ଦାରୁବ୍ରହ୍ମଙ୍କ ଆଦ୍ୟଲୀଳା

ଜ୍ୟେଷ୍ଠ ପୂର୍ଣ୍ଣିମା ହିଁ ଦାରୁବ୍ରହ୍ମ ଜଗନ୍ନାଥଙ୍କର ଆବିର୍ଭାବ ଦିବସ। ତେଣୁ ଏହି ପୂର୍ଣ୍ଣିମାରେ ସ୍ନାନ ମହୋତ୍ସବ ଅନୁଷ୍ଠିତ ହୋଇଥାଏ।
ଜ୍ୟେଷ୍ଠ ମାସି ସିତପକ୍ଷେ ପୌର୍ଣ୍ଣମ୍ୟାଂ ଜଗଦୀଶ୍ୱରମ୍‌
ସ୍ନାପୟେତ୍ତୀର୍ଥ ତୋୟେନ ସର୍ବ ମଙ୍ଗଳ ସିଦ୍ଧୟେ।
ଏହି ପୁରୋଦୃଷ୍ଟିରୁ ବିଶ୍ୱ ମଙ୍ଗଳ କାମନାରେ ଶ୍ରୀଜଗନ୍ନାଥଙ୍କୁ ସ୍ନାନ କରାଯାଇ ମହୋତ୍ସବ ଅନୁଷ୍ଠିତ ହୁଏ। ତେଣୁ ଜ୍ୟେଷ୍ଠ ପୂର୍ଣ୍ଣିମା ଦେବସ୍ନାନ ପୂର୍ଣ୍ଣିମା ନାମରେ ଖ୍ୟାତ। ପୌରାଣିକ ମାନ୍ୟତାରେ ଦେବସ୍ନାନ ପୂର୍ଣ୍ଣିମାର ପାବନ ମୁହୂର୍ତ୍ତରେ ପବିତ୍ର ନୀଳାଚଳ ଧାମରେ ଦାରୁବ୍ରହ୍ମଙ୍କ ଆବିର୍ଭାବ ଘଟିଥିଲା।
ମହାରାଜା ଇନ୍ଦ୍ରଦ୍ୟୁମ୍ନ ସୁରମ୍ୟ ସ୍ନାନମଣ୍ଡପରେ ସୁଶୋଭିତ ଚନ୍ଦ୍ରାତପ ଆଚ୍ଛାଦନପୂର୍ବକ ଅଷ୍ଟୋତ୍ତର ଶତ ସ୍ବର୍ଣ୍ଣକଳସପୂର୍ଣ୍ଣ ମନ୍ତ୍ରପୂତ ତୀର୍ଥ ଜଳରେ ଦାରୁବ୍ରହ୍ମଙ୍କର ଆବିର୍ଭାବ ସ୍ନାନ ମହୋତ୍ସବ ସମ୍ପନ୍ନ କରାଇଥିଲେ। ସେହି ପାବନ ସ୍ମୃତିକୁ ଉଜ୍ଜୀବିତ ରଖି ଭକ୍ତବତ୍ସଳ ଶ୍ରୀଜଗନ୍ନାଥ ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନ ସିଂହାସନରୁ ଓହ୍ଲାଇ ସ୍ନାନମଣ୍ଡପରେ ସ୍ନାନ କରିବା ସହିତ ଅଗଣିତ ଜନତାଙ୍କୁ ଦର୍ଶନ ଦେଇଥାନ୍ତି। ସ୍ନାନଲୀଳା ହେଉଛି ଭକ୍ତବାଞ୍ଛା କଳ୍ପତରୁ ଦାରୁବ୍ରହ୍ମଙ୍କର ଆଦ୍ୟଲୀଳା। ଜଗତର ନାଥ ପରଂବ୍ରହ୍ମ ଆପଣାର ଏହି ଆବିର୍ଭାବ ମହୋତ୍ସବରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିଥାଆନ୍ତି। ଏହି ମହୋତ୍ସବରେ ତାଙ୍କ ନିକଟରେ କେହି ସାନ, ହୀନ ବା ପତିତ ନୁହନ୍ତି। ଏହି ଦିବ୍ୟସ୍ନାନ ମହୋତ୍ସବରେ ସେ ପାବନାବତୀର ପତିତପାବନ।
ଆବିର୍ଭାବ ମହୋତ୍ସବର ମହାସ୍ନାନ ପ୍ରୀତ୍ୟର୍ଥେ ସକଳ ପୁଣ୍ୟତୋୟା ତୀର୍ଥ ସମୂହ ନୀଳାଚଳ ଧାମସ୍ଥ ପବିତ୍ର ସ୍ବର୍ଣ୍ଣକୂପରେ ଆବିର୍ଭାବ ହୋଇଥାନ୍ତି ଏବଂ ଦେବସ୍ନାନ ପରେ ବାହୁଡ଼ି ଯାଆନ୍ତି। ଐତିହ୍ୟସମ୍ପନ୍ନ ସର୍ବପୁରାତନ ସ୍ବର୍ଣ୍ଣକୂପର ଅଧିଷ୍ଠାତ୍ରୀ ହେଉଛନ୍ତି ଜଗଜ୍ଜନନୀ ମା’ ଶୀତଳା। ବୈଦିକ ଯଜ୍ଞୀୟ ପଦ୍ଧତିରେ ଏହା ପ୍ରଣୀତାକୂପ ନାମରେ ସୁବିଖ୍ୟାତ। ଆବିର୍ଭାବୋତ୍ସବରେ ଦାରୁବ୍ରହ୍ମ ଏହି ପବିତ୍ର କୂପର ଜଳରେ ହିଁ ସ୍ନାନ କରିଥାଆନ୍ତି। ବର୍ଷସାରା କୂପଟି ବନ୍ଦ ରହିଥାଏ। କେବଳ ସ୍ନାନପୂର୍ଣ୍ଣିମା ପୂର୍ବଦିନ କୂପର ଆଭ୍ୟନ୍ତର ପରିଷ୍କାର କରାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନାର୍ଥେ ଅଷ୍ଟୋତ୍ତର ଶତକଳସ ଜଳ ସଂଗ୍ରହ କରାଯାଏ। ଏହା ହିଁ ସ୍ନାନ ମହୋତ୍ସବର ଅଧିବାସ ବିଧି। ଅଧିବାସିତ ଜଳରେ ଅଷ୍ଟଗନ୍ଧ କୃଷ୍ଣାଗୁରୁ, ରଶିର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଜିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ, ଲୋଧି ପ୍ରଭୃତି ମହୌଷଧି ମିଶ୍ରଣ ଓ ଅଭିମନ୍ତ୍ରଣ କରାଯାଏ। ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରିଥାନ୍ତି।
ସ୍ନାନ ପୂର୍ଣ୍ଣିମାର ବହୁ ପୂର୍ବରୁ ଚିତ୍ରକରମାନେ ସ୍ନାନମଣ୍ଡପକୁ ଚିତ୍ରବିଚିତ୍ର କରିଥାନ୍ତି। ଚତୁର୍ଦ୍ଧାମୂରତି ସ୍ନାନ ପୂର୍ଣ୍ଣିମା ପ୍ରତ୍ୟୁଷରୁ ରତ୍ନ ସିଂହାସନରୁ ପହଣ୍ଡି ବିଜେ ହୋଇ ଚନ୍ଦ୍ରାତପଶୋଭିତ ସୁସଜ୍ଜିତ ସ୍ନାନମଣ୍ଡପରେ ବିଜେ ହୋଇଥାନ୍ତି। ସ୍ମୃତି ଶାସ୍ତ୍ରାନୁଯାୟୀ ଦାରୁବ୍ରହ୍ମଙ୍କର ସ୍ନାନ ମହୋତ୍ସବ ସୂର୍ଯ୍ୟୋଦୟଠାରୁ ପାଳନ କରାଯାଏ।
ସ୍ନାନ ପୂର୍ଣ୍ଣିମାର ତାତ୍ପର୍ଯ୍ୟ
ଠାକୁରଙ୍କ ସ୍ନାନ ପାଇଁ ଏକ ସ୍ବତନ୍ତ୍ର ସ୍ନାନମଣ୍ଡପ ରହିଛି। ଏହା ଶ୍ରୀମନ୍ଦିରର ଆନନ୍ଦ ବଜାର ନିକଟରେ ଅବସ୍ଥିତ। ଏହାର ଦୈର୍ଘ୍ୟ ପ୍ରାୟ ୭୫ ଫୁଟ୍‌। ତିନି ବିଗ୍ରହ ବସିବା ପାଇଁ ବଡ଼ ବଡ଼ ବେଦିମାନ ନିର୍ମାଣ କରାଯାଇଛି। ସ୍ନାନ ମଣ୍ଡପରେ ପାହାଚମାନ ଅଛି ଓ ଏହା ଅତି ଉଚ୍ଚରେ ନିର୍ମିତ ହୋଇଥିବାରୁ ସିଂହଦ୍ୱାରର ଯେକୌଣସି ସ୍ଥାନରେ ଛିଡ଼ା ହେଲେ ମଧ୍ୟ ସ୍ନାନ ମଣ୍ଡପ ଦେଖାଯାଏ। ଏହି ସ୍ନାନ ପୂର୍ଣ୍ଣିମା ଦିନ ତିନିଠାକୁର ଶ୍ରୀମନ୍ଦିରର ପରିଧି ଭିତରେ ଏହିପରି ଭାବରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।
ଶୁକ୍ଳ ପକ୍ଷ ଦଶମୀଠାରୁ ଭାରତର ସବୁ ତୀର୍ଥ ଶ୍ରୀକ୍ଷେତ୍ରରେ ସମାଗମ ହୁଅନ୍ତି। ମା’ ଶୀତଳା ଠାକୁରାଣୀଙ୍କ ମନ୍ଦିର ନିକଟରେ ସୁନା କୂଅ ରହିଛି। ଏହିଠାରେ ହିଁ ସକଳ ତୀର୍ଥର ମିଳନ ହୁଏ। ପୂର୍ଣ୍ଣିମା ପୂର୍ବଦିନ ସୁନା ଗୋସେଇଁ ଓ ମୁଦିରଥ ୧୦୮ଟି ନୂଆ କୁମ୍ଭରେ ଜଳ ଆଣି ଭୋଗ ମଣ୍ଡପରେ ରଖିଥାଆନ୍ତି। ସେଦିନ ମଧ୍ୟ ଠାକୁରମାନଙ୍କୁ ‘ପହୁଡ଼’ ନ କରି ଶ୍ରୀମୁଖରେ ଖଣ୍ଡୁଆ ପକାଯାଏ। ରତ୍ନ ସିଂହାସନରୁ ଏକ ଶିଡ଼ି କୋଠ ସୁଆଁସିଆମାନେ ବାନ୍ଧନ୍ତି। ସ୍ନାନମଣ୍ଡପଟି ଚାନ୍ଦୁଆ ଓଢ଼ଣୀ ପ୍ରଭୃତିରେ ସଜ୍ଜିତ ହୁଏ। ପୂର୍ଣ୍ଣିମା ଦିନ ସକାଳୁ ପୂଜାପଣ୍ଡା ଓ ଅନ୍ୟାନ୍ୟ ସେବାୟତମାନେ ‘ମଙ୍ଗଳାର୍ପଣ’ କରନ୍ତି। ଦଇତାପତି(ବିଶ୍ୱାବସୁଙ୍କ ବଂଶଧର) ଠାକୁରମାନଙ୍କ ଦେହରେ ଡୋରି ବାନ୍ଧନ୍ତି। ଘଣ୍ଟା, କାହାଳୀ ଓ ବାଜଣା ଭିତରେ ତିନି ଠାକୁର ‘ଧାଡ଼ି ପହଣ୍ଡି’ କରି ସ୍ନାନମଣ୍ଡପରେ ଉଭା ହୁଅନ୍ତି। ପ୍ରଥମେ ସ୍ନାନବେଦିକୁ ଯାଆନ୍ତି ସୁଦର୍ଶନ, ତା’ପରେ ବଳଭଦ୍ର, ସୁଭଦ୍ରା, ମହାପ୍ରଭୁ ଜଗନ୍ନାଥ ଏବଂ ସର୍ବଶେଷରେ ମଦନମୋହନ।
ପାଞ୍ଚ ପରମ୍ପରାରେ ସମୃଦ୍ଧ ସ୍ନାନଲୀଳା
ସ୍ନାନଲୀଳା ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ମହାପ୍ରଭୁଙ୍କର ସ୍ନାନଲୀଳା ବୈଦିକ, ତାନ୍ତ୍ରିକ ଓ ପୁରାଣ ଶାସ୍ତ୍ର ପରମ୍ପରାରେ ସମୃଦ୍ଧ ହୋଇଥିବା ବେଳେ ଐତିହ୍ୟ ଓ ଭକ୍ତିମୂଳକ ଲୋକବିଶ୍ୱାସ ପରମ୍ପରାରେ ମଧ୍ୟ ମହିମାମଣ୍ଡିତ ହୋଇଅଛି। ବୈଦିକ ବିଧିରେ ସ୍ନାନଜଳ ଅଭିମନ୍ତ୍ରିତ ହେଉଥିବା ବେଳେ ସ୍ନାନଜଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ। ଦେବସ୍ନାନ ପୂର୍ଣ୍ଣିମାର ପୂର୍ବଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଥିବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ। ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହନ ସିଂହଙ୍କ ମଧ୍ୟରେ ଅବସ୍ଥିତ। ସତେଯେପରି ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ। ବର୍ଷସାରା କୂଅର ବ୍ୟବହାର ନ ଥିବାରୁ ଜଳପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ‘ଅଣତୁଠ ପାଣି’ ବୋଲି ଲୋକେ ବିଶ୍ୱାସ କରନ୍ତି। ବୈଦିକ ଯଜ୍ଞ ପରମ୍ପରାରେ ଏହି କୂଅକୁ ‘ପ୍ରଣୀତାକୂପ’ ବୋଲି କୁହାଯାଏ। ପ୍ରାଚୀନ କାଳରେ ଓଡ଼ିଶାରେ ଛୁଆଟିଏ ଜନ୍ମ ହେଲେ ତାକୁ ଅଣତୁଠ ପାଣି ମିଶାଇ ସ୍ନାନ କରିବାର ଜଳପଦୀୟ ପରମ୍ପରା ରହିଥିଲା।
ଏହାଦ୍ୱାରା ଦୁଷ୍ଟଶକ୍ତି ପ୍ରଭାବ କଅଁଳ ପିଲାଙ୍କ ଉପରେ ପଡ଼େନାହିଁ।
– ବୀରଭଦ୍ର ବିଶ୍ୱାଳ, ଫଟୋ: ଯଜ୍ଞେଶ୍ୱର ମହାନ୍ତି

 

 

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?