ଫଳ ଉପରର ଷ୍ଟିକର କ’ଣ କହେ

ପାରମ୍ପରିକ ପଦ୍ଧତିର ବ୍ୟବହାର ହୋଇଛି। ହେଲେ ଏହା ଅର୍ଗାନିକ ନୁହେଁ। ଏହି ଫଳ ସ୍ବାସ୍ଥ୍ୟପ୍ରତି ବିଶେଷ ହାନିକାରକ ହୋଇ ନ ଥାଏ। ଏହା ଟିକେ ଶସ୍ତାରେ ବି ଉପଲବ୍ଧ ହୁଏ। ନମ୍ବର ୮ରୁ ଆରମ୍ଭ ହେଉଥିବା ପାଞ୍ଚ ଅଙ୍କର କୋଡ୍‌ କୌଣସି ଫଳ ଅବା ପନିପରିବା ଉପରେ ଥିଲେ ତାହା ଜିଏମ୍‌ଓ(ଜେନେଟିକାଲି ମୋଡିଫାଏଡ ଅର୍ଗାନିଜମ୍‌) ଦ୍ୱାରା ଚାଷ ହୋଇଛି। ହେଲେ ଫଳ କିଣିବାବେଳେ ଯଦି ଦେଖିବେ କି ପାଞ୍ଚ ଅଙ୍କର କୋଡ୍‌ ୯ ରୁ ଆରମ୍ଭ ହେଉଛି, ତେବେ ସେହି ଫଳକୁ ବିନା କୀଟନାଶକ ବ୍ୟବହାରରେ ଅର୍ଗାନିକ ଉପାୟରେ ଚାଷ କରାଯାଇଛି। ତା’ସହ ଏହାକୁ ଚାଷ କଲାବେଳେ ପୁରାତନ ପଦ୍ଧତିର ବ୍ୟବହାର ବି ହୋଇଛି। ତେଣୁ ଏହି ଫଳ ସ୍ବାସ୍ଥ୍ୟ ପାଇଁ ହିତକର।

ଫଳ ଶରୀର ପାଇଁ ବହୁ ଉପକାରୀ। ତେଣୁ ସମସ୍ତେ ନିଜ ଖାଦ୍ୟ ସାରଣୀରେ ଫଳକୁ ଯେମିତି ବି ହେଉ ସାମିଲ କରିବାକୁ ଚେଷ୍ଟା କରିଥାନ୍ତି। ହେଲେ ଫଳ କିଣିବାବେଳେ ଯଦି ଭଲ ଫଳ ବାଛି ନ ଆଣିବା ତେବେ ସ୍ବାସ୍ଥ୍ୟ ଖରାପ ହେବାର ବି ଆଶଙ୍କା ଥାଏ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଭଲ ଫଳ କିଣିବାରେ ଆମକୁ ଫଳ ଉପରର ଷ୍ଟିକର ସାହାଯ୍ୟ କରିପାରିବ। ହେଲେ ଅନେକେ ଏ ସମ୍ପର୍କରେ ନ ଜାଣିଥିବା ହେତୁ ଏହାକୁ ଅଣଦେଖା କରିଦଅନ୍ତି। ଜାଣି ରଖନ୍ତୁ ଏଇ ଷ୍ଟିକର୍‌ରେ ଥାଏ ଏକ କୋଡ୍‌, ଯାହାକି ଫଳ ସମ୍ପର୍କରେ ଦେଇଥାଏ ତଥ୍ୟ, ଯେମିତିକି ଏହାର ଗୁଣବତ୍ତା। ଷ୍ଟିକର ମାଧ୍ୟମରେ ଜାଣିହେବ କେଉଁ ଫଳକୁ ରାସାୟନିକ ସାର ବ୍ୟବହାର କରି ଉତ୍ପାଦନ କରାଯାଇଛି ଓ କାହାକୁ ପ୍ରାକୃତିକ ତଥା ଅର୍ଗାନିକ ଉପାୟରେ ଚାଷ କରାଯାଇଛି। ତେଣୁ କୋଡ୍‌ ଦ୍ୱାରା ଭଲ ଫଳ ବାଛିବା ସହଜ ହୋଇଯାଏ। ଫଳ ଉପରର ଷ୍ଟିକର୍‌ରେ ଥିବା ଏହି କୋଡ୍‌କୁ ପିଏଲ୍‌ୟୁ (ପ୍ରାଇସ୍‌ ଲୁକ୍‌ ଅପ୍‌ ) କୋଡ୍‌ କୁହାଯାଏ। ଫଳ ଉପରେ ଲାଗିଥିବା ଚାରି ଅଙ୍କର ପିଏଲୟୁ କୋଡ୍‌, ଯାହାକି ୩ ବା ୪ରୁ ଆରମ୍ଭ ହୁଏ ତା’ର ଅର୍ଥ ହେଉଛି ଏହି ଫଳଚାଷରେ ପାରମ୍ପରିକ ପଦ୍ଧତିର ବ୍ୟବହାର ହୋଇଛି। ହେଲେ ଏହା ଅର୍ଗାନିକ ନୁହେଁ। ଏହି ଫଳ ସ୍ବାସ୍ଥ୍ୟପ୍ରତି ବିଶେଷ ହାନିକାରକ ହୋଇ ନ ଥାଏ। ଏହା ଟିକେ ଶସ୍ତାରେ ବି ଉପଲବ୍ଧ ହୁଏ। ନମ୍ବର ୮ରୁ ଆରମ୍ଭ ହେଉଥିବା ପାଞ୍ଚ ଅଙ୍କର କୋଡ୍‌ କୌଣସି ଫଳ ଅବା ପନିପରିବା ଉପରେ ଥିଲେ ତାହା ଜିଏମ୍‌ଓ(ଜେନେଟିକାଲି ମୋଡିଫାଏଡ ଅର୍ଗାନିଜମ୍‌) ଦ୍ୱାରା ଚାଷ ହୋଇଛି। ହେଲେ ଫଳ କିଣିବାବେଳେ ଯଦି ଦେଖିବେ କି ପାଞ୍ଚ ଅଙ୍କର କୋଡ୍‌ ୯ ରୁ ଆରମ୍ଭ ହେଉଛି, ତେବେ ସେହି ଫଳକୁ ବିନା କୀଟନାଶକ ବ୍ୟବହାରରେ ଅର୍ଗାନିକ ଉପାୟରେ ଚାଷ କରାଯାଇଛି। ତା’ସହ ଏହାକୁ ଚାଷ କଲାବେଳେ ପୁରାତନ ପଦ୍ଧତିର ବ୍ୟବହାର ବି ହୋଇଛି। ତେଣୁ ଏହି ଫଳ ସ୍ବାସ୍ଥ୍ୟ ପାଇଁ ହିତକର।


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?