Posted inଜାତୀୟ

ପୃଥିବୀରୁ ନିଶ୍ଚିହ୍ନ ହୋଇଯିବ ସମାଜ…ଜନସଂଖ୍ୟା ହ୍ରାସକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ମୋହନ ଭାଗବତ

ନୂଆଦିଲ୍ଲୀ,୧।୧୨: ଜନସଂଖ୍ୟା ହ୍ରାସ ନେଇ ସଂଗଠନର ମୁଖ୍ୟ ମୋହନ ଭଗବତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଭାଗବତ କହିଛନ୍ତି ଯେ ଜନସଂଖ୍ୟା ହ୍ରାସ ଏକ ଚିନ୍ତାର ବିଷୟ। ଜନସଂଖ୍ୟା ଅଭିବୃଦ୍ଧି ହାର ୨.୧ ହେବା ଉଚିତ। ଯଦି ଏହାଠାରୁ କମ ହୁଏ ତେବେ ଏହା ସମାଜ ପାଇଁ ଏକ ବଡ ବିପଦ। ଦୁଇରୁ ତିନି ପିଲା ରହିବା ଉଚିତ। ଏହା ଆବଶ୍ୟକ କାରଣ ସମାଜ ତିଷ୍ଠିବା ଉଚିତ।
ଭାଗବତ କହିଛନ୍ତି ଯେ ଆଧୁନିକ ଜନସଂଖ୍ୟା ବିଜ୍ଞାନ କହୁଛି ଯେ ଯେତେବେଳେ ଏକ ସମାଜର ଜନସଂଖ୍ୟା (ପ୍ରଜନନ ହାର) ୨.୧ ତଳକୁ ଯାଏ, ସେତେବେଳେ ସମାଜ ପୃଥିବୀରୁ ଅଦୃଶ୍ୟ ହୋଇଯାଏ। ଏହିପରି ଅନେକ ଭାଷା ଏବଂ ସମାଜ ନଷ୍ଟ ହୋଇଯାଇଛି। ଜନସଂଖ୍ୟା ୨.୧ ତଳକୁ ଯିବା ଉଚିତ ନୁହେଁ। ଆମ ଦେଶର ଜନସଂଖ୍ୟା ନୀତି ୧୯୯୮ କିମ୍ବା ୨୦୦୨ ରେ ସ୍ଥିର ହୋଇଥିଲା। କୌଣସି ସମାଜର ଜନସଂଖ୍ୟା ୨.୧ ରୁ କମ ହେବା ଉଚିତ ନୁହେଁ  ବୋଲି ସେ କହିଛନ୍ତି।

ମୋହନ ଭଗବତଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଅନେକ ଭାଜପା ନେତା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା କଥା କହୁଛନ୍ତି। ସେମାନେ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବା ବିଷୟରେ କହୁଛନ୍ତି। ହେଲେ ପ୍ରଜନନ ହାର ହ୍ରାସକୁ ନେଇ ସଂଘ ମୁଖ୍ୟ ଉଦବେଗ ପ୍ରକାଶ କରିଛନ୍ତି। କିଛି ମାସ ପୂର୍ବରୁ ରାଜସ୍ଥାନରୁ ଭାଜପା ବିଧାୟକ ବାଲମୁକୁଣ୍ଡାଚାର୍ଯ୍ୟ ଜନସଂଖ୍ୟା ନିୟନ୍ତ୍ରଣ ବିଲ ଆଣିବା ବିଷୟରେ କହିଥିଲେ।
ହାୱାମହଲ (ଜୟପୁର) ଆସନରୁ ବିଧାୟକ ବାଲମୁକୁଣ୍ଡାଚାର୍ଯ୍ୟ କହିଛନ୍ତି ଯେ ସନ୍ତୁଳନ ଏବଂ ବିକାଶ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ବିଲ ଆଣିବା ଆବଶ୍ୟକ। ଏକ ର୍ନିଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଭାଜପା ବିଧାୟକଙ୍କ ଟାର୍ଗେଟ କରି କହିଛନ୍ତି ଯେ ଜନସଂଖ୍ୟା ବୃଦ୍ଧି ବିକାଶର ବେଗରେ ବାଧା ସୃଷ୍ଟି କରୁଛି। ଚାରି ପତ୍ନୀ ଏବଂ ୩୬ ପିଲାଙ୍କୁ ଅନୁମତି ଦିଆଯାଇପାରିବ ନାହିଁ।
ବାଲମୁକୁଣ୍ଡାଚାର୍ଯ୍ୟଙ୍କ ଏହି ବିବୃତ୍ତିକୁ ନେଇ କଂଗ୍ରେସ ଭାଜପା ଉପରେ ଆକ୍ରମଣ କରିଥିଲା। ସ୍‌ଜନସଂଖ୍ୟା ନିୟନ୍ତ୍ରଣ ନାମରେ ଭାଜପା ଏକ ର୍ନିଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରୁଛି। ଜନସଂଖ୍ୟା ବିଷୟରେ ଚିନ୍ତା କରିବା ପରିବର୍ତ୍ତେ କେବଳ ଏକ ର୍ନିଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରିବା ଭାଜପାର ଉଦ୍ଦେଶ୍ୟ। ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଯଦି ଏକ ଆଇନ ପ୍ରସ୍ତୁତ କରାଯାଏ, ତେବେ କଂଗ୍ରେସ ଏହାକୁ ସ୍ବାଗତ କରିବ ବୋଲି କଂଗ୍ରେସ କହିଛି।
କହିରଖୁଛୁ, ସ୍ବାଧୀନତା ପରେ ୧୯୫୦ ମସିହାରେ ଭାରତରେ ପ୍ରଜନନ ହାର ୬.୨ ଥିଲା, ଯାହା ୨.୧ ପ୍ରତିଶତକୁ ଖସି ଆସିଛି। ଯଦି ଏହା ଜାରି ରହେ ତେବେ ୨୦୫୦ ସୁଦ୍ଧା ଭାରତରେ ପ୍ରଜନନ ହାର ୧.୩ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri