Posted inଖେଳ

ରୋନାଲ୍ଡୋଙ୍କ ଆର୍ମବ୍ୟାଣ୍ଡ୍‌ ୭୫,୦୦୦ ଡଲାରରେ ନିଲାମ

ବେଲଗ୍ରେଡ୍‌,୩ା୪(ଏପି)- ଗତ ସପ୍ତାହରେ ବେଲଗ୍ରେଡ୍‌ରେ ପର୍ତ୍ତୁଗାଲ୍‌ର ସର୍ବିୟା ବିପକ୍ଷ ଏକ ବିଶ୍ୱକପ୍‌ କ୍ୱାଲିଫାୟର୍ସ ମ୍ୟାଚରେ କ୍ରିଷ୍ଟିଆନୋ ରୋନାଲ୍ଡୋ ପିନ୍ଧିଥିବା ଅଧିନାୟକ ଆର୍ମବ୍ୟାଣ୍ଡ୍‌ ବହୁ ମୂଲ୍ୟରେ ନିଲାମ ହୋଇଛି। ସର୍ବିୟାର ଏକ ଚ୍ୟାରିଟି ସଂସ୍ଥା ତରଫରୁ କରାଯାଇଥିବା ନିଲାମରେ ଜଣେ ଅଜଣା ବ୍ୟକ୍ତି ୬୪,୦୦୦ ୟୁରୋ(୭୫,୦୦୦ ଡଲାର) ବିନିମୟରେ ଏହାକୁ କ୍ରୟ କରିଛି। ସ୍ପାଇନାଲ ମସ୍କୁଲାର ଆଟ୍ରୋଫିରେ ପୀଡ଼ିତ ଜଣେ ୬ ବର୍ଷୀୟ ବାଳକର ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ ପାଇଁ ଅନଲାଇନ୍‌ରେ ବିଡ୍‌ ଆହ୍ବାନ କରାଯାଇଥିଲା। ପର୍ତ୍ତୁଗାଲ-ସର୍ବିୟା ମ୍ୟାଚ ଗତ ଶନିବାର ଖେଳାଯାଇଥିଲା। ଏହି ମ୍ୟାଚ ୨-୨ ଗୋଲରେ ଅମୀମାଂସିତ ଭାବେ ଶେଷ ହୋଇଥିଲା। ମ୍ୟାଚର ଇଞ୍ଜୁରି ଟାଇମ୍‌ରେ ରୋନାଲ୍ଡୋଙ୍କର ଏକ ଗୋଲ୍‌କୁ ନାକଚ କରିଦେବାରୁ ସେ ପଡ଼ିଆ ଛାଡ଼ି ଚାଲିଯାଇଥିଲେ। ପର୍ତ୍ତୁଗାଲର ଏହି ଷ୍ଟାର ଖେଳାଳି ମାରିଥିବା ଶଟ୍‌ଟି ଗୋଲକିପରଙ୍କ ଉପର ଦେଇ ଚାଲିଯାଇଥିଲା। ବଲ୍‌ଟି ଲାଇନ୍‌ କ୍ରସ କରିଯାଇଥିବା ତାଙ୍କର ମନେ ହୋଇଥିଲା। କିନ୍ତୁ ଏହା ପୂର୍ବରୁ ବିପକ୍ଷ ଦଳର ଜଣେ ଡିଫେଣ୍ଡର ବଲ୍‌କୁ କ୍ଲିୟର କରିଦେଇଥିଲେ। ଏହାକୁ କିନ୍ତୁ ସେ ସ୍ବୀକାର କରିବାକୁ ପ୍ରସ୍ତୁତ ନ ଥିଲେ । ଫାଇନାଲ ହ୍ବିସିଲ୍‌ ପରେ ଡ୍ରେସିଂରୁମ୍‌ ଆଡକୁ ଅଗ୍ରସର ହୋଇଥିବା ବେଳେ ରୋନାଲ୍ଡୋ ବିରକ୍ତି ପ୍ରକାଶ କରିବାକୁ ଯାଇ ତାଙ୍କ ଆର୍ମବ୍ୟାଣ୍ଡ୍‌ଟିକୁ କାଢ଼ି ଟଚ୍‌ଲାଇନ୍‌ ନିକଟରେ ପକାଇ ଦେଇଥିଲେ। ମ୍ୟାଚ ପରେ ଡ୍ୟୁଟିରେ ଥିବା ଜଣେ ଫାୟାରଫାଇଟର ଆର୍ମବ୍ୟାଣ୍ଡ୍‌ଟିକୁ ତଳୁ ଉଠାଇ ଚ୍ୟାରିଟି ଗ୍ରୁପ୍‌କୁ ପ୍ରଦାନ କରିଥିଲେ। ଏହି ଆଚରଣ ପାଇଁ ରେନାଲ୍ଡୋଙ୍କୁ ସମାଲୋଚିତ ହେବାକୁ ପଡ଼ିଥିଲା। ବିଶ୍ୱ ଫୁଟ୍‌ବଲ ପରିସଂଚାଳନ ସଂସ୍ଥା ଫିଫା ଦ୍ୱାରା ଦଣ୍ଡିତ ହୋଇପାରନ୍ତି ବୋଲି କେତେକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ପଛରେ ପକାଇ ଭାରତ ନମ୍ବର ୧

ଓଭାଲ୍‌,୭।୯: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଦ୍ୱିତୀୟ ସିଜନରେ ଭାରତ ପାକିସ୍ତାନକୁ ପଛରେ ପକାଇ ଭାରତ ନମ୍ବର ୧ ସ୍ଥାନକୁ ଉନ୍ନୀତ ହୋଇଛି। ଇଂଲଣ୍ଡ ବିପକ୍ଷରେ ଓଭାଲ...

ଏମ୍‌ପିଏଲ୍‌ ସ୍ପୋଟର୍‌ସ ଟିମ୍‌ ଇଣ୍ଡିଆର ଅଫିସିଆଲ କିଟ୍‌ ପ୍ରାୟୋଜକ

ନୂଆଦିଲ୍ଲୀ,୧୮।୧୧(ପି.ଟି.): ଟିମ୍‌ ଇଣ୍ଡିଆର ଅଫିସିଆଲ କିଟ୍‌ ସ୍ପୋନ୍ସରସିପ୍‌ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଆନୁଷ୍ଠାନିକ ଭବେ ଘୋଷଣା କରିଛି। ଫାଣ୍ଟାସି ଗେମ୍‌...

କାହିଁକି ରାଇନାଙ୍କୁ କିଣିଲା ନାହିଁ ସିଏସ୍‌କେ

ବାଙ୍ଗାଲୁରୁ,୧୫।୨: ଆଗାମୀ ଆଇପିଏଲ ପାଇଁ ବେଙ୍ଗାଲୁରୁରେ ଆୟୋଜିତ ମେଗା ଅକ୍‌ଶନରେ ଭେଟେରାନ ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କୁ କୌଣସି ଫ୍ରାଞ୍ଚାଇଜ କିଣି ନାହାନ୍ତି। ଏପରିକି ତାଙ୍କ ପୁରୁଣା...

ଖୁସି ନାହାନ୍ତି ପାକିସ୍ତାନ ଅଧିନାୟକ

ଦୁବାଇ,୨୫।୧୦: ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଆଇସିସି ଟି -୨୦ ବିଶ୍ୱ ମ୍ୟାଚରେ ପାକିସ୍ତାନ ଭାରତକୁ ୧୦ ଉଇକେଟରେ ପରାସ୍ତ କରିଛି। ଟି -୨୦ ବିଶ୍ୱକପରେ...

ଅଭ୍ୟାସ ଆରମ୍ଭ କଲେ ହିଟ୍‌ମ୍ୟାନ୍‌: ବିସିସିଆଇ କହିଲା ‘ଇଞ୍ଜିନ୍‌ ଷ୍ଟାଟ୍‌ ହେବାକୁ ଯାଉଛି…’

ମେଲବୋର୍ନ,୩୧।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଜିତିବା ପରେ ଏବେ ଭାରତୀୟ ଦଳ ପାଇଁ ଆଉ ଏକ ଖୁସି ଖବର ଆସିଛି। ହିଟ୍‌ମ୍ୟାନ୍‌ ରୋହିତ ଶର୍ମା...

ଆଡଭାନୀଙ୍କୁ ୧୦ମ ଜାତୀୟ ବିଲିୟାର୍ଡ୍ସ ଟାଇଟଲ

ପୁଣେ, ୨୯ା୧ (ପି.ଟି.)-ଭାରତର ଅଗ୍ରଣୀ କ୍ୟୁଇଷ୍ଟ ପଙ୍କଜ ଆଡ୍‌ଭାନୀ ୧୦ମ ଥର ପାଇଁ ଜାତୀୟ ସିନିୟର ବିିଲିୟାଡର୍‌ସ ଟାଇଟଲ ହାସଲ କରିଛନ୍ତି। ଏଠାରେ ମଙ୍ଗଳବାର ଅନୁଷ୍ଠିତ...

ଭାରତୀୟ କ୍ରିକେଟ ଦଳର ‘ସୁପର୍‌ ଫ୍ୟାନ୍‌’ଙ୍କ ପରଲୋକ, ଦିନେ ବିରାଟଙ୍କୁ କରିଥିଲେ ଆଶୀର୍ବାଦ

ନୂଆଦିଲ୍ଲୀ,୧୬।୧: ଇଂଲଣ୍ଡରେ ଆୟୋଜିତ ହୋଇଥିବା ୨୦୧୯ କ୍ରିକେଟ ବିଶ୍ୱକପରେ ଭାରତୀୟ ଦଳକୁ ଚିୟର୍‌ କରିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହୁଥିଲେ ୮୭ ବର୍ଷୀୟା ଚାରୁଲତା ପଟେଲ।...

ମହାତ୍ମା ଗାନ୍ଧୀଙ୍କ ବାଣୀ ଶୁଣାଇ ଆଲୋଚକଙ୍କୁ କଡା ଜବାବ ଦେଲେ ଓ୍ବାର୍ଣ୍ଣରