ଶିକ୍ଷକଙ୍କଠାରୁ ୧୨ଲକ୍ଷ ଟଙ୍କା ଲୁଟ୍‌ ଘଟଣା ମୁଖ୍ୟ ଅଭିଯୁକ୍ତ ଗିରଫ, ୯ ଲକ୍ଷ ଜବତ

ଭଦ୍ରକ ଅଫିସ, ୨୪।୬: ଭଦ୍ରକ ସହରର ଅପର୍ତିବିନ୍ଧା ଛକ ନିକଟ ଷ୍ଟେଟବ୍ୟାଙ୍କ ସାମ୍ନାରୁ ଗତ ୯ ତାରିଖରେ ଜଣେ ଶିକ୍ଷକଙ୍କଠାରୁ ୧୨ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗୁରୁବାର ରାତିରେ ଭଦ୍ରକ ଟାଉନ ପୋଲିସ ଗିରଫ କରିଛି। ସେ ହେଲେ ଗଞ୍ଜାମ ଜିଲା ଆସିକା ଥାନା ମରାଠୀବାସା ପକାଳପଲ୍ଲୀର ଏମ୍‌. ଶ୍ରୀକାନ୍ତ। ତାଙ୍କୁ ଗିରଫ କରି ଭଦ୍ରକ ଆଣିବା ପରେ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଖବରଦାତା ସମ୍ମିଳନୀରେ ଏସ୍‌ପି ଚରଣ ସିଂ ମୀନା ସୂଚନା ଦେଇଛନ୍ତି। ତାଙ୍କ ନିକଟରୁ ଜବତ ହୋଇଥିବା ୯ ଲକ୍ଷ ଟଙ୍କା ଉକ୍ତ ଶିକ୍ଷକଙ୍କୁ ପ୍ରଦାନ କରାଯାଇଛି। ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ଆଗରପଡ଼ା କୃଷ୍ଣଚନ୍ଦ୍ର ବିଦ୍ୟାମନ୍ଦିର ଶିକ୍ଷକ ଅଶୋକ ଖିଲାର ଜମି କିଣିବା ପାଇଁ ଉକ୍ତ ବ୍ୟାଙ୍କରୁ ୧୨ଲକ୍ଷ ଟଙ୍କା ଉଠାଇଥିଲେ। ସେ ବାଇକ୍‌ରେ ବସିଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପି ନେଇ ପଳାଇଥିଲେ। ଏନେଇ ଅଶୋକଙ୍କ ଅଭିଯୋଗ କ୍ରମେ ଟାଉନ ଥାନାରେ ମାମଲା(ନଂ. ୨୧୮/୨୨) ରୁଜୁ ହୋଇଥିଲା। ଟାଉନ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ପୂର୍ବରୁ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅପରାଧୀମାନଙ୍କ ଉପରେ କଡ଼ା ନଜର ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷା ପାଇଁ ଖଲାସି କାମ କରୁଛନ୍ତି ମେଧାବୀ ଛାତ୍ର

ଲୋଇସିଂହା,୪।୩: ବଲାଙ୍ଗୀର ଜିଲା ଲୋଇସିଂହା ବସ୍ତି କୁମ୍ଭାରପଡ଼ାର ମେଧାବୀ ଛାତ୍ର ମୁନୁ ରଣା। ମୁମ୍ବାଇ ଦେଉନର ସ୍ଥିତ ଟାଟା ସାମାଜିକ ବିଜ୍ଞାନ ସଂସ୍ଥାନର ଶିକ୍ଷା ବିଭାଗରେ...

ପୁଣି ଜଙ୍ଗଲରେ ନିଆଁ

ନିରାକାରପୁର,୨୪।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବାନାଚ ଅଧୀନରେ ଥିବା ଜଙ୍ଗରେ ବୁଧବାର ନିଆଁ ଲାଗିଯାଇଛି। ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ...

୨୪ ଶିକ୍ଷକ ବହିଷ୍କୃତ, ଜଣେ ଛାଡିଲେ ଚାକିରି

ନବରଙ୍ଗପୁର,୩୧।୧୨(ବି.ପ୍ର.): ନବରଙ୍ଗପୁର ଜିଲାରେ ଲମ୍ବା ଛୁଟିରେ ଥିବା ଶିକ୍ଷକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଜିଲା ପ୍ରଶାସନ। ଲମ୍ବା ଛୁଟରେ ଥିବା ୩୧ଜଣ ଶିକ୍ଷକଙ୍କ ମଧ୍ୟରୁ...

ପୁଅର ଠେଙ୍ଗା ମାଡ଼ରେ ମା’ମୃତ

ହିଞ୍ଜିଳିକାଟୁ, ୨୮।୪(ଡି.ଏନ୍‌.ଏ.): ପୁଅର ଠେଙ୍ଗା ମାଡ଼ରେ ମା’ଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଧିନ...

ଆର୍‌ଏସ୍‌ପିରେ ଗ୍ୟାସ୍‌ ଲିକ୍‌: ଆଖିବୁଜିଲେ ୨

ରାଉରକେଲା ଅଫିସ, ୬।୧: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କୋଲ କେମିକାଲ ବିଭାଗରେ ବୁଧବାର ସକାଳ ପ୍ରାୟ ୧୦ଟାରେ ଘଟିଛି ଅଘଟଣ। ମରାମତି କାମ ଚାଲିଥିବା...

ବିଦ୍ୟୁତ୍‌ ତାରରେ ଲାଗିଲା ମେଢ଼, ଯୁବକ ମୃତ

ବରୀ,୧୯ା୯(ମହେନ୍ଦ୍ର ସ୍ବାଇଁ): ଗଣେଶ ପୂଜା ପାଇଁ ସବୁଠି ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ଯାଜପୁର ଜିଲା ବରୀ ବ୍ଲକ୍‌ ଅଧୀନ ବାଲିବିଲଠାରେ ଏକ ଅଘଟଣ ଘଟିଛି। ଗଣେଶ...

ନୂଆଦିଲ୍ଲୀରେ ସ୍ବାଧୀନତା ଦିବସ ସମାରୋହରେ ମତ୍ସ୍ୟଜୀବୀ ଦମ୍ପତୀ ସ୍ବତନ୍ତ୍ର ଅତିଥି

ଛତ୍ରପୁର,୧୨।୮(ସନ୍ତୋଷ ପାଢ଼ୀ ): ନୂଆଦିଲ୍ଲୀରେ ହେବାକୁ ଥିବା ସ୍ବାଧୀନତା ଦିବସ ସମାରୋହରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେବାକୁ ଗଞ୍ଜାମ ଜିଲାର ମତ୍ସ୍ୟଜୀବୀ ଦମ୍ପତିଙ୍କୁ ନିମନ୍ତ୍ରଣ...

ଅବକାରୀ ଚଢ଼ାଉ, ଦୁଇ ଗିରଫ

ବାଲିକୁଦା,୨୬।୨(ସ୍ବ.ପ୍ର.): ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୩ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଏଥିସହିତ...

Advertisement
Archives

Model This Week