Posted inଜାତୀୟ

୨୮ ବ୍ୟାଙ୍କରୁ ୨୨,୮୪୨ କୋଟିର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୧୩।୨: ଭାରତୀୟ ଇତିହାସରେ ସବୁଠୁ ବଡ଼ ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଛି। ଦେଶର ୨୮ଟି ବ୍ୟାଙ୍କରୁ ୨୨,୮୪୨ କୋଟି ଟଙ୍କା ଠକିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ଏବିଜି ଶିପ୍‌ୟାର୍ଡ ଲିମିଟେଡ୍‌ ଏବଂ ଏହାର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଋଷି କମଳେଶ ଅଗ୍ରଓ୍ବାଲଙ୍କ ସମେତ ଅନ୍ୟ ନିର୍ଦ୍ଦେଶକମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗୁଜରାଟରେ ଜାହାଜ ନିର୍ମାଣ ଓ ମରାମତି କରୁଥିବା ଏବିଜି ଶିପ୍‌ୟାର୍ଡ ଋଣ ନେଇ ପରିଶୋଧ ନ କରିବା ଅଭିଯୋଗ ୨୦୧୯ ନଭେମ୍ବରରେ ସାମ୍ନାକୁ ଆସିଥିବାବେଳେ ସିବିଆଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।

ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ପରେ ସିବିଆଇ ଏବେ ହଠାତ୍‌ ତତ୍ପରତା ଦେଖାଇବା ତଦନ୍ତକାରୀ ସଂସ୍ଥାର ଭୂମିକାକୁ ସନ୍ଦେହ ଭିତରକୁ ଟାଣିନେଇଛି। ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ୨୦୧୯ ନଭେମ୍ବର ୮ରେ ଠକେଇ ସମ୍ପର୍କରେ ଏତଲା ଦିଆଯାଇଥିଲା। ୨୦୨୦ ମାର୍ଚ୍ଚ ୧୨ରେ ସିବିଆଇ ଏହା ଉପରେ ସ୍ପଷ୍ଟୀକରଣ ଲୋଡ଼ିଥିଲା। ସେହିବର୍ଷ ଅଗଷ୍ଟରେ ବ୍ୟାଙ୍କ ସାନି ଅଭିଯୋଗ କରିଥିଲା। ପ୍ରାୟ ଦେଢ଼ବର୍ଷ ଧରି ଯାଞ୍ଚ କରିବା ପରେ ସିିବିଆଇ ଗତ ୭ ତାରିଖରେ ଏଫ୍‌ଆଇଆର୍‌ କରିଥିଲା। ଶନିବାର ଅଭିଯୁକ୍ତମାନଙ୍କ ୧୩ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି। ସୁରଟ, ଭରୁଚ, ମୁମ୍ବାଇ ଓ ପୁଣେରେ ଚଢ଼ାଉ ବେଳେ ଅନେକ ଆପତ୍ତିଜନକ ଦସ୍ତାବିଜ ଜବତ ହୋଇଥିବା ସିବିଆଇ ଏକ ବିବୃତିରେ କହିଛି। ଅନ୍ୟ ଅଭିଯୁକ୍ତମାନେ ହେଲେ ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଥନମ୍‌ ମୁଥାସ୍ବାମୀ ଏବଂ ନିର୍ଦ୍ଦେଶକ ଅଶ୍ୱିନୀ କୁମାର, ସୁଶୀଲ କୁମାର ଅଗ୍ରଓ୍ବାଲ ଓ ରବି ବିମଳ ନେଭେଟିଆ। ସେହିପରି ଏବିଜି ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିଃ ବିରୋଧରେ ମଧ୍ୟ ଆପରାଧିକ ଷଡ଼ଯନ୍ତ୍ର, ଠକେଇ, ବିଶ୍ୱାସଭଙ୍ଗ ଓ ପଦର ଦୁରୁପଯୋଗ ଅଭିଯୋଗରେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି)ର ବିଭିନ୍ନ ଦଫା ଏବଂ ଦୁର୍ନୀତି ନିବାରଣ ଆଇନ ବଳରେ ମାମଲା ରୁଜୁ କରାଯାଇଛି।

ଗୁଜରାଟର ଦହେଜ ଓ ସୁରଟରେ ଥିବା ଏବିଜି ଗ୍ରୁପ୍‌ର ଏହି କମ୍ପାନୀ ଜାହାଜ ନିର୍ମାଣ ଓ ମରାମତି କାର୍ଯ୍ୟ କରିଥାଏ। ଅଭିଯୋଗ ଅନୁଯାୟୀ ଉକ୍ତ କମ୍ପାନୀ ଏସ୍‌ବିଆଇରୁ ୨,୯୨୫ କୋଟି, ଆଇସିଆଇସିଆଇ ବ୍ୟାଙ୍କରୁ ୭,୦୮୯ କୋଟି, ଆଇଡିବିଆଇ ବ୍ୟାଙ୍କରୁ ୩,୬୩୪ କୋଟି, ବ୍ୟାଙ୍କ ଅଫ୍‌ ବରୋଦାରୁ ୧,୬୧୪ କୋଟି, ପିଏନ୍‌ବିରୁ ୧,୨୪୪ କୋଟି ଏବଂ ଆଇଓବିରୁ ୧,୨୨୮ କୋଟି ଟଙ୍କା ଋଣ ନେଇ ପରିଶୋଧ କରୁନାହିଁ। ମେସର୍ସ ଏର୍ନଷ୍ଟ ଆଣ୍ଡ ୟଙ୍ଗ୍‌ ଏଲ୍‌ପି ୨୦୧୯ ଜାନୁୟାରୀ ୧୮ରେ ଦାଖଲ କରିଥିବା ଫରେନ୍‌ସିକ୍‌ ଅଡିଟ୍‌ ରିପୋର୍ଟ ଅନୁଯାୟୀ ୨୦୧୨ ଏପ୍ରିଲରୁ ୨୦୧୭ ଜୁଲାଇ ମଧ୍ୟରେ ଅଭିଯୁକ୍ତମାନେ ପାଣ୍ଠି ସ୍ଥାନାନ୍ତର, ଆୟବ୍ୟୟରେ ତାଳମେଳ ନ ରଖିବା ଏବଂ ବ୍ୟାଙ୍କ ଋଣ ଅର୍ଥକୁ ଅନ୍ୟତ୍ର ବିନିଯୋଗ କରିବା ଭଳି ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିଲେ ବୋଲି ସିବିଆଇ ଏହାର ଏତଲାରେ ଦର୍ଶାଇଛି। ବିଶ୍ୱ ସ୍ତରରେ ସଙ୍କଟ ଜାହାଜ ଶିଳ୍ପକୁ ପ୍ରଭାବିତ କରିଛି। ଦ୍ରବ୍ୟ ଚାହିଦା କମିବା ଓ ମୂଲ୍ୟ ବୃଦ୍ଧି ଯୋଗୁ କାର୍ଗୋ ଚାହିଦା ହ୍ରାସ ପାଇଛି। କେତେକ ଜାହାଜର ଠିକା ମଧ୍ୟ ବାତିଲ ହୋଇଯାଇଛି। ଫଳରେ ଏହି ଶିଳ୍ପ ଆର୍ଥତ୍କ ସମସ୍ୟାର ସମ୍ମୁଖୀନ ହୋଇଛି। ୨୦୧୫ରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଜାହାଜ ନିର୍ମାଣ ଲାଗି କୌଣସି ଅର୍ଡର କରାଯାଇ ନ ଥିବା ଏତଲାରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?