ରିଲିଜ ନ ହେଉଣୁ ୧୮ କୋଟି କ୍ଷତି

ମୁମ୍ବାଇ,୪।୧: ବିଗ୍‌ ବଜେଟ ତେଲୁଗୁ ଫିଲ୍ମ ‘ଆର୍‌ଆର୍‌ଆର୍‌’ ରିଲିଜ ହେବା ପୂର୍ବରୁ ୧୮ରୁ ୨୦ କୋଟି ଟଙ୍କା କ୍ଷତି ହୋଇଛି। ଏସ୍‌ ଏସ୍‌ ରାଜମୌଲିଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଫିଲ୍ମରେ ଜୁନିୟର ଏନ୍‌ଟିଆର, ରାମ ଚରଣ, ଆଲିଆ ଭଟ ଓ ଅଜୟ ଦେବଗନ ପ୍ରମୁଖ ଭୂମିକାରେ ରହିଛନ୍ତି। ଏହି ଫିଲ୍ମ ପ୍ରଥମେ ଜାନୁୟାରୀ ୭ ତାରିଖରେ ରିଲିଜ ହେବାର ଥିଲା। କିନ୍ତୁ କୋଭିଡ୍‌-୧୯ର ଓମିକ୍ରନ ଭାରିଆଣ୍ଟର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ପୂରା ଦେଶରେ ସିନେମା ହଲ ଏବଂ ଥିଏଟର ପୁଣି ଥରେ ବନ୍ଦ ହେବା ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ ଫିଲ୍ମର ରିଲିଜ ତାରିଖକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ବଲିଉଡ୍‌ ହଙ୍ଗମାର ଏକ ରିପୋର୍ଟ ମୁତାବକ, ନିର୍ଦ୍ଦେଶକ ରାଜମୌଲି ଧାର୍ଯ୍ୟ ତାରିଖରେ ହିଁ ଫିଲ୍ମ ରିଲିଜ କରିବାକୁ ଚାହୁଁଥିଲେ। ଏହି ବିଗ୍‌ ବଜେଟ୍‌ ପ୍ରୋଜେକ୍ଟ ସହ ଜଡ଼ିତ ଅଭିନେତା, ପ୍ରଡ୍ୟୁସର ମଧ୍ୟ ସେଥିରେ ଏକମତ ଥିଲେ। ଏଣୁ ପୂରା ଦମରେ ଫିଲ୍ମର ପ୍ରମୋଶନ କରାଯାଇଥିଲା। ନିକଟରେ ଦୁଇ ଅଭିନେତାଙ୍କୁ ବିଗ୍‌ ବସ୍‌ (ଉଭୟ ତେଲୁଗୁ ଓ ହିନ୍ଦୀ), ଦ କପିଲ ଶର୍ମା ଶୋ ଭଳି ଅନେକ ଶୋ’ରେ ଦେଖିବାକୁ ମିଳିଥିଲା। ଆନ୍ଧ୍ର ବାହାରେ ଦୁଇ ଅଭିନେତାଙ୍କ ଫ୍ୟାନ ଫଲୋଇଂ ନ ଥିବାରୁ ଫିଲ୍ମର ପ୍ରମୋଶନ ପାଇଁ ସେମାନଙ୍କ ଫ୍ୟାନଙ୍କୁ ବାହାର ରାଜ୍ୟକୁ ନିଆଯାଇ ହୋଟେଲରେ ରଖାଯାଇଥିଲା। ଏହାକୁ ମିଶାଇ ମୋଟ ଉପରେ ପ୍ରମୋଶନରେ ୧୮ରୁ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ମାତ୍ର ସବୁ ପ୍ରସ୍ତୁତିରେ ପାଣି ପୂରାଇ ଦେଇଛି କୋଭିଡ୍‌-୧୯। ରିଲିଜର ତାରିଖ ଘୁଞ୍ଚା ଯାଇଥିବାରୁ ପ୍ରମୋଶନର କିଛି ଫାଇଦା ଫିଲ୍ମକୁ ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟମ ଦିନରେ ପହଞ୍ଚିଲା ଡଭା ସୋସାଇଟି ଚାଷୀଙ୍କ ଆମରଣ ଅନଶନ, ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ୪….

ଝାରବନ୍ଧ,୮ା୬(ଦେବେନ୍ଦ୍ର ସାହୁ ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନର୍ଗତ ଡଭା ଆଞ୍ଚଳିକ କୃଷକ ସଂଗଠନ ତରଫରୁ ଚାଷୀଙ୍କ ଆମରଣ ଅନଶନ ଜାରି ରହିଛି । ଟୋକନ…

ମହିଳାଙ୍କ ଆକସ୍ମିକ ମୃତ୍ୟୁ, ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଜଳିଲା ଜୁଇ

ଦିଗପହଣ୍ଡି,୮ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧଖଣ୍ଡି ଗ୍ରାମର ସଚଳା ରାଉତ(୩୫)ଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସୋମବାର ସକାଳେ…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ପଡ଼ୋଶୀ, ଶିଶୁପୁତ୍ରକୁ ବିଷ ଦେଇ ମାରିବାକୁ ଚେଷ୍ଟା!

ସାଲେପୁର,୮ା୬(ଅରବିନ୍ଦ ଭୂୟାଁ): ସମ୍ପତ୍ତି ଲୋଭରେ ଛୋଟ ଶିଶୁପୁତ୍ରକୁ ବିଷ ଖୁଆଇ ମାରିବାକୁ ଉଦ୍ୟମ କରାଯାଇଛି । କଟକ ଜିଲା ସାଲେପୁର ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଏହି…

‘ବିଜେଡିକୁ ଆସୁଛନ୍ତି ସୁଜାତା’: ଗ୍ରହଣ କରିବେ ନାହିଁ ପଦବୀ, ହେବେ ନାହିଁ ଉତ୍ତରାଧିକାରୀ, ହେଲେ ଏହି…

ଭୁବନେଶ୍ୱର, ୮।୬: ବିଜୁ ଜନତା ଦଳରେ ଖୁବଶୀଘ୍ର ସୁଜାତା ଆର୍‌. ପାଣ୍ଡିଆନ ଯୋଗଦେବେ ବୋଲି ଦଳର ବରିଷ୍ଠ ନେତା ମନ୍ମଥ ରାଉତରାୟ ବଡ଼ ବୟାନ ଦେଇଛନ୍ତି। ସେ…

Video: ସାମ୍ନାକୁ ଆସିଲା ଫିଲିପାଇନ୍ସ ଭୂକମ୍ପର ଭୟଙ୍କର ଭିଡ଼ିଓ, ୪ ମୃତ ୨ଶହରୁ ଅଧିକ ଆହତ

ମାନିଲା,୮।୬: ସୋମବାର ଫିଲିପାଇନ୍ସରେ ଏକ ଶକ୍ତିଶାଳୀ 8.1 ତୀବ୍ରତାର ଭୂମିକମ୍ପ ଘଟି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଦକ୍ଷିଣ ଫିଲିପାଇନ୍ସର ମିଣ୍ଡାନାଓ ଦ୍ୱୀପ ନିକଟରେ ଘଟିଥିବା ଏହି ଭୂମିକମ୍ପ…

ଅବହେଳିତ ଅବସ୍ଥାରେ ୩୦୦ ବର୍ଷର ଐତିହାସିକ ମଡାଗଡ଼ିଆ ଲୁଣିଆ ମେଳଣ, ସଂରକ୍ଷଣ ପାଇଁ ଉଠିଲା ଦାବି

ତିହିଡ଼ି,୮ା୬(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଖପରପଦା ପଞ୍ଚାୟତରେ ଅବସ୍ଥିତ ଐତିହାସିକ ମଡାଗଡ଼ିଆ ଲୁଣିଆ ମେଳଣ ଆଜି ଅବହେଳାର ଶିକାର ହୋଇ ପଡ଼ିଛି ।…

ମୂଲ୍ୟବାନ ସରକାରୀ ଜମିର ହେଉନି ଉପଯୋଗ, ପାଲଟିଛି ଅପରାଧୀଙ୍କ ଆଡ୍ଡାସ୍ଥଳୀ

କେନ୍ଦ୍ରାପଡ଼ା,୮ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହର ରଣପଡ଼ାଠାରେ ଥିବା ଜଳସମ୍ପଦ ବିଭାଗ ପୁରୁଣା ଆବାସିକ କାର୍ଯ୍ୟାଳୟ(ବାବୁହତା) ଏବେ ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। କେନ୍ଦ୍ରାପଡା ହାଇସ୍କୁଲ ପଡିଆ ନିକଟରେ…

ଧଉଳିରେ ଲଜ୍ଜା, ହଷ୍ଟେଲରୁ ନେଇ ହୋଟେଲରେ ବଳାତ୍କାର କଲେ ପୁରୁଷବନ୍ଧୁ!

ଭୁବନେଶ୍ୱର,୮।୬: ପୁଣି ରାଜଧାନୀରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଧଉଳି ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ପୀଡ଼ିତା ଧଉଳି ଥାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri