Posted inଫୁରସତ

ରବର୍ସ କେଭ୍‌

ରବର୍ସ କେଭ୍‌ ହେଉଛି ଉତ୍ତରାଖଣ୍ଡର ଡେରାଡୁନ୍‌ସ୍ଥିତ ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ। ସ୍ଥାନୀୟ ଲୋକେ ଏହାକୁ ଗୁଚ୍ଛୁପାନୀ ବୋଲି ବି କହିଥାନ୍ତି। ପ୍ରକୃତପକ୍ଷେ ଏହା ହେଉଛି ଗୋଟିଏ ଗୁମ୍ଫା, ଯାହା ମଧ୍ୟ ଦେଇ ଏକ ଜଳଧାରା ପ୍ରବାହିତ ହୋଇଥାଏ। ଏଭଳି ଏକ ଅପୂର୍ବ ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଏଠାରେ ପ୍ରାୟତଃ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୁଏ…

ଉତ୍ତରାଖଣ୍ଡର ଡେରାଡୁନ୍‌ଠାରୁ ପ୍ରାୟ ୮ କି.ମି ଦୂରରେ ରହିଛି ସହସ୍ରଧାରା ନାମକ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଠିକ୍‌ ଏହାରି ପାଖରେ ହିଁ ରବର୍ସ କେଭ୍‌ ଦେଖିବାକୁ ମିଳେ; ଯାହାକୁ ସ୍ଥାନୀୟ ଲୋକେ ଗୁଚ୍ଛୁପାନୀ ବୋଲି କହିଥାନ୍ତି। ପ୍ରକୃତପକ୍ଷେ ଏହା ହେଉଛି ୬୦୦ ମିଟର ଲମ୍ବା ବିଶିଷ୍ଟ ଏକ ଗୁମ୍ଫା; ଯାହାକି ଦୁଇ ଭାଗରେ ବିଭକ୍ତ। ଗୁମ୍ଫା ହେଲେ ବି ଏହାର ସ୍ଥାନେ ସ୍ଥାନେ ଖୋଲା ଜାଗା ମଧ୍ୟ ରହିଛି, ଯାହାର ଉଭୟ ପାର୍ଶ୍ୱରେ ପଥର ପାଚିରି ଏବଂ ସେଥିରେ ଗଛଲତା ଥିବାର ଦେଖାଯାଏ। ଉପରେ ଖୋଲା ଆକାଶର ଦୃଶ୍ୟ ବି ବେଶ୍‌ ମନୋରମ ଲାଗେ। ସୂଚନାନୁଯାୟୀ, ଉକ୍ତ ଗୁମ୍ଫାର ଭିତର ପାର୍ଶ୍ୱର ଏକ ସ୍ଥାନରୁ ପ୍ରାୟ ୧୦ ମିଟର ଉଚ୍ଚରୁ ଏକ ଝରଣା ବୋହୁଥିବାର ଦୃଶ୍ୟ ବେଶ୍‌ ଆଖିଦୃର୍ଶୀୟା ହୋଇଥାଏ। ଆଉ ସେହି ଝରଣାର ପାଣି ଗୁମ୍ଫା ମଧ୍ୟ ଦେଇ ପ୍ରବାହିତ ହୋଇ ପର୍ଯ୍ୟଟକଙ୍କୁ ନିଆରା ଆନନ୍ଦ ପ୍ରଦାନ କରିଥାଏ। ଗୁମ୍ଫା ଆରମ୍ଭରୁ ପର୍ଯ୍ୟଟକମାନେ ଏହି ପାଣି ଭିତରେ ପଶି ପଶି ଆଗକୁ ଯାଇଥାନ୍ତି। କେଉଁଠି ପାଦେ ପାଦେ ପାଣି ଥାଏ ତ କେଉଁଠି ଆଣ୍ଠୁଏ ପାଣି। କିନ୍ତୁ ଏହି ଜଳାଧାରା ଭିତରେ ଗୋଡ଼ ପୁରାଇ ଚାଲି ଚାଲି ବୁଲିବାରେ ବେଶ୍‌ ମଜ୍ଜି ଯାଇଥାନ୍ତି ପର୍ଯ୍ୟଟକ। ଚାଲିବାର ଥକ୍କାପଣ ସେମାନଙ୍କୁ ଅନୁଭବ ହୁଏ ନାହିଁ। ବରଂ ଏହା ସେମାନଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରିଥାଏ। ସେଥିପାଇଁ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥିବା ଏହି ସ୍ଥାନଟି ଏବେ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଗଣିତ ହେଉଛି। କେବଳ ସେତିକି ନୁହେଁ, ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଉତ୍ତରାଖଣ୍ଡ ସରକାର ଏହାର ରକ୍ଷାବେକ୍ଷଣର ଦାୟିତ୍ୱ ନିଜ ହାତକୁ ନେଇ ଏଠାରେ ଅନେକ ଆଖିଦୃର୍ଶୀୟା କାର୍ଯ୍ୟ ମଧ୍ୟ କରିଛନ୍ତି। ସେଥିପାଇଁ ଦିନକୁ ଦିନ ଏଠାରେ ପର୍ଯ୍ୟଟକଙ୍କର ସଂଖ୍ୟା ବୃଦ୍ଧି ପାଉଛି।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ବୁଲି ଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ,ଏପ୍ରିଲ୍‌ରୁ ଅକ୍ଟୋବର ହେଉଛି ଏଠାକୁ ଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ। ବିଶେଷକରି ଖରାଦିନେ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ମଧ୍ୟ ଭଲ ବ୍ୟବସ୍ଥା ରହିଛି। ଡେରାଡୁନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟତମ ରେଳଷ୍ଟେଶନ। ସେଠାରୁ ଟାଉନ୍‌ ବସ୍‌ ଯୋଗେ ଅନରଓ୍ବାଲା ନାମକ ଏକ ଗାଁ ପର୍ଯ୍ୟନ୍ତ ଯିବାର ସୁବିଧା ରହିଛି। ତା’ପରେ ସେଠାରୁ ପ୍ରାୟ ୧ କି.ମି ପର୍ଯ୍ୟନ୍ତ ଟ୍ରେକିଂ କରି ଗଲେ ଏହି ରବର୍ସ କେଭ୍‌ ପଡିଥାଏ।
କିଛି ଜରୁରୀ ସୂଚନା
* ଗୁମ୍ଫା ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ପର୍ଯ୍ୟଟକଙ୍କୁ ଏଣ୍ଟ୍ରି ଟିକେଟ୍‌ କାଟିବାକୁ ହୋଇଥାଏ।
* ପାଣି ଭିତରେ ପଶି ଆରାମରେ ଚାଲିବା ପାଇଁ ଯେଉଁ ଉପଯୁକ୍ତ ଚପଲର ଆବଶ୍ୟକତା ଥାଏ, ତାହା ଏଣ୍ଟ୍ରି ଗେଟ୍‌ ପାଖରେ ଭଡ଼ାରେ ଦିଆଯାଇଥାଏ। ପର୍ଯ୍ୟଟକ ଏହାର ମଧ୍ୟ ସୁବିଧା ନେଇପାରିବେ।
* ଗୁମ୍ଫା ମଧ୍ୟରେ ବୁଲିବା ନିମନ୍ତେ ଏଠାରେ ପର୍ଯ୍ୟଟକଙ୍କୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁମତି ମିଳିଥାଏ।
* ସବୁଠୁ ବଡ଼ କଥା ହେଉଛି, ଗୁମ୍ଫା ମଧ୍ୟରେ ସ୍ଥାନେ ସ୍ଥାନେ ଆବଡ଼ା ଖାବଡ଼ା ରାସ୍ତା ବି ଥାଏ, ସେଠାରେ ପର୍ଯ୍ୟଟକଙ୍କୁ ଟିକେ ସାବଧାନତାର ସହ ଚାଲିବାକୁ ହୋଇଥାଏ। ଏଥିପ୍ରତି ପର୍ଯ୍ୟଟକ ସତ୍ତର୍କ ରଖିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?