Posted inଖେଳ

ଦୁନିଆର ସର୍ବ କନିଷ୍ଠ ବାହୁବଳୀ: ୭ ବର୍ଷର ଝିଅ ଉଠାଉଛନ୍ତି ୮୦ କିଲୋର ଓଜନ

ଦୁନିଆରେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ନିଜର ଚମତ୍କାର କାର୍ଯ୍ୟକରି ସୁନାମ ଅର୍ଜନ କରିଥାନ୍ତି। ଏହି ସଫଳତା ପାଇବା ପାଇଁ ଲୋକଙ୍କୁ ଅନେକ ବର୍ଷ ଲାଗିଯାଇଥାଏ। ଯେଉଁ କାମକୁ ବଡ଼ ଲୋକମାନେ କରିପାରୁ ନାହାନ୍ତି ତାହାକୁ କରି ଦେଖାଇଛନ୍ତି କାନାଡ଼ାର ମାତ୍ର ୭ ବଷର୍ର୍ର ଝିଅ ରୋରି ଭ୍ୟାନ୍‌ ଅଲଫ୍ଟ। ଖୁବ୍‌ କମ୍‌ ବୟସରେ ରୋରି ସଫଳତାକୁ ନିଜ ନାମରେ କରିପାରିଛନ୍ତି। ରୋରି ନିଜେ ମାତ୍ର ୨୦ କେଜିର ହୋଇଥିବା ବେଳେ ୮୦ କିଲୋ ଓଜନକୁ ଅତି ସହଜରେ ଉଠାଇ ଦେଉଛନ୍ତି। ସେ ହେଉଛନ୍ତି ଆମେରିକା ଇତିହାସର ସବୁଠାରୁ କମ୍‌ ବୟସ୍କ ନ୍ୟାସନାଲ ଚାମ୍ପିୟନ୍‌। ନିକଟରେ ଭାରୋତ୍ତୋଳନରେ ଆମେରିକାର ଅଣ୍ଡର ୧୧ ଏବଂ ଅଣ୍ଡର ୧୩ ଯୁବ ଜାତୀୟ ଚାମ୍ପିୟନଶିପ୍‌ ଜିତିଛନ୍ତି। ରୋରିଙ୍କ ଏହି ଅନନ୍ୟ ସଫଳତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି କାରଣରୁ ସୋସିଆଲ ମିଡିଆରେ ରୋରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ରୋରି ନିଜର ଉତ୍ସର୍ଗୀକୃତ ପାଇଁ ଭାରତର ମୀନା କୁମାରୀଙ୍କୁ ନିଜର ପ୍ରେରଣାର ଉତ୍ସ ବୋଲି ମାନିଛନ୍ତି। ଏଥିପାଇଁ ସେ ସପ୍ତାହରେ ୪ ଘଣ୍ଟା ଭାରୋତ୍ତୋଳନ ଏବଂ ୯ ଘଣ୍ଟା ଜିମ୍ନାଷ୍ଟିକ ଅଭ୍ୟାସ କରିଥାନ୍ତି ବୋଲି ନିଜେ ରୋରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରୀଡ଼ା ମନ୍ତ୍ରୀ ଖେଳିବେ ରଣଜୀ ଟ୍ରଫି

କୋଲକତା,୪।୧:ଚଳିତ ବର୍ଷର ରଣଜୀ ଟ୍ରଫି ପାଇଁ ପଶ୍ଚିମବଙ୍ଗ ନିଜର ଦଳ ଘୋଷଣା କରିଛି। ପୂର୍ବତନ ଅଧିନାୟକ ମନୋଜ ତିୱାରୀଙ୍କ ନାମ ମଧ୍ୟ ୨୧ ସଦସ୍ୟ ବିଶିଷ୍ଟ...

ମୋର କାହାକୁ କିଛି ପ୍ରମାଣ କରିବାର ନାହିଁ

କେପ୍‌ ଟାଉନ,୧୦।୧: ଗତ ଦୁଇ ବର୍ଷ ହେଲା ତିନି ସଂଖ୍ୟା ବିଶିଷ୍ଟ ସ୍କୋର ହାସଲ କରିବାରେ ବିଫଳ ହେବା ସହ ରନ୍‌ ସଂଗ୍ରହ ହାରରେ ମଧ୍ୟ...

ରୋହିତଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଲେ ଅଶ୍ୱିନ

ନୂଆଦିଲ୍ଲୀ,୧୫।୧: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଏକ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆର ଅନ୍ତିମ...

କେନିଆ ଧାବିକାଙ୍କୁ ୮ବର୍ଷ ବାସନ୍ଦ

ନାଇରୋବି, ୧୮ା୭ (ଏଏଫ୍‌ପି)-କେନିଆର ମାରାଥନ ଧାବିକା ସାଲୋମ୍‌ ବିଓଟ ୮ବର୍ଷ ପାଇଁ ସସ୍‌ପେଣ୍ଡ ହୋଇଛନ୍ତି। ଦ୍ୱିତୀୟ ଥର ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ତାଙ୍କୁ ଏହି ଦଣ୍ଡବିଧାନ...

ବିଶ୍ୱକପରୁ ବିଦା ହୋଇ ଘରେ ପହଞ୍ଚିଲା ପାକିସ୍ତାନ ଦଳ: ଏମିତି କରାଗଲା ସ୍ବାଗତ

ଇସଲମାବାଦ, ୮।୭: ବିଶ୍ୱକପରୁ ବିଦା ହେବାପରେ ପାକିସ୍ତାନ ଦଳର ଖେଳାଳିମାନେ ନିଜ ଦେଶରେ ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଖେଳାଳିଙ୍କୁ ସେମାନଙ୍କ ଘରେ ଛଡାଯାଇଥିଲା।...

ପାକିସ୍ତାନକୁ ଝଟ୍‌କା

ଆବୁଧାବି,୧୧।୧୧: ଅଷ୍ଟ୍ରେଲିଆ ବିପକ୍ଷରେ ଟି -୨୦ ବିଶ୍ୱକପ ୨୦୨୧ର ସେମିଫାଇନାଲ ମ୍ୟାଚ ଖେଳିବାକୁ ଗୁରୁବାର ପାକିସ୍ତାନ ପଡ଼ିଆକୁ ଓହ୍ଲାଇବ। କିନ୍ତୁ ଏହା ପୂର୍ବରୁ ପାକିସ୍ତାନକୁ ବଡ଼...

ଥାନାରେ ପଡ଼ି ରହିଛି କୋହଲିଙ୍କ ପ୍ରଥମ ଅଡି କାର

ନୂଆଦିଲ୍ଲୀ, ୧୨।୧୨- ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ବହୁ ବିଳାଶପୂର୍ଣ୍ଣ କାର ରହିଛି। ସେ ଅଡି ଇଣ୍ଡିଆର ଜଣେ ବ୍ରାଣ୍ଡ ଆମ୍ବାସାଡର ମଧ୍ୟ। ପ୍ରତ୍ୟେକ...

କ୍ରୀଡ଼ା ଆଚରଣବିଧି ପ୍ରଶ୍ନାବଳୀ: ଜବାବ ଦେଲେ ୫୬ ଜାତୀୟ କ୍ରୀଡ଼ା ମହାସଂଘ

ନୂଆଦିଲ୍ଲୀ,୧୫ା୮(ପି.ଟି.)-ସ୍ବୀକୃତି ହରାଇଥିବା ୫୭ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌) ମଧ୍ୟରୁ ୫୬ଟି କ୍ରୀଡ଼ା ଆଚରଣବିଧି ପ୍ରଶ୍ନାବଳୀର ଜବାବ ରଖିଛନ୍ତି। ଏଥିରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସେମାନଙ୍କ...

Advertisement
Archives

Model This Week