Posted inଜାତୀୟ

ଧର୍ମ ସଂସଦଠାରୁ ଦୂରତା ବଢ଼ାଇଲା ଆର୍‌ଏସ୍‌ଏସ୍‌, ମୋହନ ଭାଗଓ୍ବତ କହିଲେ ଏଭଳି…

ନୂଆଦିଲ୍ଲୀ, ୭।୨ : ଧର୍ମ ସଂସଦରେ ପ୍ରଦାନ କରାଯାଇଥିବା ମନ୍ତବ୍ୟ ନେଇ ସଂସଦଠାରୁ ଆର୍‌ଏସ୍‌ଏସ୍‌ ନିଜର ଦୂରତା ବଢ଼ାଇଛି। ରବିବାର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌)ର ମୁଖ୍ୟ ମୋହନ ଭଗଓ୍ବତ କହିଛନ୍ତି ଯେ ଧର୍ମ ସଂସଦରେ ଆୟୋଜକଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଅପମାନଜନକ ବିବୃତ୍ତି ହିନ୍ଦୁ ଭାବନାର ପ୍ରତିନିଧିତ୍ୱ କରେ ନାହିଁ।

ଧର୍ମ ସଂସଦ ଘଟଣାରେ ଯାହା କୁହାଯାଇଥିଲା ସେଥିରେ ନିଜର ଅସନ୍ତୋଷ ବ୍ୟକ୍ତ କରି ଭାଗଓ୍ବତ କହିଛନ୍ତି ,ସେଠାରେ ଯାହା ବି ଘଟିଲା, ତାହା ହିନ୍ଦୁ ଶବ୍ଦ, ହିନ୍ଦୁ କାର୍ଯ୍ୟ କିମ୍ବା ହିନ୍ଦୁ ମନୋଭାବ ନୁହେଁ। ନାଗପୁରରେ ଏକ ଖବରକାଗଜର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଏକ ବକ୍ତୃତା ’ହିନ୍ଦୁ ଧର୍ମ ଏବଂ ଜାତୀୟ ଏକତା’ ଶୀର୍ଷକ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବାବେଳେ ଆରଏସଏସ ମୁଖ୍ୟ ଏହି ମନ୍ତବ୍ୟ ଦେଇଛନ୍ତିି। ଭାଗବତ କହିଛନ୍ତି ଯେ ହିନ୍ଦୁତ୍ୱ ଏକ ‘ବାଦ’ ନୁହେଁ, ହିନ୍ଦୁତ୍ୱର ଇଂରାଜୀ ଅନୁବାଦ ହେଉଛି ହିନ୍ଦୁନେସ୍‌।

ଆରଏସ୍‌ଏସ୍‌ ମୁଖ୍ୟ ସୂଚିତ କରିଛନ୍ତି ଯେ ହିନ୍ଦୁତ୍ୱ ଶବ୍ଦ ପ୍ରଥମେ ଗୁରୁ ନାନକ ଦେବଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିଲା। ଏହା ରାମାୟଣ, ମହାଭାରତରେ ଉଲ୍ଲେଖ କରାଯାଇ ନାହିଁ। ହିନ୍ଦୁତ୍ୱ ଏକ ସୀମିତ ଶବ୍ଦର ଅର୍ଥ ନୁହେଁ, ଏହା ଗତିଶୀଳ ଏବଂ ଅଭିଜ୍ଞତା ସହିତ ନିରନ୍ତର ପରିବର୍ତ୍ତନ ହୋଇଥାଏ। ବ୍ୟକ୍ତିଗତ ଲାଭ କିମ୍ବା ଶତ୍ରୁତାକୁ ଦୃଷ୍ଟିରେ ରଖି ଦିଆଯାଇଥିବା ବିବୃତ୍ତି ହିନ୍ଦୁତ୍ୱର ପ୍ରତିନିଧିତ୍ୱ କରେ ନାହିଁ ବୋଲି ସେ କହିଛନ୍ତି।
ଆରଏସଏସ ମୁଖ୍ୟ କହିଛନ୍ତି ଯେ ଆରଏସଏସ କିମ୍ବା ଯେଉଁମାନେ ପ୍ରକୃତରେ ହିନ୍ଦୁତ୍ୱ ଅନୁସରଣ କରନ୍ତି ସେମାନେ ଏହାର ଭୁଲ ବ୍ୟାଖ୍ୟାରେ ବିଶ୍ୱାସ କରନ୍ତି ନାହିଁ। ସେ କହିଛନ୍ତି ଯେ ସମସ୍ତଙ୍କ ପ୍ରତି ସନ୍ତୁଳନ, ବିବେକ, ଆତ୍ମିୟତା ହିନ୍ଦୁତ୍ୱକୁ ପ୍ରତିନିଧିତ୍ୱ କରିଥାଏ।

ସୂଚନାଯୋଗ୍ୟ, ହରିଦ୍ୱାର ଏବଂ ଦିଲ୍ଲୀରେ ଧର୍ମ ସଂସଦରେ ଧାର୍ମିକ ନେତାଙ୍କ ଦ୍ୱାରା ଉତ୍ତେଜିତ ଭାଷଣ ଯୋଗୁଁ ବିବାଦ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ଭବାନୀପାଟଣାରେ କାଳବୈଶାଖୀ କୁଆପଥର ବର୍ଷା,କାର ଉପରେ ପଡ଼ିଲା ଗଛ

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଜୋରରେ ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା। ପଵନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri