ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ୧୦୦ କୋଟି କ୍ଷତି: ମେକର୍ସ ନିରାଶ

ମୁମ୍ବାଇ: ଦେଶରେ ବଢି ଚାଲିଛି କରୋନା ମହାମାରୀ ସହ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ବିଭିନ୍ନ ପ୍ରକାର କଟକଣା ଲାଗୁ କରିଛନ୍ତି । ଏବେ ସିମେନା ହଲ ନ ଖୋଲିବା ଅବା ୫୦ ପ୍ରତିଶତ ଦର୍ଶକରେ ଖୋଲିବାକୁ ଅନୁମତି ଦିଆଯାଇଛି । ଏପରି ସ୍ଥଳେ ହଲରେ ରିଲିଜ୍ ହେବାକୁ ଥିବା ଫିଲ୍ମ ଗୁଡିକ ବହୁ କ୍ଷତି ସହିବେ ବୋଲି ଅନୁମାନ କରାଯାଇଛି । ଦୀର୍ଘ ପ୍ରାୟ ଦେଢ ବର୍ଷ ହେବ ମନୋରଞ୍ଜନ ଦୁନିଆରେ ଗ୍ରହଣ ଲଗାଇ ଦେଇଥିଲା କରୋନା ମହାମାରୀ । ଏବେ ସ୍ଥିତି ସାମାନ୍ୟ ସୁଧୁରିବାରୁ ସମସ୍ତେ ଧିରେ ଧିରେ ଅଣ୍ଟା ଭିଡିବା ଆରମ୍ଭ କରିଥିଲେ । ଆଉ ଠିକ୍ ଏତିକି ବେଳେ ପୁଣିଥେରେ ପାହାର ଦେଇଛି କରୋନା ସହ ଏହାର ନୂଆ ଭାରିଏଣ୍ଟ ଓମିକ୍ରନ୍ । ତେବେ ନିର୍ଦ୍ଦେଶକ ଏସ୍ ଏସ୍ ରାଜମୌଳିଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଇତିମଧ୍ୟରେ ୧୦୦ କୋଟି କ୍ଷତି ସହିଥିବା ଅନୁମାନ କରାଯାଉଛି । ଫିଲ୍ମ ରିଲିଜ୍ ହେବାକୁ ଯେତେ ବିଳମ୍ବ ହେବ ଏପଟେ କ୍ଷତି ସେହି ପରିମାଣରେ ହେବ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ଫିଲ୍ମ ଡିଷ୍ଟ୍ରିବ୍ୟୁଶନ ଓ ଅନ୍ୟ ରାଇଟ୍ସ ପାଇଁ ୮୯୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ଫିଲ୍ମଟି ୭ ଜାନୁୟାରୀ ଅର୍ଥାତ୍ ଶୁକ୍ରବାର ବଡ ପରଦାରେ ରିଲିଜ୍ ହୋଇ ଥାଆନ୍ତା । କନ୍ତୁ କରୋନା ମହାମାରୀ ସବୁକୁ ବିଗାଡି ଦେଲା । ଫିଲ୍ମର ନିର୍ମାତା କହିଛନ୍ତି ଫିଲ୍ମର ପ୍ରମୋଶନରେ ଏବେସୁଦ୍ଧା ପାଖାପାଖି ୧୫-୧୬ କୋଟିଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ଯେଉଁମାନେ ଆଗରୁ ବୁକିଂ କରୁଥିଲେ ଏବେ ସେମାନଙ୍କର ଟଙ୍କା ଫେରାଇ ଦିଆଯାଇଛି । ଏବେ ଫିଲ୍ମଟି ନିର୍ଦ୍ଧାରିର ସମୟରେ ରିଲିଜ୍ ନ ହେବା ନିର୍ମାତାଙ୍କ ପାଇଁ କୋଟି କୋଟି ଟଙ୍କାର କ୍ଷତି ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ଫିଲ୍ମ ‘ଆର୍‌ଆର୍‌ଆର୍‌’ ଜାନୁୟାରୀ ୭, ୨୦୨୨ରେ ରିଲିଜ୍ ହେବାର ଥିଲା । ହେଲେ କରୋନା ମହାମାରୀ ଯୋଗୁ ଏବେ ଏହାର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ପୁଣି ଯେବେ ଏହା ରିଲିଜ୍ କରାଯିବ ପୁଣିଥରେ ପ୍ରମୋଶନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri