୧.୩୨ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର (ବ୍ୟୁରୋ)/ଖୋର୍ଦ୍ଧା ଅଫିସ,୧୧।୩: ରାଜଧାନୀ ଉପକଣ୍ଠ ଜଟଣୀ ଅଞ୍ଚଳ ଏବେ ବ୍ରାଉନସୁଗାର କାରବାରର ହବ୍‌ ପାଲଟିଛି। ବାଲେଶ୍ୱରର ଜଳେଶ୍ୱର ଓ ଅନ୍ୟ କେତେକ ଅଞ୍ଚଳରୁ ବିଭିନ୍ନ ଗଳାବାଟ ଦେଇ ଏଠାକୁ ବ୍ରାଉନସୁଗାର ଅଣାଯାଇ ସହର ଓ ତଳି ଅଞ୍ଚଳକୁ ଚାଲାଣ ହେଉଛି। ତେବେ ଜଟଣୀରେ ଏକ ବଡ଼ଧରଣର ଡିଲ୍‌ବେଳେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରି ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ତେବେ କୁଖ୍ୟାତ ବ୍ରାଉନସୁଗାର ବେପାରୀ ସେକ୍‌ ଇର୍ଫାନ୍‌ ଖସି ପଳାଇଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ହେଲେ ଜଟଣୀ ଥାନା ରାଜାବଜାରର ଏସ୍‌. କେ. ସମୀର, ସୟଦ ଇମ୍‌ତିୟାଜ ଓ ପୁରୀ ଡେଲାଙ୍ଗ ଥାନା ହରିରାଜପୁରର ରତିରଞ୍ଜନ ରାଉତରାୟ। ସେମାନଙ୍କଠାରୁ ୧ କେଜି ୩୨୦ ଗ୍ରାମର ବ୍ରାଉନସୁଗାର, ନଗଦ ୧ଲକ୍ଷ ୬୫ ହଜାର ଟଙ୍କା ଓ ଏକ ବାଇକ ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୩୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ଏନେଇ ଏସ୍‌ଟିଏଫ ଏକ ମାମଲା (ନଂ.୭/୨୨) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ତଦନ୍ତ ଚଳାଇଛି।
ଅନୁଯାୟୀ, ବୁଧବାର ରାତି ପ୍ରାୟ ୯ଟାରେ ଡେଲାଙ୍ଗର ରତିରଞ୍ଜନ ଏକ ବ୍ୟାଗ୍‌ରେ ଟଙ୍କା ଭର୍ତ୍ତି କରି ବ୍ରାଉନସୁଗାର ନେବାକୁ ରାଜାବଜାରସ୍ଥିତ ସେକ୍‌ ଇର୍ଫାନ୍‌ଙ୍କ ଘରେ ପହଞ୍ଚତ୍ଥିଲେ। ସେକ୍‌ ଇର୍ଫାନ ଓ ଅନ୍ୟମାନଙ୍କ ଉପସ୍ଥିତିରେ ବ୍ରାଉନସୁଗାର ମୂଲ୍ୟ ନେଇ ଡିଲ୍‌ ହେଉଥିଲା। ଏନେଇ ଖବର ମିଳିବା ପରେ ଏସ୍‌ଟିଏଫ୍‌ର ଏକ ଟିମ୍‌ ଇର୍ଫାନଙ୍କ ଘରେ ଚଢ଼ାଉ କରିଥିଲା। ହେଲେ ଇର୍‌ଫାନ୍‌ ଝରକା ଡେଇଁ ଖସି ପଳାଇଥିଲେ। ଅନ୍ୟମାନଙ୍କୁ ଧରି ପଚରାଉଚରା କରିବା ପରେ ତାଙ୍କ ନିଶା କାରବାର ର଼୍ୟାକେଟ ସମ୍ପର୍କରେ କ୍ରାଇମବ୍ରାଞ୍ଚ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାପଡିଛି।
ଖୋର୍ଦ୍ଧା ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ବହୁ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଏକାଧିକ ବେପାରୀ, ଏଜେଣ୍ଟ ଓ ସହଯୋଗୀଙ୍କୁ ଗିରଫ କରିଛି। ଏବେ ଜଟଣୀ ଅଞ୍ଚଳରେ ନିଶା କାରବାର ସହ ଆପରାଧିକ କାର୍ଯ୍ୟକଳାପ ବଢ଼ୁଥିବା ନଜରକୁ ଆସିଛି। କ୍ରାଇମ୍‌ବ୍ରାଞ୍ଚ ପଦକ୍ଷେପ ନେବା ପରେ କମିଶନରେଟ ପୋଲିସ ଅଧୀନ ଜଟଣୀ ଥାନାର ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ପକ୍ଷରୁ ୨୦୨୦ରୁ ନିଶା କାରବାର ବିରୋଧରେ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି। ଏଯାବତ୍‌ ୫୦ କେଜିରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର, ୯ କେଜି ଗଞ୍ଜେଇ ଓ ଭାଙ୍ଗ ଜବତ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ୧୨୮ଜଣ ନିଶାବେପାରୀଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri