧୀ: ଆସାମ ମୁଖ୍ୟମନ୍ତ୍ରୀ

ଗୁଆହାଟୀ,୨୩।୧୧: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଏବେ ଇରାକର ପୂର୍ବତନ ଏକଛତ୍ରବାଦୀ...

ମୁଖ୍ୟମନ୍ତ୍ରୀ ମାତା ପିତାଙ୍କ ସହିତ ନେଲେ କରୋନା ଟିକାର ପ୍ରଥମ ଡୋଜ୍‌

ନୂଆଦିଲ୍ଲୀ,୪।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନରେ ଗୁରୁବାର ପ୍ରଥମ ଡୋଜ୍‌ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ...

ପୂର୍ଣ୍ଣସଂଖ୍ୟା ୧୦୦ରୁ ପରୀକ୍ଷାରେ ୧୫୧ ରଖିଲେ ବିଶ୍ୱବିଦ୍ୟାଳୟ ସ୍ନାତକ ଛାତ୍ର, ସୋସିଆଲ ମିଡ଼ିଆରେ ଭାଇରାଲ…

ଦରଭଙ୍ଗା, ୩୧।୭ :ବିହାରର ଦରଭଙ୍ଗା ଜିଲାରେ ଅବସ୍ଥିତ ଲଲିତ ନାରାୟଣ ମିଥିଲା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ପରୀକ୍ଷାରେ ପୂର୍ଣ୍ଣସଂଖ୍ୟା ୧୦୦ରୁ ୧୫୧ ମାର୍କ ପାଇଛନ୍ତି। ସେ...

ଭାରତ ବିଶ୍ୱ ଅର୍ଥନୀତିର ‘ଉଜ୍ଜ୍ୱଳ ତାରକା’: ମୋଦି

ନୂଆଦିଲ୍ଲୀ,୭।୩: ବଜେଟ ପରେ ଅନୁଷ୍ଠିତ ପୋଷ୍ଟ ବଜେଟ ୱେବିନାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମ୍ବୋଧିତ କରିଛନ୍ତି। ଆଜି ଭାରତକୁ ବିଶ୍ୱ ଅର୍ଥନୀତିର ଉଜ୍ଜ୍ୱଳ ତାରକା...

ଛାତ୍ରୀନିବାସ ଲାଗି ଦାନ କଲେ ଯୌତୁକ ଟଙ୍କା

ଜୟପୁର,୨୫।୧୧: ଶିଶୁ କନ୍ୟାଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ରାଜସ୍ଥାନର ଜଣେ କନ୍ୟା ଯୌତୁକ ବାବଦକୁ ଦିଆଯିବାକୁ ଥିବା ଟଙ୍କାରେ ଝିଅମାନଙ୍କ ଲାଗି ଏକ ହଷ୍ଟେଲ...

Advertisement
Archives

Model This Week