ନନ୍ଦନକାନନରେ ପୁଣି ଚାଲିବ ରୋପ୍‌ୱେ, ଟଏ ଟ୍ରେନ୍‌

ବାରଙ୍ଗ,୭।୧୦(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଦଶହରା ଭେଟି ଦେବାକୁ ଯାଉଛନ୍ତି କର୍ତ୍ତୃପକ୍ଷ। ନନ୍ଦନକାନନରେ ଥିବା ବହୁ ପ୍ରତୀକ୍ଷିତ ଟଏଟ୍ରେନ ଓ ଏରିଆଲ ରୋପ୍‌ୱେ ନୂଆ ରୂପ ନେଇ କାର୍ଯ୍ୟ କରିବ। ୬୭ତମ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ୮ତାରିଖରେ ନନ୍ଦନକାନନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଜଙ୍ଗଲମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଟଏଟ୍ରେନକୁ ପର୍ଯ୍ୟଟକମାନଙ୍କ ପାଇଁ ଉତ୍ସର୍ଗୀକୃତ କରିବାସହ ରୋପୱେର ଭୂମିପୂଜନ କରିବେ ବୋଲି ନନ୍ଦନକାନନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ତେବେ ୨୦୧୧ରେ ବନ୍ଦ ରହିଥିବା ରୋପୱେକୁ କୋଲାକାତାର ଦାମୋଦର ରୋପୱେ କମ୍ପାନୀକୁ ଟେଣ୍ଡର ମିଳିଛି। କିନ୍ତୁ କୋଭିଡ୍‌ ପାଇଁ କାର୍ଯ୍ୟାରମ୍ଭ ହୋଇପାରି ନ ଥିଲା। ଏହି କମ୍ପାନୀ ନନ୍ଦନକାନନ ସହ ଏହାକୁ ଚଳାଇବା ପାଇଁ ୨୦ବର୍ଷିଆ ଚୁକ୍ତି କରିଥିବାବେଳେ ୧୩କୋଟି ଟଙ୍କା ବ୍ୟୟବରାଦରେ ୧୮ମାସ ମଧ୍ୟରେ କାର୍ଯ୍ୟ ସରିବ ବୋଲି ଜଣାପଡିଛି। ଏଥିରେ ୧୨ଟି କ୍ୟାବିନ ରହିଥିବାବେଳେ ପ୍ରତି କ୍ୟାବିନରେ ୪ଜଣ ବସିବାର କ୍ଷମତା ରହିଛି। ଏକକାଳୀନ ୪୮ଜଣ ପର୍ଯ୍ୟଟକ ବସି ବୁଲିପାରିବାର ସୁବିଧା ରହିଛି। ନିରବଚ୍ଛିନ୍ନ ବିିଦ୍ୟୁତ ସେବା ପାଇଁ ୩୦୦କେଭି ଜେନେରେଟର ବ୍ୟାକ୍‌ଅପ ସହ ଟିକେଟ ମୂଲ୍ୟ ୯୫ଟଙ୍କା ପରେ ଜିଏସ୍‌ଟି ଦେବାକୁ ପଡିବ। ରେଳଧାରଣା ଟ୍ରାକ ଉପରେ ପର୍ଯ୍ୟଟକମାନଙ୍କ ସୁଗମ ଯାତାୟାତ ପାଇଁ ଫୁଟଓଭର ବ୍ରିଜ ନିର୍ମାଣ ହେବ।
ସେହିଭଳି ଟ୍ରାକର ରକ୍ଷଣାବେକ୍ଷଣ ଓ ଖର୍ଚ୍ଚ ହେତୁ ୨୦୧୪ରୁ ବନ୍ଦ ରହିଥିବା ଟଏଟ୍ରେନ ମଧ୍ୟ ଖୁବଶୀଘ୍ର ଚାଲିବ। ଭାରତୀୟ ରେଳବାଇର ସୁପାରିସ ଅନୁଯାୟୀ ରାଇଟ୍ସ ସଂସ୍ଥା ଏହାର ବନୀକରଣ କାର୍ଯ୍ୟ ସରିଛି। ଇଞ୍ଜିନ, ବଗି, ଟ୍ରାକ, ଷ୍ଟେଶନ ନବୀକରଣ ବାବଦକୁ ୪୯୮.୬୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏକକାଳୀନ ୫ଟି ବଗିରେ ୭୨ଜଣଙ୍କୁ ନେବାର କ୍ଷମତା ରହିଛି। ବିଶ୍ରାମାଗାର, ଶୌଚାଳୟ, ପାନୀୟଜଳର ବ୍ୟବସ୍ଥା ସହ ପ୍ରଦୂଷଣ ରୋକିବା ପାଇଁ ବ୍ୟାଟେରିଚାଳିତ ଇଞ୍ଜିନର ବ୍ୟବସ୍ଥା ହୋଇଛି। ଟ୍ରାକ ଚାରିପଟେ ୧୨ହେକ୍ଟର ପରିମିତ ଜାଗାରେ ଆବଦ୍ଧ କରାଯାଇ ତୃଣଭୋଜି ପ୍ରାଣୀମାନଙ୍କୁ ଛଡାଯିବାର ବ୍ୟବସ୍ଥା ହୋଇଛି। ତେବେ ନନ୍ଦନକାନନ ଏହାକୁ ଘରୋଇକରଣକୁ ନ ଦେଇ ନିଜ ଅଧୀନରେ ରଖି ପ୍ରଚଳନ କରିବ ବୋଲି ଜଣାପଡିଛି। ଏହି ରାଜ୍ୟସ୍ତରୀୟ ଉତ୍ସବରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଅତିଥିଭାବେ ଯୋଗଦେବେ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri