Posted inଜାତୀୟ

୫ ମାସର ଶିଶୁକନ୍ୟାଙ୍କୁ ଦିଆଯିବ ୧୬ କୋଟି ଟଙ୍କାର ଇଞ୍ଜେକଶନ: ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ମୁମ୍ବାଇ,୧୧।୨: ମହାରାଷ୍ଟ୍ରରେ ହସ୍ପିଟାଲରେ ଚିକିତ୍ସତ ହେଉଥିବା ୫ ମାସର ଶିଶୁ କନ୍ୟା ତୀରା କାମତଙ୍କ ଜୀବନ ରକ୍ଷା ହେବାର ଆଶା ସଞ୍ଚାର ହୋଇଛି। ତୀରା ଏସ୍‌ଏମ୍‌,-ଟାଇପ୍‌୧ ନାମକ ବିରଳ ରୋଗରେ ପୀଡ଼ିତା। ତାଙ୍କ ଜୀବନ ରକ୍ଷା ପାଇଁ ଡାକ୍ତର ୧୬ କୋଟି ଟଙ୍କାର ଇଞ୍ଜେକଶନ ଲେଖିଥିଲେ। ଏହାକୁ ବିଦେଶରୁ ମଗାଇବାକୁ ପଡ଼ିବପ ବୋଲି ଡାକ୍ତର ସୂଚନା ଦେଇଥିଲେ। ତେବେ ଏହା ଉପରେ ୬ କୋଟି ଟଙ୍କାର ଟିକସ ଲାଗିବ। ଏକଥା ଶୁଣି ତୀରାଙ୍କ ମାତା ପ୍ରିୟଙ୍କା ଏବଂ ପିତା ମିହିର ଦେଶାଇଙ୍କ ପାଦତଳୁ ମାଟି ଖସି ଯାଇଥିଲା। ବିନା ଇଞ୍ଜେକଶନ୍‌ରେ ତୀରା ୧୮ମାସ ବଞ୍ଚିବେ ବୋଲି ଡାକ୍ତର କହିଥିଲେ। ଏନେଇ ପରିବାର ସଦସ୍ୟ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌ଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଲାଗି ଅନୁରୋଧ କରାଯାଇଥିଲା। ଦେବେନ୍ଦ୍ର ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। ମୋଦି ଟିକସ ଛାଡ଼ ପାଇଁ ଅନୁମତି ଦେଇଥିଲେ। ଏବେ ତୀରାଙ୍କ ମାତା ପିତା ୧୦ କୋଟି ଟଙ୍କା ଜମା କରି ଇଞ୍ଜେକଶନ ଆଣିବେ। ସେମାନେ କଷ୍ଟକରି ଆବଶ୍ୟକ ଟଙ୍କା ଯୋଗାଡ଼ କରିଛନ୍ତି। ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଏହା ସମ୍ଭବ ହୋଇ ପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ନିର୍ମାଣ ବିବାଦ: ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବରଙ୍କୁ ଭେଟିଲେ ସୋନୁ ସୁଦ

ମୁମ୍ବାଇ,୧୩।୧: ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ବେଆଇନ ହୋଟେଲ ନିର୍ମାଣ ମାମଲା ଏବେ ବମ୍ବେ ହାଇକୋର୍ଟରେ ବିଚାରଧୀନ ରହିଛି। ବ୍ରିହମୁମ୍ବାଇ ମୁନିସିପାଲ କର୍ପୋରେଶନ (ବିଏମ୍‌ସି) ପକ୍ଷରୁ...

କରୋନା ସଂକ୍ରମଣ: ଦେଶରେ ୩୧.୬ ଲକ୍ଷ ଲୋକ କ୍ୱାରାଣ୍ଟାଇନରେ

ନୂଆଦିଲ୍ଲୀ,୧୭।୭: କରୋନା ସଂକ୍ରମଣ ବେଳକୁ ବେଳ ଉଗ୍ର ରୂପ ନେଉଥିବା ବେଳେ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରି ସାରିଲାଣି।...

୫ ଦିନରେ ଅଢ଼େଇ ଲକ୍ଷରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୩।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୫ ଦିନ ଧରି ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦...

ଲକ୍‌ଡାଉନ୍‌ ସମୟରେ ବିବାହ ଉତ୍ସବରେ ୫୦ରୁ ଅଧିକ ଲୋକ ଦେଇ ପାରିବେନି ଯୋଗ

ନୂଆଦିଲ୍ଲୀ,୨।୫: ଦେଶରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ତୃତୀୟ ଥର ପାଇଁ ଲକ୍‌ଡାଉନ୍‌ ଜାରି ହୋଇଛି। ଲକ୍‌ଡାଉନ୍‌...

ଏମପିଙ୍କ ମନ୍ତବ୍ୟ ପରେ ଗାଈ ନେଇ ସୁନା ଋଣ ପାଇଁ ପହଞ୍ଚିଲେ ଏହି ବ୍ୟକ୍ତି

କୋଲକାତା,୭।୧୧:ପଶ୍ଚିମବଙ୍ଗର ହୁଗୁଳି ଜିଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଭାଜପା ଏମ୍‌ପି ଦିଲୀପ ଘୋଷଙ୍କ ଏକ ମନ୍ତବ୍ୟ ପରେ ହୁଗୁଳିର ଜଣେ ବ୍ୟକ୍ତି ନିଜର...

ନୋଏଡ଼ାରେ ୨ ମାସ ପର୍ଯ୍ୟନ୍ତ ୧୪୪ ଧାରା ଜାରି

ନୂଆଦିଲ୍ଲୀ, ୮।୮: ଉତ୍ତରପ୍ରଦେଶ ନୋଏଡ଼ାରେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ...

ଦିଲ୍ଲୀରୁ କେରଳ: ଦେଶର ୧୦ଟି ଅଞ୍ଚଳ ଘୋଷିତ ହୋଇପାରେ କରୋନା ସଂକ୍ରମଣ ହଟ୍‌ସ୍ପଟ୍‌ !

ନୂଆଦିଲ୍ଲୀ,୧।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଭୟଙ୍କର ସ୍ଥିତି ଦେଖାଦେଇଛି। ଏପରିସ୍ଥଳେ ସାମାଜିକ ଦୂରତା, ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ...

ଆର୍ଥିକ ସଙ୍କଟ: ଶ୍ୱେତପତ୍ର ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ,୨୮ା୮(ପି.ଟି./ଆଇଏଏନ୍‌ଏସ୍‌):ବିମଲ ଜଲାନ କମିଟିର ସୂୁପାରିସକ୍ରମେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଲାଭାଂଶ ଓ ବଳକା ପୁଞ୍ଜି ବାବଦରେ କେନ୍ଦ୍ର ସରକାରଙ୍କୁ ୧.୭୬ ଲକ୍ଷ କୋଟି ଟଙ୍କା...

Advertisement

BGU

Archives

Model This Week

Why Dharitri