ଧାରଣା ଭାଙ୍ଗିବାକୁ ପୋଲିସର ବଳପ୍ରୟୋଗ

ଭୁବନେଶ୍ୱର,୯।୭ (ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ଶୁକ୍ରବାର ୭ ଦିନ ବିତିଛି। ଘଟଣା ପରଠାରୁ ନ୍ୟାୟ ଦାବିରେ ବିଭିନ୍ନ ଛାତ୍ର ସଙ୍ଗଠନ ସଦସ୍ୟଙ୍କ ସହ ରୁଚିକାଙ୍କ ପରିବାର ଲୋକ କଲେଜ ଫାଟକ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି। ହେଲେ ଏପର୍ଯ୍ୟନ୍ତ କମିଶନରେଟ ପୋଲିସ ସୁଇସାଇଡ୍‌ ନୋଟରେ ଉଲ୍ଲେଖ ଥିବା ୩ ସିନିୟରଙ୍କୁ ଧରିପାରି ନାହିଁ। କେବଳ ତଦନ୍ତ ନାଁରେ ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଥିବା ଅଭିଯୋଗ ହେଉଛି। ଏପରି ସ୍ଥିତିରେ କଲେଜ ସାମ୍ନାରେ ଦିଆଯାଇଥିବା ଧାରଣାକୁ ପୋଲିସ ବଳପ୍ରୟୋଗ କରି ଭାଙ୍ଗିବାକୁ ଉଦ୍ୟମ ଆରମ୍ଭ କରିଛି। ଶୁକ୍ରବାର ସାରେ ତଦନ୍ତ ଦାୟିତ୍ୱରେ ଥିବା ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ, ବଡ଼ଗଡ଼ ଥାନାଧିକାରୀ ବିଶ୍ୱରଞ୍ଜନ ସେନାପତି ଏବଂ ଅନ୍ୟ ଅଧିକାରୀମାନେ ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ। ଏଥିସହ ଧାରଣାରୁ ଉଠିଯିବାକୁ ଅନୁରୋଧ କରିଥିଲେ। ହେଲେ ସେମାନେ ନ ଉଠିବାରୁ ପୋଲିସ ଆନ୍ଦୋଳନକାରୀଙ୍କୁ ବଳପ୍ରୟୋଗ କରି ଉଠାଇନେବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ କିଛିସମୟ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ନବନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ୱାଇସିଏସ୍‌)ର ରାଜ୍ୟ ସଂଯୋଜକ ଏମ୍‌.ଡି. ମନୱର ଅଲ୍ଲୀଙ୍କ ସମେତ ୬ରୁ ଅଧିକ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଥିଲା। ଅନ୍ୟପଟେ ରୁଚିକାଙ୍କ ମା’ ବିଦ୍ୟୁତ୍‌ପ୍ରଭାଙ୍କୁ ଧାରଣାରୁ ଉଠିଯିବାକୁ ନିବେଦନ କରାଯାଇଥିଲେ ମଧ୍ୟ ସେ ଶୁଣି ନ ଥିଲେ। କଲେଜ ଫାଟକ ସାମ୍ନାରେ ପରିବାରର ଅନ୍ୟ ସଦସ୍ୟ ଓ ଏଆଇଏସ୍‌ଏଫ୍‌ ରାଜ୍ୟ ସଭାପତି ସଂଘମିତ୍ରା ଜେନା ପ୍ରମୁଖଙ୍କ ସହ ବସି ରହିଥିଲେ। ସମ୍ପୃକ୍ତ ୩ ସିନିୟରଙ୍କୁ ଗିରଫ ଓ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଧାରଣାରୁ ହଟିବେନି ବୋଲି ରୁଚିକାଙ୍କ ମା’ ପୋଲିସକୁ କହିଥିଲେ। ତେବେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଏନ୍‌ୱାଇସିଏସ୍‌ ରାଜ୍ୟ ସଂଯୋଜକ ଏମ୍‌ଡି ମନୱର ଅଲ୍ଲି, ସଦସ୍ୟ ସଚିନ ରାଉତ, ମନରୋଞ୍ଜନ ରାଉତ ଏବଂ ଏଆଇଏସ୍‌ଏଫ୍‌ ସଦସ୍ୟ ଶୁଭ୍ରଜିତ୍‌ ବେହେରା ଓ ଶାଶ୍ୱତ ପତିଙ୍କ ସମେତ ୫ ଜଣଙ୍କୁ ଜୟଦେବ ବିହାରସ୍ଥିତ କମିଶନରେଟ ପୋଲିସର ରିଜର୍ଭ ଅଫିସରେ ଅଟକ ରଖାଯାଇଥିଲା। ରୁଚିକାଙ୍କୁ ନ୍ୟାୟ ନ ମିଳିବା ଯାଏ ରାଜ୍ୟରେ ଏଭଳି ପ୍ରତିବାଦ ଜାରି ରହିବ ବୋଲି ଏମ୍‌ଡି ମନୱର ଅଲ୍ଲୀ କହିଛନ୍ତି। ତଦନ୍ତ ଅଧିକାରୀ ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି, ଏପର୍ଯ୍ୟନ୍ତ ମୃତା ରୁଚିକା ରାଗିଂର ଶିକାର ହୋଇଥିବା ନେଇ କିଛି ତଥ୍ୟ ମିଳିନାହିଁ। ଏପରିକି ରୁଚିକା ଏ ସଂକ୍ରାନ୍ତରେ ପରିବାର ଲୋକ ଓ ସାଙ୍ଗମାନଙ୍କୁ ମଧ୍ୟ କହି ନ ଥିଲେ। କେବଳ ଜବତ ସୁଇସାଇଡ୍‌ ନୋଟ୍‌ରୁ ହିଁ ଏହି ରାଗିଂର କଥା ସାମ୍ନାକୁ ଆସିଛି। ତେଣୁ କିପରି ଏହି ମାମଲାରେ ଆମେ କାହାକୁ ଗିରଫ କରିଦେବୁ? ରୁଚିକାଙ୍କ ମା’ଙ୍କ ଭାବାବେଗକୁ ପୋଲିସ ଗୁରୁତ୍ୱ ଦେଉଛି। ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଥିବା ପାଲ କହିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ଏନ୍‌ୱାଇସିଏସ୍‌ର ସଦସ୍ୟମାନେ ରୁଚିକାଙ୍କ ମା’ଙ୍କୁ ଧରି ବିଜେବି କଲେଜ ନିକଟରେ ରାସ୍ତାରୋକୋ କରିଥିଲେ। ଫଳରେ ଅଧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଯାତାୟାତ ପ୍ରଭାବିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?