୩୦୦ କୋଟି ଟଙ୍କା, ୧୦ ଦିନ ପାଇଁ ଟିକା

ଭୁବନେଶ୍ୱର/ନୂଆଦିଲ୍ଲୀ, ୯।୪(ବୁରୋ):ବିଭିନ୍ନ ରାଜ୍ୟରେ କୋଭିଡ୍‌-୧୯ର ପୁନଃ ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି। ସୀମାନ୍ତବର୍ତ୍ତୀ ଜିଲାଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଓଡ଼ିଶା ପାଇଁ କରୋନା ସଂକ୍ରମଣ ପୁଣି ଚ୍ୟାଲେଞ୍ଜ ସୃଷ୍ଟି କରିଛି। ମହାମାରୀ ମୁକାବିଲା ଲାଗି ରାଜ୍ୟ ସରକାର କୋଭିଡ୍‌ ପରିଚାଳନା ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିଛନ୍ତି। ଟିକାକରଣ କାର୍ଯ୍ୟକ୍ରମକୁ ମଧ୍ୟ ତ୍ୱରାନ୍ବିତ କରାଯାଇଛି। କୋଭିଡ୍‌ର ଦ୍ୱିତୀୟ ଲହର ମୁକାବିଲା ଲାଗି ୩୦୦ କୋଟି ଏବଂ ୧୦ ଦିନ ଷ୍ଟକ୍‌ ରଖିବା ଲାଗି ଟିକା ଯୋଗାଇ ଦେବାକୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି।
ଦେଶରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ ବୈଠକରେ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଆଗାମୀ ୨-୩ ସପ୍ତାହ ଯୁଦ୍ଧକାଳୀନ ଭିତ୍ତିରେ ସଂକ୍ରମଣ ରୋକିବା ପାଇଁ ଉଦ୍ୟମ କରିବାକୁ ମୋଦି ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଏଥିସହିତ ଏପ୍ରିଲ ୧୧ରୁ ୧୪ ଟିକା ଉତ୍ସବ ପାଳନ କରି ସର୍ବାଧିକ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍‌ଡିଆରଏଫ୍‌) ଗାଇଡ୍‌ଲାଇନରେ ୨୦୨୦-୨୧ ଆର୍ଥିକବର୍ଷ ଲାଗି ୫୦% କୋଭିଡ୍‌ ପରିଚାଳନା ପାଇଁ ଖର୍ଚ୍ଚ ଅନୁମତି ଦେଇଥିଲେ। ଏହାକୁ ୨୦୨୧-୨୨ ଆର୍ଥିକବର୍ଷ ଲାଗି ଅପରିବର୍ତ୍ତିତ ରଖିଥିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ୨୦୨୦-୨୧ରେ ଏମର୍ଜେନ୍ସି କୋଭିଡ୍‌ ରେସ୍‌ପନ୍ସ ପ୍ଲାନ୍‌(ଇସିଆରପି)ରୁ ୪୦୦ କୋଟି ଦେବାକୁ ଓଡ଼ିଶା ଅନୁରୋଧ କରିଥିଲା। ତେବେ ସେଥିରୁ କେବଳ ୧୪୬ କୋଟି ଟଙ୍କା ମିଳିଛି। କୋଭିଡ୍‌-୧୯ର ନୂତନ ସଂକ୍ରମଣ ଆରମ୍ଭ ହୋଇଛି। ଏହାର ପରିଚାଳନା ପାଇଁ
୨୦୨୧-୨୨ ପାଇଁ ଅତିକମ୍‌ରେ ୩୦୦ କୋଟି ଟଙ୍କା ପ୍ରଦାନ କରିବାକୁ ନବୀନ ଅନୁରୋଧ କରିଛନ୍ତି। ନବୀନ କହିଛନ୍ତି ଯେ ଓଡ଼ିଶା ଟିକାକରଣ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ କରୁଛି। ସମଗ୍ର ଦେଶ ତୁଳନାରେ ରାଜ୍ୟରେ ସର୍ବନିମ୍ନ ଟିକା ନଷ୍ଟ ହେଉଛି। ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ଦେବା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଢଙ୍ଗରେ କରାଯାଉଛି। ଟିକା ଯୋଗାଣକୁ ନେଇ ଆମେ କେବେ ପ୍ରତିଯୋଗିତା କରିନାହୁଁ। ପ୍ରତ୍ୟେକ ଦିନ ରାଜ୍ୟରେ ୨.