Posted inଖେଳ

ହାର୍ଦ୍ଦିକଙ୍କ ପରେ ରାଜସ୍ଥାନ ଅଧିନାୟକଙ୍କୁ ୧୨ ଲକ୍ଷ ଜରିମାନା

ଗୁଆହାଟୀ, ୩୧ା୩: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷରେ ୬ରନ ବିଜୟ ମ୍ୟାଚରେ ଏକ ଶ୍ଲୋ ଓଭର ରେଟ୍‌ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ର଼୍ୟାନ ପରାଗଙ୍କୁ ୧୨ଲକ୍ଷ ଟଙ୍କା ଜରିମାନା ହୋଇଛି।

ରବିବାର ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ୧୮୨/୯ କରିଥିଲା। ଦଳ ପରେ ସିଏସ୍‌କେକୁ ୧୭୬/୬ରେ ସୀମିତ କରିଦେଇଥିଲା। ପରାଗ ଚଳିତ ସିଜନରେ ତାଙ୍କ ଦଳକୁ ପ୍ରଥମ ବିଜୟ ଆଣିଦେଇଥିଲେ। ଆଇପିଏଲ୍‌ ଆଚରଣ ସଂହିତାର ଧାରା ୨.୨୨ ଅନୁସାରେ ସର୍ବନିମ୍ନ ଓଭର ରେଟ୍‌ ଅପରାଧ କରିଛି। ଏଥିପାଇଁ ପରାଗକୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଥିବା ଆଇପିଏଲ୍‌ କହିଛି। ରାଜସ୍ଥାନ ରୟାଲ୍ସ ଏହାର ଟୁର୍ନାମେଣ୍ଟ ଓପନର ସନରାଇଜର୍ସ ହାଇଦ୍ରାବାଦଠାରୁ ହାରିଯାଇଛି। ଦଳ ଏହାର ପରବର୍ତ୍ତୀ ମ୍ୟାଚ ଏପ୍ରିଲ ୫ରେ ମୁଲାନପୁରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ।

ସେହିପରି ଶ୍ଲୋ ଓଭର ରେଟ୍‌ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଗୁଜରାଟ ଟାଇଟନ୍ସଠାରୁ ମୁମ୍ବାଇ ଇଣ୍ଡିଆନ୍ସ ୩୬ରନ୍‌ରେ ହାରିଯାଇଥିଲା। ଆଇପିଏଲ୍‌ ଆଚରଣ ସଂହିତାର ଧାରା ୨.୨ ଅନୁସାରେ ଦଳର ଏହା ହେଉଛି ପ୍ରଥମ ଅପରାଧ। ତଦନୁସାରେ ସର୍ବନିମ୍ନ ଓଭର-ରେଟ୍‌ ଅପରାଧ ପାଇଁ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?