ଡିଆଇଡି ଲିଟିଲ ମାଷ୍ଟରରେ ହୃଦୟ ଜିଣିଲେ ଝାରସୁଗୁଡ଼ାର ରୋଶନ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଜୀବନ ସଂଘର୍ଷରେ ହିଁ ଥାଏ ସଫଳତାର ବାଟ। ବଞ୍ଚତ୍ବାକୁ ସଂଘର୍ଷ କରୁଥିବା ଏମିତି ଏକ ଶ୍ରମିକ ପରିବାରରୁ ଆସି ବମ୍ବେରେ ପହଞ୍ଚତ୍ଛନ୍ତି ୧୧ବର୍ଷୀୟ ରୋଶନ କୁମାର। ଦେଶର ଲୋକପ୍ରିୟ ରିଆଲିଟି ଶୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ (ଡିଆଇଡି) ଲିଟିଲ ମାଷ୍ଟର ସିଜନ-୫ରେ ହିପ୍‌ହପ୍‌କୁ ନେଇ ନୃତ୍ୟ ପ୍ରଦର୍ଶନ କରି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି ଝାରସୁଗୁଡ଼ାର ଏହି ବାଳକ। ସେ ପ୍ରଥମ ରାଉଣ୍ଡ୍‌ କ୍ଲିଅର କରିଛନ୍ତି। ତେବେ ପୁଅର ଏହି ସଫଳତା ପାଇଁ ମା’ ଶାରଦା ସାହୁଙ୍କ ସ୍ବପ୍ନ ଆଉ ସଂଘର୍ଷର କାହାଣୀ ଆଜି ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଛି। ଶୋ’କୁ ଯିଏ ଦେଖୁଛି, ଓଡ଼ିଶାର ଏହି ମହାନ ମା’ ଆଉ ତାଙ୍କ ସୁଯୋଗ୍ୟ ସନ୍ତାନଙ୍କୁ ସଲାମ୍‌ ଜଣାଉଛି।

ନୃତ୍ୟରେ ଚକିତ ହୋଇଯିବା ପରେ ବିଚାରକମାନେ ତାଙ୍କ ମା’ ଶାରଦାଙ୍କୁ ଷ୍ଟେଜ୍‌କୁ ଡାକିଥିଲେ। ଆଉ ଶାରଦା ଯେତେବେଳେ ନିଜ ସଂଘର୍ଷର କାହାଣୀ କହିଥିଲେ ତାହା ଉପସ୍ଥିତ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଥିଲା। ଶାରଦାଙ୍କୁ ତାଙ୍କ ସ୍ବାମୀ ପୋଡ଼ି ମାରିଦେବାକୁ ଚାହୁଁଥିବାବେଳେ ସେ ଘର ଛାଡ଼ି ୩ ପିଲାଙ୍କୁ ଧରି ବାହାରକୁ ପଳାଇ ଆସିଥିଲେ। ଏଠି ସେଠି ମୁଣ୍ଡ ଗୁଞ୍ଜିବା ସହ ଚୁଡ଼ି ବିକି ପିଲାଙ୍କୁ ମଣିଷ କରୁଛନ୍ତି। ବଡ଼ ପୁଅ ଶ୍ରମିକ କାମ କରୁଥିବାବେଳେ ରୋଶନ ତାଙ୍କୁ ତାଙ୍କ ପରିଶ୍ରମର ମୂଲ୍ୟ ଦେଇଥିବା କହିଛନ୍ତି ଶାରଦା। ରୋଶନଙ୍କର ଛୋଟବେଳୁ ପ୍ରତିଭା ଦେଖି ସେ ନାଚିବାକୁ ସୁଯୋଗ ଓ ସାହସ ଦେଇଥିଲେ।

ରୋଶନ ସବୁବେଳେ ନୃତ୍ୟ ଅଭ୍ୟାସ କରିବା ସହ ଘର ପାଖରେ ହେଉଥିବା କାର୍ଯ୍ୟକ୍ରମରେ ନୃତ୍ୟ ପ୍ରଦର୍ଶନ କରନ୍ତି। ତେବେ ବମ୍ବେରେ ହେଉଥିବା ଡିଆଇଡି ଲିଟିଲ ମାଷ୍ଟର-ସିଜନ ୫ରେ ଭାଗନେବାକୁ ରୋଶନ ତାଙ୍କ ମା’ଙ୍କୁ କହିଥିଲେ। ପୁଅର ମନ ଛୋଟ ନ ହେଉ ଓ ସେ ଆଗକୁ ବଢ଼ୁ ବୋଲି ମା’ ଶାରଦା ଚାହିଁଥିଲେ ମଧ୍ୟ ଅର୍ଥ ଚିନ୍ତା ଘାରିଥିଲା। ହେଲେ ସେ ଭାଙ୍ଗି ନ ପଡ଼ି ନିଜ ପରିଶ୍ରମକୁ ବଢ଼ାଇ କିଛି ଟଙ୍କା ଯୋଗାଡ଼ କରିଥିଲେ। ଏଥିସହ ଟ୍ରେନରେ ଚୁଡ଼ି ବିକି ବିକି ସେ ପୁଅକୁ ଧରି ବମ୍ବେରେ ପହଞ୍ଚତ୍ଥିଲେ। ପୁଅର ସ୍ବପ୍ନ ଆଗରେ ମା’ ଯେ ସର୍ବସଂହା ଓ କେତେ ଶକ୍ତିଶାଳୀ ହୋଇପାରେ ତାହା ସେ ପ୍ରମାଣ କରିଥିଲେ। ତାଙ୍କର ଏହି ସଂଘର୍ଷପୂର୍ଣ୍ଣ କାହାଣୀ ଶୁଣିବା ପରେ ଉପସ୍ଥିତ ବିଚାରକମଣ୍ଡଳୀ ଓ ଅନ୍ୟମାନେ ଭାବବିହ୍ବଳ ହୋଇପଡ଼ିଥିଲେ।

ଅଭିନେତ୍ରୀ ସୋନାଲି ରୋଶନଙ୍କ ସଫଳତା ହିଁ ଜଣେ ମା’ର ବିଶ୍ୱାସ ବୋଲି କହିଛନ୍ତି। ଅନ୍ୟତମ ବିଚାରକ ବଲିଉଡ କୋରିଓଗ୍ରାଫର ରେମୋ ଡିସୁଜା କହିଛନ୍ତି, ରୋଶନଙ୍କ ଫୁଟ୍‌ ଷ୍ଟେପଗୁଡ଼ିକ ସ୍ମୁଥ୍‌ ଓ ଫାଷ୍ଟ ଥିଲା, ଯାହା ତାଙ୍କୁ ଭଲ ଲାଗିଥିଲା। ସେ ବହୁତ ଭଲ କରିବେ ବୋଲି ପ୍ରଥମରୁ ଜାଣିପାରିଥିଲେ। ସେ ଯେବେ ଯାଏ ଡ୍ୟାନ୍ସ କରିବେ ସେ ତାଙ୍କୁ ସାହାଯ୍ୟ କରିବେ। ଏବେଠୁ ରୋଶନ ତାଙ୍କର ବୋଲି ରେମୋ ଷ୍ଟେଜ୍‌ରେ ଘୋଷଣା କରିଥିଲେ। ସେହିଭଳି ବିଚାରକ ତଥା ଅଭିନେତ୍ରୀ ମୌନି ମଧ୍ୟ ସମସ୍ତଙ୍କ ବିଶ୍ୱାସ ସହ ରୋଶନଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri