Posted inଜାତୀୟ

ସାମ୍ପ୍ରଦାୟିକ ହିଂସାକୁ ନେଇ ଆରଏସ୍‌ଏସ୍‌ ମୁଖ୍ୟଙ୍କ ବୟାନ

ନୂଆଦିଲ୍ଲୀ,୨୯।୪: ରାମନବମୀ ପରଠାରୁ ଦେଶର ବିଭିନ୍ନ ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ଘଟଣା ସାମ୍ନାକୁ ଆସୁଛି। ଏହାକୁ ନେଇ ଏବେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ବୟାନ ସାମ୍ନାକୁ ଆସିଛି। ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ କହିଛନ୍ତି, ଏକ ସଭ୍ୟ ସମାଜରେ କୌଣସି ହିଂସାର ସ୍ଥାନ ନାହିଁ। ତାଙ୍କର ଏହି ବୟାନ ସମସ୍ତଙ୍କ ମନକୁ ଜିଣିନେଇଛି। ଅନ୍ୟପଟେ ଶିବସେନା ମୋହନ ଭାଗବତଙ୍କ ବୟାନକୁ ପ୍ରଶଂସା କରିବା ସହ ଏହି ବିଷୟରେ ଦେଶରେ ଆଲୋଚନା କରିବା ଉଚିତ୍‌ ବୋଲି କହିଛି। ସୂଚନାଯୋଗ୍ୟ, ଅମରାବତୀରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ସଂଘର ମୁଖ୍ୟ ମୋହନ ଯୋଗଦେଇଥିବା ବେଳେ ସାମ୍ପ୍ରଦାୟିକ ହିଂସାକୁ ନେଇ ପ୍ରତିକ୍ରିୟା ରଖିଥିଲେ। ସେ କହିଛନ୍ତି, ହିଂସାକୁ ଭଲ ପାଉଥିବା ସମାଜ ଏହାର ଶେଷ ଦିନକୁ ଗଣନା କରୁଛି। ଏଥିସହ ସେ କହିଛନ୍ତି, ହିଂସା ଦ୍ୱାରା କେହି ଲାଭବାନ ହୁଅନ୍ତି ନାହିଁ। ଆମକୁ ସର୍ବଦା ଅହିଂସା ଏବଂ ଶାନ୍ତି ପ୍ରେମୀ ହେବା ଉଚିତ୍‌। ଏଥିପାଇଁ ସମସ୍ତ ସମ୍ପ୍ରଦାୟକୁ ଏକାଠି କରିବା ଏବଂ ମାନବିକତାର ସୁରକ୍ଷା କରିବା ଆବଶ୍ୟକ। ଏହି କାର୍ଯ୍ୟକୁ ଆମେ ପ୍ରାଥମିକତା ଦେବା ଉଚିତ୍‌ ବୋଲି ମୋହନ ଭାଗବତ କହିଛନ୍ତି। ତେବେ ମୋହନ ଭାଗବତଙ୍କ ଏହି ବୟାନକୁ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ସମର୍ଥନ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ତାଙ୍କର ଏଭଳି ବିଚାରଧାରାକୁ ନେଇ ସାରା ଦେଶରେ ବିତର୍କ ହେବା ଉଚିତ୍‌ ବୋଲି ସଞ୍ଜୟ ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷଣ ପ୍ରକାଶ ପାଇଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ କୋଭାକ୍ସିନ୍‌ ୫୦ ପ୍ରତିଶତ ଫଳପ୍ରଦ, ଏମ୍ସ୍‌ ରିପୋର୍ଟ…

ନୂଆଦିଲ୍ଲୀ,୨୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଦେଶରେ ଟିକାକରଣ ଅଭିଯାନ...

ବଡ଼ ଘର ବଡ଼ ଗୁମର କଥା: ପଦାରେ ପଡ଼ିଲା ଶାଶୁ-ବୋହୂ କଳି

ପାଟନା,୨୭।୧୨: ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘରର କଳି ପୁଣି ପଦାକୁ ଆସିଛି। ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ...

ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲା: ୩ ପୋଲିସ ନିଲମ୍ବିତ

ହାଇଦ୍ରାବାଦ, ୧ା୧୨ (ଆଇଏଏନ୍‌ଏସ୍‌): ତେଲଙ୍ଗାନାର ମହିଳା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ଶନିବାର ୧୪ ଦିନ ପାଇଁ ବିଚାର...

ମୋତେ ଫାଶୀ ଦିଅ, ଆଖିରେ ଏସିଡ୍‌ ଢାଳ

ନୂଆଦିଲ୍ଲୀ,୧୩।୩(ପି.ଟି.): ମୁଁ ଯଦି ଭୁଲ କରିଥାଏ ତେବେ ମୋତେ ଫାଶୀ ଦେଇଦିଅ ଓ ମୋ ଆଖିରେ ଏସିଡ୍‌ ଢାଳ। ଦିଲ୍ଲୀର ଏକ କୋର୍ଟରେ ଏପରି କହିଛନ୍ତି...

ରୁଷିଆ-ୟୁକ୍ରେନ ସମ୍ଭାବ୍ୟ ଯୁଦ୍ଧ ପଛର କାରଣ କହିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୩।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଘନେଇବାରେ ଲାଗିଛି। ଏହାକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତା ବଢିବାରେ ଲାଗିଛି। ତେବେ ସମ୍ଭାବ୍ୟ ଯୁଦ୍ଧକୁ...

ମନ୍ଦିର ପାଇଁ ଧନବର୍ଷା: ୧୧୦ ମିନିଟରେ ୧୩୬ କୋଟି ସଂଗ୍ରହ

ଅହମଦାବାଦ,୧।୩: ମନ୍ଦିର ନିର୍ମାଣ ପାଇଁ ଗୁଜରାଟରେ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକେ ଧନବର୍ଷା କରିଛନ୍ତି। ମାତ୍ର ୧୧୦ ମିନିଟରେ ୧୩୬ କୋଟି ଟଙ୍କାର ଚାନ୍ଦା...

ନଦୀକୁ ଖସିଲା ବସ୍‌, ୬ ମୃତ

ଭୋପାଳ,୩।୧୦:ମଧ୍ୟପ୍ରଦେଶର ରାୟସେସ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍‌ ନଦୀକୁ ଖସିପଡିବା ଫଳରେ ୬ଜଣଙ୍କ ମୃତ୍ୟୁ ହୋଇଛି। ୧୯...

ପଞ୍ଜାବ କ୍ୟାବିନେଟର ସମ୍ପ୍ରସାରଣ: ୪ବିଧାୟକ ନେଲେ ମନ୍ତ୍ରୀ ପଦ ଶପଥ

ଚଣ୍ଡିଗଡ଼,୪।୭: ପଞ୍ଜାବରେ ମାନ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ ହୋଇଛି। ୫ଜଣ ଏଏପି ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୋମବାର ସନ୍ଧ୍ୟାରେ ପଞ୍ଜାବ ରାଜ...

Advertisement
Archives

Model This Week