Posted inଜାତୀୟ

ଟ୍ରେନ୍‌ରେ ଯୁବତୀଙ୍କୁ ଅସଦାଚରଣ; ବିରୋଧ କରିବାରୁ ଟ୍ରାକ୍‌କୁ ଠେଲିଦେଲେ ଅଭିଯୁକ୍ତ, ତାପରେ…

ମୁମ୍ବାଇ,୧୨।୧୧: ମୁମ୍ବାଇ ଲୋକାଲ୍ ଟ୍ରେନ୍‌ରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ଟ୍ରେନ୍‌ରେ ଜଣେ ଯୁବତୀଙ୍କ ସହ ଅସଦାଚରଣ କରିବା ପରେ ତାଙ୍କୁ ରେଳ ଧାରଣାକୁ ଠେଲିଦେଇଛନ୍ତି ଜଣେ ଯୁବକ । ଏହି ଘଟଣାରେ ଯୁବତୀଙ୍କ ବାମ ହାତ କହୁଣି ତଳୁ କଟିଯାଇଥିବା ବେଳେ ମୁଣ୍ଡରେ ମଧ୍ୟ ଗୁରୁତର ଆଘାତ ଲାଗିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଗତ ନଭେମ୍ବର ୪ ତାରିଖରେ ଏହି ଘଟଣା ଘଟିଥିଲା। ପୀଡ଼ିତା ବୋରିଭଲିରୁ ଲୋକାଲ୍ ଟ୍ରେନ୍‌ରେ ଚଢ଼ି ନାୟଗାଓଁ ଯାଉଥିଲେ। ନାୟଗାଓଁ ଷ୍ଟେସନ୍‌ ନିକଟରେ ଜଣେ ବ୍ୟକ୍ତି ତାଙ୍କ ଛାତି ପାଖକୁ ଖରାପ ଉଦ୍ଦେଶ୍ୟରେ ସ୍ପର୍ଶ କରିବାକୁ ଚେଷ୍ଟା କରିଥିଲା। ଯୁବତୀ ଏହାର ବିରୋଧ କରିବା ସହ ଚପଲରେ ଅଭିଯୁକ୍ତକୁ ମାଡ଼ ମାରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଗାଳିଗୁଲଜ ହୋଇଥିଲା।

ପୀଡ଼ିତାଙ୍କ କହିବା ଅନୁସାରେ, ଷ୍ଟେସନ୍‌ରେ ଟ୍ରେନ୍‌ ଅଟକିଥିବା ସମୟରେ ଅଭିଯୁକ୍ତ ତାଙ୍କୁ ଦୁଇ ହାତରେ ଜୋର୍‌ରେ ଠେଲି ଦେଇଥିଲା। ଫଳରେ ସେ ଦୁଇଟି ଡବା ମଧ୍ୟବର୍ତ୍ତୀ ସ୍ଥାନ ଦେଇ ସିଧା ରେଳ ଧାରଣା ଉପରେ ପଡ଼ିଯାଇଥିଲେ। ନିଜକୁ ବଞ୍ଚାଇବା ପାଇଁ ପ୍ଲାଟଫର୍ମ ଉପରକୁ ଉଠିବାକୁ ଚେଷ୍ଟା କରୁଥିବାବେଳେ ଟ୍ରେନ୍‌ ଚାଲିବା ଆରମ୍ଭ କରିଥିଲା। ଏହି ସମୟରେ ତାଙ୍କ ବାମ ହାତ ଟ୍ରେନ୍‌ ଚକା ତଳେ ପଡ଼ିଯାଇଥିଲା। ଫଳରେ କହୁଣି ତଳୁ ହାତ କଟିଯାଇଥିଲା। ମୁଣ୍ଡରେ ମଧ୍ୟ ଗୁରୁତର ଆଘାତ ଲାଗିଥିବାରୁ ୧୬ଟି ସିଲେଇ ପଡ଼ିଥିଲା।

ଘଟଣା ପରେ ଅଭିଯୁକ୍ତ ଷ୍ଟେସନ୍‌ରେ ଥିବା ଭିଡ଼ର ସୁଯୋଗ ନେଇ ଫେରାର ହୋଇଯାଇଥିଲା। ନଭେମ୍ବର ୬ ତାରିଖରେ ଭାଇନ୍ଦର ରେଳବାଇ ପୋଲିସ ଷ୍ଟେସନ୍‌ରେ ଏନେଇ ମାମଲା ରୁଜୁ ହୋଇଥିଲା। ପ୍ରଥମେ ଭାରତୀୟ ନ୍ୟାୟ ସଂହିତାର ଧାରା ୭୪, ୧୧୭(୨) ଓ ୩୫୨ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ତେବେ ହତ୍ୟା ଉଦ୍ୟମ ଧାରା ଲଗାଯାଇନଥିବାରୁ ପୀଡ଼ିତାଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଥିଲେ।

ଏହାପରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS)ର କିଛି କର୍ମକର୍ତ୍ତା ରେଳବାଇ ପୋଲିସର ବରିଷ୍ଠ ଅଧିକାରୀଙ୍କୁ ଭେଟି ହତ୍ୟା ଉଦ୍ୟମ ଧାରା ୧୦୯ ଯୋଡ଼ିବାକୁ ଦାବି କରିଥିଲେ । ଏହି ଧାରା ଯୋଡ଼ିବା ପାଇଁ ଅଦାଲତରେ ଚିଠି ଦାଖଲ କରାଯିବ ବୋଲି ପୋଲିସ ଅଧିକାରୀ ଆଶ୍ୱାସନା ଦେଇଥିବା MNS କର୍ମକର୍ତ୍ତା ସଚିନ୍‌ ପୋପଲେ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଖୁସି ଭିତରେ ଆଉ ଏକ ବଡ଼ ଖବର: କାବ୍ୟା ମାରାନଙ୍କୁ ମିଳିଲା ୫୮୫ କୋଟିର ଉପହାର, ଗୋଟିଏ ଦିନରେ ବଢ଼ିଲା…

ନୂଆଦିଲ୍ଲୀ, ୧୨।୧୧: କାବ୍ୟା ମାରାନଙ୍କୁ କିଏ ବା ନ ଜାଣେ! ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ ହେବା ସହ ଦେଶର ବଡ଼ ମିଡିଆ ଗ୍ରୁପ ସନ…

ଥରେ ରିଚାର୍ଜରେ ଆଉ ଗୋଟିଏ ପୂରା ଫ୍ରି! ୫୬ ଦିନ ଯାଏ ଆଉ କରିବାକୁ ପଡିବନି ରିଚାର୍ଜ

ଏୟାରଟେଲ (Airtel) ବ୍ୟବହାରକାରୀମାନଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। କମ୍ପାନୀ କଥିତ ଭାବରେ ଏହାର କିଛି ପ୍ରିପେଡ ପ୍ଲାନରେ ’1+1 ରିଚାର୍ଜ ଫ୍ରି’ ଅଫର୍‌…

ଭଞ୍ଜନଗରରେ ବନ୍ୟା ରିଲିଫ୍-ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ଆରଡିସି ବିଜୟ ଅମୃତା କୁଲାଙ୍ଗେ; ସହାୟତା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ…

ଭଞ୍ଜନଗର୧୨।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଗତ ୨୮ ଓ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ପରେ ଚାଲିଥିବା ରିଲିଫ୍ ଓ ପୁନରୁଦ୍ଧାର…

ପୁଣି ଖୋଲିବ ବରଗଡ଼ ସମବାୟ ଚିନିକଳ! ପୁନରୁଦ୍ଧାର ପାଇଁ ଅମିତ ଶାହାଙ୍କ ପ୍ରତିଶ୍ରୁତି; ବାୟୋ-ଇଥାନଲ୍ ପ୍ରକଳ୍ପ ଉଦ୍‌ଘାଟନ ପାଇଁ…

ବରଗଡ଼,୧୨।୧୧(ପ୍ରେମାନନ୍ଦ ଖମାରୀ): ବନ୍ଦ ପଡ଼ିଥିବା ବରଗଡ଼ ସମବାୟ ଚିନିକଳର ପୁନରୁଦ୍ଧାର ପାଇଁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ବରଗଡ଼ MP…

ମା’ ବିରଜାଙ୍କ ଦର୍ଶନ ପାଇଁ ଆସି ବୈତରଣୀରେ ବୁଡ଼ିଗଲେ ଆନ୍ଧ୍ର ଦମ୍ପତି

କଳିଙ୍ଗନଗର,୧୨ା୧୧(ଶୁଭାଶିଷ ରାଉତ): ଯାଜପୁର ବରାହନାଥ ନିକଟ ବୈତରଣୀ ନଦୀରେ ଦୁଇ ପର୍ଯ୍ୟଟକ ଗାଧୋଉଥିବା ବେଳେ ବୁଡ଼ିଯାଇଛନ୍ତି ସ୍ବାମୀ-ସ୍ତ୍ରୀ। ଖବର ପାଇ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି…

ସିଡନୀ ରାସ୍ତାରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ପାଟ୍ କମିନ୍ସ-ପତ୍ନୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ; ଭିଡିଓ ଭାଇରାଲ୍ ପରେ…

ସିଡନୀ,୧୨।୧୧: ଅଷ୍ଟ୍ରେଲିଆର ଟେଷ୍ଟ କ୍ରିକେଟ୍ କ୍ୟାପଟେନ୍ ପାଟ୍ କମିନ୍ସଙ୍କୁ ତାଙ୍କ ପତ୍ନୀ ବେକିଙ୍କ ସହ ସିଡନୀର ଏକ ରାସ୍ତାରେ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଛି। ଉଭୟ ପତି-ପତ୍ନୀ…

ଶନିଙ୍କ କୃପାରେ ମାଲାମାଲ ହେବେ ୬ ରାଶି, ୪ ମାସ ଯାଏ ଧନବର୍ଷା! ଆସିବ ଚାକିରିର ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ । ଏହା ବିଶ୍ୱାସ କରାଯାଏ ଯେ ଶନି ବ୍ୟକ୍ତିର କର୍ମ…

W, W, W, W, W… ଲଗାତାର ୫ ଉଇକେଟ୍‌ ନେବା ପରେ ଖୋଲିଲା ଭାଗ୍ୟ, ଭାରତ ବିପକ୍ଷ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୧୨।୧୧: ଗୁରୁବାର (୧୨ ନଭେମ୍ବର) ଭାରତ ବିପକ୍ଷ ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିଛି। ଉଭୟ ମ୍ୟାଚ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?