ରାୟଗଡ଼ା ଜିଲାରେ ୧୦ ଟଙ୍କିଆ ମୁଦ୍ରା ଅଚଳ

ରାୟଗଡ଼ା,୨୨ା୧୨(ସ୍ବ.ପ୍ର.): ଦେଶରେ ସବୁଠି ୧୦ ଟଙ୍କିଆ ମୁଦ୍ରା ପ୍ରଚଳିତ ଥିବାବେଳେ କେତେକ ଅଞ୍ଚଳରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଦକ୍ଷିଣ ଓଡ଼ିଶାରେ ଏହା ଅଚଳ ହୋଇଛି। ରାୟଗଡ଼ା ଜିଲାରେ ବଜାରରେ କୌଣସି ସ୍ଥାନରେ ୧୦ ଟଙ୍କିଆ ମୁଦ୍ରା ଅଚଳ ଥିବାବେଳେ କେବଳ ବ୍ୟାଙ୍କରେ ଏହାକୁ ଗ୍ରହଣ କରାଯାଉଛି। ଏହାକୁ ନେଇ ଲୋକେ ସମସ୍ୟାରେ ପଡ଼ୁଛନ୍ତି। ହେଲେ ଏ ନେଇ କୌଣସି ସମାଧାନର ବାଟ ମଧ୍ୟ ବାହାରୁନି।

୨୦୦୯ ମାର୍ଚ୍ଚରେ ଆର୍‌ବିଆଇ ପକ୍ଷରୁ ୧୦ ଟଙ୍କିଆ ମୁଦ୍ରା ପ୍ରଚଳନ କରାଯାଇଥିଲା। ଏହାର ଆକର୍ଷଣୀୟ ଡିଜାଇନ ଯୋଗୁ ଦେଶରେ ଏହା ବହୁଳ ଭାବେ ବ୍ୟବହାର ମଧ୍ୟ ହେଉଛି। ହେଲେ କରୋନା ସମୟରେ ଏହି ମୁଦ୍ରା ଅଚଳ ହୋଇଥିବା ନେଇ ଜିଲାରେ ଗୁଜବ ପ୍ରଚାର ହୋଇଥିଲା। ଏହା ପରଠାରୁ ଜିଲାରେ ଆଉ ୧୦ ଟଙ୍କିଆ ମୁଦ୍ରା କେହି ଗ୍ରହଣ କରୁନାହଁାନ୍ତି। ପ୍ରଥମେ ବ୍ୟବସାୟୀମାନେ ଗ୍ରାହକଙ୍କ ଠାରୁ ଏହି ମୁଦ୍ରା ଗ୍ରହଣ କରି ନ ଥିଲେ। ପରେ ଗ୍ରାହକମାନେ ମଧ୍ୟ ବ୍ୟବସାୟୀଙ୍କ ଠାରୁ ଗ୍ରହଣ କରୁନାହାଁନ୍ତି। ଏମିତିକି ଶପିଂମଲରେ ମଧ୍ୟ ଏହି ମୁଦ୍ରା ଗ୍ରହଣ କରୁନାହାଁନ୍ତି। ଜିଲାର ବ୍ୟବସାୟୀମାନେ ନିଜ ଇଚ୍ଛାରେ ନିୟମ କରି ଏହାକୁ ଅଚଳ କରିଦେଇଥିବା ଅଭିଯୋଗ ହେଉଛି। ଲୋକଙ୍କ କହିବା ହେଲା, ଏହି ମୁଦ୍ରା ଏବେ ଜିଲାରେ ଲୋକେ କେବଳ ଘରେ ସାଇତି ରଖିବା ବ୍ୟତୀତ କୌଣସି କାମରେ ଲାଗୁନି। ଆଉ କେତେଜଣ ପିଲାଙ୍କ ପିଗି ବ୍ୟାଙ୍କର ଓଜନ ବଢ଼ାଇଛି।

