ତୈଳ-ବାଷ୍ପ ଭିତ୍ତିଭୂମିରେ ଖର୍ଚ୍ଚ ହେବ ୭.୫ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭିଡିଓ କନଫରେନ୍ସ ଯୋଗେ ତାମିଲନାଡୁର ୩୨,୭୦୦ କୋଟି ଟଙ୍କା ମୂଲ୍ୟର ତୈଳ ଏବଂ ବାଷ୍ପ ପ୍ରକଳ୍ପଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। କାର୍ଯ୍ୟକ୍ରମ ଅବସରରେ ସେ କହିଛନ୍ତି, କେନ୍ଦ୍ର ସରକାର ପ୍ରାକୃତିକ ବାଷ୍ପକୁ ସାମଗ୍ରୀ ଓ ସେବା ଟିକସ ପରିସରକୁ ଆଣିବା ଲାଗି ପ୍ରତିଶ୍ରୁତିବଦ୍ଧ। ଆଗାମୀ ୫ ବର୍ଷରେ ତୈଳ ଏବଂ ବାଷ୍ପ ଭିତ୍ତିଭୂମିରେ ୭.୫ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ୩୧ ହଜାର କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ନାଗାପଟିନମସ୍ଥିତ କୌଭେରି ବେସିନ ରିଫାଇନେରି ଦେଶର ଶକ୍ତି ଚାହିଦା ପୂରଣ ଦିଗରେ ଯୋଗଦାନ ରଖିବ। ସେହିଭଳି ରାମନାଥପୁରମ-ଥୋଥୁକୁଡି ଗ୍ୟାସ୍‌ ପାଇପଲାଇନ ତାମିଲନାଡୁକୁ ନିରନ୍ତର ଗ୍ୟାସ୍‌ ଯୋଗାଣ କରିବ। ଗ୍ୟାସୋଲିନ ଡେସୁଲଫୁରିଜେଶନ ୟୁନିଟ ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ସହାୟକ ହେବ। ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପଗୁଡିକ ଦ୍ୱାରା ୫୧.୭ ଲକ୍ଷ ମାନବ ଦିବସ ସୃଷ୍ଟି ହେବ ବୋଲି ମୋଦି ସୂଚନା ଦେଇଛନ୍ତି। ଲୋକାର୍ପିତ ଉକ୍ତ ପ୍ରକଳ୍ପ ତାମିଲନାଡୁ ବିଶୋଧନାଗାରକୁ ଏକ ପେଣ୍ଠସ୍ଥଳୀ କରିବ ବୋଲି ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧।୧୨: ଭାରତୀୟ ଷ୍ଟକ୍‌ ବଜାରର ଫଳାଫଳ କ୍ରମାଗତ ଭାବେ ଭଲ ରହିବା ସାଙ୍ଗକୁ ନିବେଶ ମଧ୍ୟ ବୃଦ୍ଧି ପାଉଛି। ଏପରିକି ଶେୟାର ବଜାରରେ ନିବେଶ କରୁଥିବା...

ପାରାଦୀପ ପୋର୍ଟରେ ଅତ୍ୟାଧୁନିକ ଟର୍ମିନାଲ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ,୨୯-୧୧: ଜେଏସ୍‌ଡବ୍ଲ୍ୟୁ ଗ୍ରୁପର ଅଂଶବିଶେଷ ଜେଏସ୍‌ଡବ୍ଳ୍ୟୁ ଇନଫ୍ରାଷ୍ଟ୍ରକଚର ପକ୍ଷରୁ ପାରାଦୀପ ବନ୍ଦରରେ ଅତ୍ୟାଧୁନିକ ଲୁହାପଥର ଟର୍ମିନାଲ କାର୍ଯ୍ୟକ୍ଷମ ହୋଇଛି। ବାର୍ଷିକ ୧୮ ନିୟୁତ ଟନ୍‌ କ୍ଷମତା...

୩ ବ୍ୟାଙ୍କକୁ ୮୬୫୫ କୋଟି ଟଙ୍କାର ପୁଞ୍ଜି

ନୂଆଦିଲ୍ଲୀ,୨୮-୧୨: ସରକାର ୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଲାଗି ୮୬୫୫ କୋଟି ଟଙ୍କାର ପୁଞ୍ଜି ସହାୟତା ଘୋଷଣା କରିଛନ୍ତି। ଏହା ମଧ୍ୟରେ ଆଲ୍ଲାହାବାଦ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ...

ପୁଞ୍ଜିବଜାରରେ ଉତ୍ସାହ; ନିବେଶକଙ୍କ ଲାଭ ୨.୮୩ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୪: ରିଜର୍ଭ ବ୍ୟାଙ୍କ ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଦ୍ୱିତୀୟ ବୁଷ୍ଟର ପ୍ୟାଜେକ ଘୋଷଣା କରିବା ପରେ ଏହାର ପ୍ରଭାବ ଦେଶର ପୁଞ୍ଜିବଜାର ଉପରେ ପରିଲକ୍ଷିତ...

ଅର୍ଥନୀତି ଧିମା ପଡିଥିବା ଗଭର୍ନରଙ୍କ ସ୍ବୀକାର

ମୁମ୍ବାଇ,୨୦-୮: ବର୍ତ୍ତମାନ ଦେଶର ଅର୍ଥନୀତି ଧିମା ହୋଇଯାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସ୍ବୀକାର କରିଛନ୍ତି। ଏଥିଯୋଗୁ ଆଭ୍ୟନ୍ତରୀଣ ଓ ବାହ୍ୟ...

ସଙ୍ଗଠିତ କ୍ଷେତ୍ରରେ ନିଯୁକ୍ତି ୪% ବଢ଼ିଛି

ନୂଆଦିଲ୍ଲୀ,୨୮ା୯: ଦେଶର ସଙ୍ଗଠିତ କ୍ଷେତ୍ରର ନିଯୁକ୍ତି ଗତ ୭ ବର୍ଷରୁ ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସ ସୁଦ୍ଧା ୪% ହାରରେ ବୃଦ୍ଧି ପାଇଛି। କେନ୍ଦ୍ର...

ୟୁଏସ୍‌ଏଫ୍‌ବିଏଲ୍‌ର ଶାଖା ସମ୍ପ୍ରସାରିତ

ଭୁବନେଶ୍ୱର,୩୦।୧: ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ (ୟୁଏସ୍‌ଏଫ୍‌ବିଏଲ୍‌)ର ଓଡ଼ିଶା ବଜାର ଏବଂ ଭୁବନେଶ୍ୱର ଅଞ୍ଚଳରେ ନୂତନ ବ୍ୟାଙ୍କିଙ୍ଗ ଆଉଟଲେଟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।...

ଅଟୋ ଡିଲରଙ୍କ ଅଣ୍ଟା ଭାଙ୍ଗିଦେଇଛି କୋଭିଡ୍‌

ନୂଆଦିଲ୍ଲୀ: ମହାମାରୀ ପୂର୍ବରୁ ଦେଶର ଅଟୋମୋବାଇଲ ଶିଳ୍ପ ମାନ୍ଦାବସ୍ଥା ଦେଇ ଗତି କରୁଥିଲା। ଗତ ୧୫ ମାସ ହେବ ଅଟୋ ଶିଳ୍ପରେ ବିକ୍ରି ଖସି ଚାଲିଛି।...

Advertisement
Archives

Model This Week