୫ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଉଛି। ଏହାକୁ ବୃଦ୍ଧି କରିବାକୁ ଉଦ୍ୟମ ଜାରିରହିଛି। ଓଡ଼ିଶା ପାଇଁ ଅତିକମ୍‌ରେ ୧୦ ଦିନ ସକାଶେ ଷ୍ଟକ୍‌ ରଖିବାକୁ ଟିକା ଯୋଗାଇ ଦେବା ସକାଶେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କୋଭିଡ୍‌ ମହାମାରୀକୁ ସମଗ୍ର ଦେଶ ଏକାଠି ହୋଇ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଏ ଲଢ଼େଇରେ ଓଡ଼ିଶା ନିଜର ସମର୍ଥନ ବଜାୟ ରଖିବ। ନୂତନ ମାମଲା ବଢ଼ୁଥିବାରୁ ସୀମାନ୍ତବର୍ତ୍ତୀ ଜିଲାଗୁଡ଼ିକରେ ବ୍ୟବସ୍ଥାକୁ ପୁଣି କାର୍ଯ୍ୟକ୍ଷମ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ବର୍ତ୍ତମାନ ଦେଶରେ ସଂକ୍ରମଣ ମୁକାବିଲା ପାଇଁ ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ସମ୍ବଳ ଉପଲବ୍ଧ ରହିଛି। ତେବେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଉପରେ ଫୋକସ୍‌ କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ପରିଚାଳନା ବ୍ୟବସ୍ଥାରେ ଉନ୍ନତି ଆବଶ୍ୟକ। ଦୀର୍ଘ ବର୍ଷେ ହେଲା ମହାମାରୀ ସହ ଲଢ଼ି କୋଭିଡ୍‌ ଯୋଦ୍ଧା ଓ ସ୍ବାସ୍ଥ୍ୟକର୍ମୀମାନେ କ୍ଳାନ୍ତ ହୋଇପଡ଼ିଛନ୍ତି। ସେଥିପାଇଁ କରୋନା ମୁକାବିଲାରେ କିଛିଟା ଢିଲା ଦେଖାଦେଇପାରେ। ତେବେ ଆମକୁ ଆଗାମୀ ୨-୩ ସପ୍ତାହ ପୂରା ଦମ୍‌ରେ ଭୂତାଣୁକୁ ମୁକାବିଲା କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏଥିସହିତ ସେ ପରୀକ୍ଷା, କଣ୍ଟାକ୍ଟ ଟ୍ରେସିଂ ଏବଂ ଚିକିତ୍ସା ତଥା କୋଭିଡ୍‌ ସୁରକ୍ଷା ନିୟମ କଡ଼ାକଡ଼ି ପାଳନ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ। ସ୍ଥିିତିକୁ ନିୟନ୍ତ୍ରଣ କରିବାରେ ଆମର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ବହୁତ କିଛି ସହାୟତା କରିଛନ୍ତି ଓ ଏବେ ବି କାର୍ଯ୍ୟ ଜାରି ରଖିଛନ୍ତି। କେତେକ ରାଜ୍ୟରେ ପ୍ରଶାସନ ଢିଲା ହୋଇଯିବା କାରଣରୁ ସମସ୍ୟା ବଢ଼ିଛି। ତେଣୁ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ମହାମାରୀର ମୁକାବିଲା କରିବା ଆବଶ୍ୟକ ହୋଇପଡ଼ିଛି ବୋଲି ମୋଦି କହିଥିଲେ। କିଛି ସପ୍ତାହ ପୂର୍ବରୁ ଦୈନିକ ସଂକ୍ରମଣ ପାଖାପାଖି ୨୦ ହଜାର ଥିଲାବେଳେ ଏବେ ତାହା ୧.୨୬ ଲକ୍ଷରେ ପହଞ୍ଚତ୍ଛି।
ଗତ ରବିବାର ପ୍ରଧାନମନ୍ତ୍ରୀ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ କୋଭିଡ୍‌ ଏବଂ ଟିକାକରଣ ସ୍ଥିତି ସମୀକ୍ଷା କରିଥିଲେ। ସେ ଟେଷ୍ଟିଂ, ଟ୍ରେସିଂ, ଚିକିତ୍ସା, କୋଭିଡ୍‌ ସୁରକ୍ଷା ନିୟମ ଏବଂ ଟିକାକରଣ ବଢ଼ାଇବା ଉପରେ ଗୁରୁତ୍ୱ ଦେଇଥିଲେ। ଏଗୁଡ଼ିକୁ ଅତ୍ୟନ୍ତ ଗମ୍ଭୀରତା ପୂର୍ବକ ତଥା ପ୍ରତିବଦ୍ଧତା ସହ କାର୍ଯ୍ୟକାରୀ ନ କଲେ ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିପାରିବା ନାହିଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?