ଏବଂ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରେ ୧୦ ଟଙ୍କିଆ ମୁଦ୍ରା କାରବାର ହେଉଥିବାବେଳେ ରାୟଗଡ଼ା ଜିଲାରୁ ଯାଉଥିବା ଲୋକେ ସେଠାରେ ୧୦ ଟଙ୍କିଆ ମୁଦ୍ରାର ବ୍ୟବହାର କରୁଛନ୍ତି। ହେଲେ ସେଠାରୁ ଏହି ମୁଦ୍ରା ଗ୍ରହଣ କରୁନାହାଁନ୍ତି। ଫଳରେ ଅନେକ ସମୟରେ ସେଠାକାର ବ୍ୟବସାୟୀଙ୍କ ସହ ବଚସା ହେଉଛି। ୧୦ ଟଙ୍କିଆ ମୁଦ୍ରା ପ୍ରଚଳନ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ବ୍ୟାଙ୍କରେ ସଚେତନତା ଫଳକ ଲଗାଯାଇଛି। ହେଲେ ବ୍ୟବସାୟୀ କିମ୍ବା ଜନସାଧାରଣ ଏହାକୁ ମାନୁ ନାହାଁନ୍ତି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) କୌଣସି ମୁଦ୍ରାକୁ ଅଚଳ ବୋଲି ଘୋଷଣା ନ କରିବା ପର୍ଯ୍ୟନ୍ତ ଏହାକୁ କେହି ନିଷିଦ୍ଧ କରିପାରିବେ ନାହିଁ। ଏହା ଆଇନଗତ ଅପରାଧ। ହେଲେ ରାୟଗଡ଼ା ଜିଲାରେ ଏହାକୁ କେହି ମାନିବାକୁ ନାରାଜ। ଏ ନେଇ ସ୍ଥାନୀୟ ଏକ ବ୍ୟାଙ୍କର ମ୍ୟାନେଜରଙ୍କୁ ପଚାରିବାରୁ ଆର୍‌ବିଆଇ ପକ୍ଷରୁ ୧୦ ଟଙ୍କିଆ ମୁଦ୍ରା ଅଚଳ କରାଯାଇ ନାହିଁ ବୋଲି କହିଛନ୍ତି।

ଏଥିସହ ଲୋକଙ୍କୁ ବାରମ୍ବାର ବୁଝାଇବା ସତ୍ୱେ ସେମାନେ ବୁଝୁନାହାଁନ୍ତି ବୋଲି ସେ କହିଛନ୍ତି। ତେବେ ଏହି ଗୁଜବକୁ ଦୂର କରିବା ଦିଗରେ ବ୍ୟାଙ୍କ ଅଧିକାରୀ, ପୋଲିସ, ଜିଲା ପ୍ରଶାସନର ଉଦ୍ୟମ ଜରୁରୀ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ମଧୁବୈଶ୍ଯ ସମାଜର ବାର୍ଷିକ ସମ୍ମିଳନୀ ; ପାରମ୍ପରିକ ବ୍ୟବସାୟର ପ୍ରଚାର ପ୍ରସାର ଉପରେ ବିଧାୟକଙ୍କ ଗୁରୁତ୍ୱ

ଦିଗପହଣ୍ଡି,୧୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହାଟତୋଟା ସ୍ଥିତ ଗୁପ୍ତେଶ୍ବର ଶୈବପୀଠ ପରିସରରେ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ଯ (ଗୁଡିଆ) ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

ଥୁଆମୂଳ ରାମପୁରରେ ମା’ ମାଣିକେଶ୍ୱରୀଙ୍କ ବାଲିଯାତ୍ରା ଓ ଦଶହରା ପୂଜାସୂଚୀ ପ୍ରକାଶିତ, ଝାମୁଯାତ୍ରା…

ଥୁଆମୂଳ ରାମପୁର,୧୬।୯(ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଇଷ୍ଟଦେବୀ ହେଉଛନ୍ତି ମା’ ମାଣିକେଶ୍ୱରୀ । ଥୁଆମୂଳ ରାମପୁର ଠାରେ ଚଳିତ ୨୦୨୬ ବର୍ଷର…

ବାପାଙ୍କ ଛୁରାମାଡ଼ରେ ପୁଅଙ୍କ ଚାଲିଗଲା ଜୀବନ, ନୂଆଁଖାଇରେ ହୋଇଥିଲା ରକ୍ତପାତ

ଝରିଗାଁ,୧୬।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁସୁମପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତ ମଙ୍ଗଳବାର ରାତିରେ ବାପାର ଛୁରା ମାଡ଼ରେ…

କନ୍ନଡ ଅଭିନେତା ଅନନ୍ତ ନାଗ୍‌ ପାଇବେ ଦାଦା ସାହେବ ଫାଲ୍‌କେ ଆୱାର୍ଡ

ନୂଆଦିଲ୍ଲୀ,୧୬।୯: ଭାରତୀୟ ସିନେମାରେ ନିଜର ଦୀର୍ଘ ଓ ସ୍ମରଣୀୟ ଅବଦାନ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବେ କନ୍ନଡ଼ ସିନେମାର ଭେଟେରାନ୍‌ ଅଭିନେତା ଅନନ୍ତ ନାଗ ।…

ଦେଶରେ ହଇଚଇ! Gen-Z ଙ୍କୁ ନୂଆ ମେସେଜ୍ ଦେଲେ ଓୱେସି, ଯିଏ ସ୍ତ୍ରୀଙ୍କ କଥା ମାନି ଚଳେ….

ଭୋପାଳ,୧୬।୯: ୟୁନିଫର୍ମ ସିଭିଲ୍ କୋଡ୍ (UCC) ବିରୋଧରେ ଭୋପାଳରେ ଆୟୋଜିତ ରାଲିରେ AIMIM ମୁଖ୍ୟ ତଥା ଲୋକସଭା ଏମପି ଅସଦୁଦ୍ଦିନ ଓୱେସି Gen Z ଯୁବପିଢ଼ିଙ୍କୁ ସମ୍ବୋଧିତ…

ଆଶାକର୍ମୀଙ୍କୁ ବଡ଼ ଉପହାର, ୨ଗୁଣା ବଢିଲା ଦରମା; ଏବେ ମିଳିବ…

ନୂଆଦିଲ୍‌ଲୀ,୧୬।୯: ଆଶା କର୍ମୀ (ASHA Workers) ମାନଙ୍କୁ ଏକ ବଡ଼ ଉପହାର। ଦିଲ୍ଲୀ ସରକାର ଆଶା କର୍ମୀମାନଙ୍କୁ ମିଳୁଥିବା ମାସିକ ପ୍ରୋତ୍ସାହନ ଭତ୍ତାକୁ ୩,୦୦୦ ଟଙ୍କାରୁ ବୃଦ୍ଧି…

ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂଆ କର୍ମକର୍ତ୍ତା: ଭୁବନେଶ୍ୱର ରାଲିରେ ଯୋଗ ଦେବାକୁ ଆହ୍ବାନ

ଛତ୍ରପୁର,୧୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର)ର ଏକ ଜରୁରୀ ବୈଠକ ବୁଧବାର ଯଜ୍ଞଶାଳା କଳ୍ପବଟ ଆଶ୍ରମ ପରିସରରେ ସଂଘର…

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ, ପ୍ରଶାସନକୁ ଘେରିଲା କଂଗ୍ରେସ

ହିଞ୍ଜିଳିକାଟୁ, ୧୬।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁରେ ବୁଧବାର ପୂର୍ବାହ୍ନରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଛି ଅଘଟଣ। ହିଞ୍ଜିଳିକାଟୁ ନିକଟ ଘୋଡ଼ାହାଡ଼ ନଦୀରେ ବୁଡ଼ି ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?