Posted inଜାତୀୟ

ଚାଷୀଙ୍କ ଖାତାକୁ ଗଲା ୨୦,୯୦୦ କୋଟି

ନୂଆଦିଲ୍ଲୀ, ୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆବର୍ଷର ପ୍ରଥମ ଦିନରେ ଦେଶର ୧୦.୦୯ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ପିଏମ୍‌-କିଷାନ ଯୋଜନାରେ ୨୦,୯୦୦ କୋଟି ଟଙ୍କା ଆର୍ଥତ୍କ ସହାୟତା ପଠାଇଛନ୍ତି। ଭିଡିଓ କନ୍‌ଫରେନ୍ସ ଜରିଆରେ ମୋଦି ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦଶମ କିସ୍ତି ଟଙ୍କା ପଠାଇବା ଅବସରରେ କୋଭିଡ୍‌-୧୯ ମହାମାରୀ ଦ୍ୱାରା ସୃଷ୍ଟ ଚ୍ୟାଲେଞ୍ଜ ନୂଆବର୍ଷରେ ଦେଶର ବିକାଶ ପ୍ରକ୍ରିୟାରେ ବାଧକ ହେବାକୁ ଦିଆଯିବ ନାହିଁ ବୋଲି କହିଥିଲେ। ଦେଶ ସମ୍ପୂର୍ଣ୍ଣ ସତର୍କତାର ସହ ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଛି। ଏଥିସହିତ ଜାତୀୟ ସ୍ବାର୍ଥ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ମହାମାରୀ ସତ୍ତ୍ୱେ ସ୍ବାସ୍ଥ୍ୟସେବା, ପ୍ରତିରକ୍ଷା, କୃଷି, ଷ୍ଟାର୍ଟ-ଅପ୍‌ ଏବଂ ଭିତ୍ତିଭୂମି ସେକ୍ଟରରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇପାରିଛି। ମହାମାରୀ ବିରୋଧରେ ଭାରତର ବଳିଷ୍ଠ ମୁକାବିଲା ସବୁଦିନ ପାଇଁ ମନେ ରହିବ ବୋଲି ମୋଦି କହିଥିଲେ। ବର୍ତ୍ତମାନ ସୁଦ୍ଧା ୧୪୫ କୋଟିରୁ ଅଧିକ କୋଭିଡ୍‌ ଟିକା ଡୋଜ୍‌ ଦିଆଯାଇଥିବାରୁ ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ବିଗତ ବର୍ଷରେ ବିଭିନ୍ନ ସେକ୍ଟରରେ ସଂସ୍କାର ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି ଓ ଆଧୁନିକ ଭିତ୍ତିଭୂମି ସୃଷ୍ଟି ହୋଇଛି। ବିକାଶକୁ ଆହୁରି ଦ୍ରୁତତର କରାଯିବ। କରୋନା ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ ମଧ୍ୟ ଏହା ବିକାଶ ପ୍ରକ୍ରିୟାକୁ ରୋକିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନାରେ ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବର୍ଷକୁ ୩ଟି କିସ୍ତିରେ ୬ ହଜାର ଟଙ୍କା ଆର୍ଥତ୍କ ସହାୟତା ଯୋଗାଇ ଦିଆଯାଉଛି। ଏଥିସହିତ ପ୍ରଧାନମନ୍ତ୍ରୀ ୩୫୧ କୃଷି ଉତ୍ପାଦନ ସଂଗଠନ (ଏଫ୍‌ପିଓ)କୁ ୧୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଇକ୍ୟୁଟି ପ୍ରଦାନ କରିଛନ୍ତି। ଏହା ଦ୍ୱାରା ୧.୨୪ ଲକ୍ଷ ଚାଷୀ ଉପକୃତ ହେବେ। ପ୍ରଧାନମନ୍ତ୍ରୀଙ୍କ ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ୯ ମୁଖ୍ୟମନ୍ତ୍ରୀ ଓ ଅନେକ ମନ୍ତ୍ରୀ ଓ କୃଷି ଅନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେଇଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ସିବିଆଇ-ଇଡ଼ି-ଆୟକର ଭଳି ଏଜେନ୍ସିର ଦୂରୁପଯୋଗ କରୁଛନ୍ତି ସରକାର, କହିଲେ ମଲି୍ଳକାର୍ଜୁନ…

ନୂଆଦିଲ୍ଲୀ, ୩।୮ : ଦୁଇ ଦିନ ଧରି ଲୋକ ସଭା ଓ ରାଜ୍ୟ ସଭାରେ ଦରଦାମ ବୃଦ୍ଧି ବିଷୟରେ ଆଲୋଚନା ହେବା ପରେ ବୁଧବାର ଶିବସେନା...

ପାରମ୍ପରିକ ପୋଷାକ ପିନ୍ଧି ଚାଇନା ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମୋଦି

ମାମଲାପୁରମ,୧୧।୧୦: ତାମିଲନାଡୁର ମହାବଳିପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ୍‌ ହୋଇଛି। ଏହି ସମୟରେ ମୋଦି ତାମିଲନାଡୁର ପାରମ୍ପରିକ...

ସବୁ ସ୍ବାସ୍ଥ୍ୟକେନ୍ଦ୍ରର ଜାତୀୟକରଣ ହେଉ

ନୂଆଦିଲ୍ଲୀ,୧୦।୪(ପି.ଟି.): କରୋନା ମହାମାରୀରୁ ଦେଶ ମୁକ୍ତ ନ ହେବା ପର୍ଯ୍ୟନ୍ତ ସମସ୍ତ ସ୍ବାସ୍ଥ୍ୟସେବା କେନ୍ଦ୍ରକୁ ଜାତୀୟକରଣ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ...

ଦିଲ୍ଲୀରେ ଏଲ୍‌ଜି ଶାସନ

ନୂଆଦିଲ୍ଲୀ,୨୯ା୪: କେନ୍ଦ୍ର ସରକାରଙ୍କ ନୂଆ ଆଇନ ଅନୁସାରେ ଏଣିକି ଦିଲ୍ଲୀରେ ଉପରାଜ୍ୟପାଳ (ଏଲ୍‌ଜି) ସର୍ବେସର୍ବା। ଏଲ୍‌ଜି ଅନିଲ ବୈଜାଲଙ୍କ ନିୟନ୍ତ୍ରଣରେ ୮୦ ବିଭାଗ ରହିବ ଏବଂ...

ଦୈନିକ ସଂକ୍ରମଣ ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୨୪।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଗତ ୨୪...

ଅଗ୍ନିପଥ ଯୋଜନାରେ ପ୍ରତିରକ୍ଷାମନ୍ତ୍ରୀ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ, କହିଲେ ବରୁଣ ଗାନ୍ଧୀ…

ନୂଆଦିଲ୍ଲୀ, ୧୬।୬ : ସ୍ଥଳସେନା, ନୌସେନା ଏବଂ ବାୟୁସେନାରେ ନିଯୁକ୍ତି ପାଇଁ ଆରମ୍ଭ ହୋଇଥିବା ଅଗ୍ନିପଥ ଯୋଜନା ନେଇ ବିଭିନ୍ନ ବର୍ଗରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା...

ବନ୍ଦ ରାସ୍ତା ପାଇଁ ଧାରଣାରେ ବସିଲେ ବର, ସୋସିଆଲ ମିଡ଼ିଆରେ ଭାଇରାଲ…

ଡେରାଡୁନ,୭।୧୨ : ଉତ୍ତରାଖଣ୍ଡରେ ଜଣେ ବର ବିବାହ ପାଇଁ କନ୍ୟାଘରେ କଷ୍ଟେମଷ୍ଟେ ପହଞ୍ଚି ବିବାହ ପରେ ଧାରଣାରେ ବସିଥିବା ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ...

ପୁଣି ଅଟକିଲା ଦିଲ୍ଲୀ ମେୟର ନିର୍ବାଚନ: ଅନିର୍ଦ୍ଦିଷ୍ଟ କାଳ ଗୃହ ମୁଲତବୀ

ନୂଆଦିଲ୍ଲୀ,୨୫ା୧: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏବଂ ଭାଜପା କାଉନ୍‌ସିଲରଙ୍କ ମଧ୍ୟରେ ହଟ୍ଟଗୋଳ ଯୋଗୁ ମଙ୍ଗଳବାର ହେବାକୁ ଥିବା ଦିଲ୍ଲୀ ମେୟର ନିର୍ବାଚନ ଦ୍ୱିତୀୟ ଥର...

Advertisement
Archives

Model This Week