‘ରୋଜ୍‌ ଭ୍ୟାଲି’ ଚିଟ୍‌ଫଣ୍ଡ ଠକେଇ: ଆଉ ୬.୫୨ କୋଟିର ସମ୍ପତ୍ତି ଆଟାଚ୍‌

ଭୁବନେଶ୍ୱର,୧୪।୪(ବ୍ୟୁରୋ): ଜମାକାରୀଙ୍କଠାରୁ ବହୁ କୋଟି ଟଙ୍କା ଠକେଇ କରିଥିବା ଚିଟଫଣ୍ଡ୍‌ ସଂସ୍ଥା ‘ରୋଜ୍‌ ଭ୍ୟାଲି’ର ୬.୫୨ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆଟାଚ୍‌ ହୋଇଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପକ୍ଷରୁ ହୋଇଥିବା ଆଟାଚ୍‌ ଆବେଦନକୁ କଟକ ଓପିଆଇଡି କୋର୍ଟ ଗ୍ରହଣ କରିଛନ୍ତି। ଏହି ସମ୍ପତ୍ତିକୁ ଅଧିଗ୍ରହଣ କରି ଅର୍ଥରାଶିକୁ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ବାଣ୍ଟିବାକୁ କଟକ ଅତିରିକ୍ତ ଜିଲାପାଳଙ୍କୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ମାମଲାରେ ପୂର୍ବରୁ ୨ଟି ପର୍ଯ୍ୟାୟରେ ‘ରୋଜ୍‌ ଭ୍ୟାଲି’ର ୯୫ କୋଟିର ସମ୍ପତ୍ତି ମଧ୍ୟ ଆଟାଚ୍‌ ହୋଇଥିବା ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଏମ୍‌/ଏସ୍‌ ରୋଜ୍‌ ଭ୍ୟାଲି ଗ୍ରୁପ୍‌ ପକ୍ଷରୁ ୧୦ବର୍ଷ ତଳେ ବିଭିନ୍ନ ସ୍କିମ୍‌ ଜରିଆରେ ଜମାକାରୀଙ୍କୁ ବହୁଗୁଣ ଲାଭ ଦେବାର ପ୍ରତିଶ୍ରୁତି ଦିଆଯାଇ ଟଙ୍କା ସଂଗ୍ରହ କରାଯାଇଥିଲା। ଏଥିପାଇଁ ସଂସ୍ଥା ପକ୍ଷରୁ ରାଜ୍ୟରେ ୬୫ଟି ଶାଖା ଖୋଲାଯାଇଥିଲା। ସଂସ୍ଥାର ନିର୍ଦ୍ଦେଶକ ଓଡ଼ିଶାରୁ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ସଂକ୍ରାନ୍ତରେ ୨୦୧୩ରେ ବାଲେଶ୍ୱର ଜିଲା ସୋର ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ଏପ୍ରିଲ ୧୦ରେ ପୋଲିସ ଏକ ମାମଲା (ନଂ.୧୮୨/୨୦୧୩) ରୁଜୁ କରିଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାର ତଦନ୍ତ ଭାର ଇଓଡବ୍ଲ୍ୟୁ ନେବା ସହ ଏକ ନୂଆ ମାମଲା (ନଂ.୧୫/୨୦୧୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ରୋଜ୍‌ ଭ୍ୟାଲି ଚେୟାରମ୍ୟାନ ଗୌତମ କୁଣ୍ଡୁ, ପରିଚାଳନା ସଦସ୍ୟ ଶିବମୟ ଦତ୍ତ, ଓଡ଼ିଶା ମୁଖ୍ୟ ବିକ୍ରମଜିତ ଭୌମିକ ପ୍ରମୁଖ ଗିରଫ ହୋଇଥିଲେ। ଏହି ମାମଲାରେ ଇଓଡବ୍ଲ୍ୟୁ ପକ୍ଷରୁ କୋର୍ଟରେ ୫ଟି ଚାର୍ଜଶିଟ ଦାଖଲ କରାଯାଇଥିଲା। ତେବେ ସଂସ୍ଥାର ସମ୍ପତ୍ତିକୁ ଆଟାଚ୍‌ ପାଇଁ ଅର୍ଥ ବିଭାଗ ପକ୍ଷରୁ ଅନୁମତି ଦିଆଯିବା ପରେ କୋର୍ଟଙ୍କ ନିକଟରେ ଇଓଡବ୍ଲ୍ୟୁ ପକ୍ଷରୁ ଆବେଦନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri