୧.୩୨ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର (ବ୍ୟୁରୋ)/ଖୋର୍ଦ୍ଧା ଅଫିସ,୧୧।୩: ରାଜଧାନୀ ଉପକଣ୍ଠ ଜଟଣୀ ଅଞ୍ଚଳ ଏବେ ବ୍ରାଉନସୁଗାର କାରବାରର ହବ୍‌ ପାଲଟିଛି। ବାଲେଶ୍ୱରର ଜଳେଶ୍ୱର ଓ ଅନ୍ୟ କେତେକ ଅଞ୍ଚଳରୁ ବିଭିନ୍ନ ଗଳାବାଟ ଦେଇ ଏଠାକୁ ବ୍ରାଉନସୁଗାର ଅଣାଯାଇ ସହର ଓ ତଳି ଅଞ୍ଚଳକୁ ଚାଲାଣ ହେଉଛି। ତେବେ ଜଟଣୀରେ ଏକ ବଡ଼ଧରଣର ଡିଲ୍‌ବେଳେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରି ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ତେବେ କୁଖ୍ୟାତ ବ୍ରାଉନସୁଗାର ବେପାରୀ ସେକ୍‌ ଇର୍ଫାନ୍‌ ଖସି ପଳାଇଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ହେଲେ ଜଟଣୀ ଥାନା ରାଜାବଜାରର ଏସ୍‌. କେ. ସମୀର, ସୟଦ ଇମ୍‌ତିୟାଜ ଓ ପୁରୀ ଡେଲାଙ୍ଗ ଥାନା ହରିରାଜପୁରର ରତିରଞ୍ଜନ ରାଉତରାୟ। ସେମାନଙ୍କଠାରୁ ୧ କେଜି ୩୨୦ ଗ୍ରାମର ବ୍ରାଉନସୁଗାର, ନଗଦ ୧ଲକ୍ଷ ୬୫ ହଜାର ଟଙ୍କା ଓ ଏକ ବାଇକ ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୩୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ଏନେଇ ଏସ୍‌ଟିଏଫ ଏକ ମାମଲା (ନଂ.୭/୨୨) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ତଦନ୍ତ ଚଳାଇଛି।
ଅନୁଯାୟୀ, ବୁଧବାର ରାତି ପ୍ରାୟ ୯ଟାରେ ଡେଲାଙ୍ଗର ରତିରଞ୍ଜନ ଏକ ବ୍ୟାଗ୍‌ରେ ଟଙ୍କା ଭର୍ତ୍ତି କରି ବ୍ରାଉନସୁଗାର ନେବାକୁ ରାଜାବଜାରସ୍ଥିତ ସେକ୍‌ ଇର୍ଫାନ୍‌ଙ୍କ ଘରେ ପହଞ୍ଚତ୍ଥିଲେ। ସେକ୍‌ ଇର୍ଫାନ ଓ ଅନ୍ୟମାନଙ୍କ ଉପସ୍ଥିତିରେ ବ୍ରାଉନସୁଗାର ମୂଲ୍ୟ ନେଇ ଡିଲ୍‌ ହେଉଥିଲା। ଏନେଇ ଖବର ମିଳିବା ପରେ ଏସ୍‌ଟିଏଫ୍‌ର ଏକ ଟିମ୍‌ ଇର୍ଫାନଙ୍କ ଘରେ ଚଢ଼ାଉ କରିଥିଲା। ହେଲେ ଇର୍‌ଫାନ୍‌ ଝରକା ଡେଇଁ ଖସି ପଳାଇଥିଲେ। ଅନ୍ୟମାନଙ୍କୁ ଧରି ପଚରାଉଚରା କରିବା ପରେ ତାଙ୍କ ନିଶା କାରବାର ର଼୍ୟାକେଟ ସମ୍ପର୍କରେ କ୍ରାଇମବ୍ରାଞ୍ଚ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାପଡିଛି।
ଖୋର୍ଦ୍ଧା ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ବହୁ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଏକାଧିକ ବେପାରୀ, ଏଜେଣ୍ଟ ଓ ସହଯୋଗୀଙ୍କୁ ଗିରଫ କରିଛି। ଏବେ ଜଟଣୀ ଅଞ୍ଚଳରେ ନିଶା କାରବାର ସହ ଆପରାଧିକ କାର୍ଯ୍ୟକଳାପ ବଢ଼ୁଥିବା ନଜରକୁ ଆସିଛି। କ୍ରାଇମ୍‌ବ୍ରାଞ୍ଚ ପଦକ୍ଷେପ ନେବା ପରେ କମିଶନରେଟ ପୋଲିସ ଅଧୀନ ଜଟଣୀ ଥାନାର ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ପକ୍ଷରୁ ୨୦୨୦ରୁ ନିଶା କାରବାର ବିରୋଧରେ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି। ଏଯାବତ୍‌ ୫୦ କେଜିରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର, ୯ କେଜି ଗଞ୍ଜେଇ ଓ ଭାଙ୍ଗ ଜବତ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ୧୨୮ଜଣ ନିଶାବେପାରୀଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri