Posted inଜାତୀୟ

ଆର୍‌ ଭାଲ୍ୟୁ ୧ ଟପିଲା

ନୂଆଦିଲ୍ଲୀ, ୨୧ା୪: କୋଭିଡ୍‌ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ପରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲାବେଳେ ଏବେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତା ବଢ଼ାଇଛି। ୩ ମାସରେ ପ୍ରଥମ ଥର ପାଇଁ ରିପ୍ରଡକ୍ସନ ନମ୍ବର (ଆର୍‌) ଭାଲ୍ୟୁ ୧ ଟପିଛି। ସଂକ୍ରମଣ କେତେ ଶୀଘ୍ର ବ୍ୟାପୁଛି ତାହା ଆର୍‌ ଭାଲ୍ୟୁ ସୂଚକାଙ୍କରୁ ଜଣାପଡ଼ିଥାଏ। ଗତ ଜାନୁୟାରୀ ପରଠାରୁ ଦେଶରେ ଆର୍‌ ଭାଲ୍ୟୁ ସର୍ବାଧିକ ଥିବା ଚେନ୍ନାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାଥମେଟିକାଲ ସାଇନ୍ସର ଗବେଷକ ସୀତାଭ୍ର ସିହ୍ନା ଆକଳନ କରିଛନ୍ତି। ଏପ୍ରିଲ ୫-୧୧ରେ ତାହା ୦.୯୩ ଥିଲା। ଜାନୁୟାରୀ ୧୬-୨୨ ମଧ୍ୟରେ ଆର୍‌ ଭାଲ୍ୟୁ ୧.୨୮ ରହିଥିଲା। ବିଶେଷ କରି ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣାରେ ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି। ତେବେ ଆର୍‌ ଭାଲ୍ୟୁ ବଢ଼ିବା ପାଇଁ କେବଳ ଦିଲ୍ଲୀ, ୟୁପି କିମ୍ବା ହରିୟାଣା ଦାୟୀ ନୁହେଁ। ଏହି ସୂଚକାଙ୍କରେ ନମ୍ବର ବୃଦ୍ଧି ପାଇବା ଅର୍ଥ ସାରା ଦେଶରେ ସକ୍ରିୟ ମାମଲା ବଢ଼ିଛି ବୋଲି ସିହ୍ନା କହିଛନ୍ତି। ମହାମାରୀକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଆର୍‌ ଭାଲ୍ୟୁ ୧ ତଳକୁ ଆଣିବାକୁ ପଡ଼ିବ। ଏପ୍ରିଲ ୧୮ରେ କେବଳ ଦିଲ୍ଲୀ ଓ ୟୁପିରେ ଏହା ୨.୧୨ ରହିଥିବାବେଳେ ହରିୟାଣାରେ ୧,୭୦, କର୍ନାଟକରେ ୧.୦୪, ମୁମ୍ବାଇରେ ୧,୧୩ , ଚେନ୍ନାଇରେ ୧,୧୮ ଏବଂ ବେଙ୍ଗାଲୁରୁରେ ୧,୦୪ ରହିଛି।
ଦେଶରେ ଗତ ୨୪ ଘଣ୍ଟାରେ ୨,୦୬୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ମାମଲା ୪ କୋଟି ୩୦ ଲକ୍ଷ ୪୭ ହଜାର ୫୯୪ରେ ପହଞ୍ଚିଛି। ପୂର୍ବଦିନ ତୁଳନାରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬୬% ବୃଦ୍ଧି ପାଇଛି। ସକ୍ରିୟ ମାମଲା ୧୨,୩୪୦ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦୈନିକ ପଜିଟିଭ୍‌ ହାର ୦.୪୯ ପ୍ରତିଶତ ରହିଛି। କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣ ବଢ଼ୁଥିବାବେଳେ ଦେଶରେ ଚତୁର୍ଥ ଲହରର ଆଶଙ୍କା କମ୍‌ ବୋଲି ଆଇସିଏମ୍‌ଆର୍‌ ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡା. ଆର୍‌. ଗଙ୍ଗାଖେଦକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ନିଷ୍ପତ୍ତି : ଏଣିକି ହେବ…

ଭୁବନେଶ୍ୱର,୨୯।୮: ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା। ଥରେ…

ବୁର୍ଲାରେ ଫୁଟିଲା ଗୁଳି: ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ, ପରକୀୟା ପ୍ରୀତି …

ସମ୍ବଲପୁର,୨୯ା୮(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତ ବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ପୂର୍ବାହ୍ନରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ…

କାମରେ ଆସୁନି ଆଧାର କାର୍ଡ, ନିୟମଗିରିରେ ବଢୁଛି ଡଙ୍ଗରିଆଙ୍କ ଅସନ୍ତୋଷ

କଲ୍ୟାଣସିଂହପୁର,୨୯ା୮(ଦୀପକ କୁମାର ପରିଡ଼ା): ସରକାରୀ ସୁବିଧା ସୁଯୋଗ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଧାର ଶିବିର ଏବେ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ନୂଆ ସମସ୍ୟା…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

ଆର୍‌ଟିଓ ଅଫିସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ସବୁ

ଗଜପତି,୨୯ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଜଳିଯାଇଛି କମ୍ପ୍ୟୁଟର ପ୍ରକୋଷ୍ଠ। ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ…

ଆନ୍ଧ୍ରରେ ଅଟୋ ଓଲଟି ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ରାଇକିଆ,୨୯ା୮(ପ୍ରଦୀପ କୁମାର ବେହେରା): ଦାଦନ ଖଟିବାକୁ ଯାଇ ପୁଣି ଜଣେ କନ୍ଧମାଳ ଶ୍ରମିକ ପ୍ରାଣ ହରାଇଛନ୍ତି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲା ଅନ୍ତର୍ଗତ ମେଜରମେଣ୍ଟାଠାରେ ଚଳିତ ମାସ ୨୪…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri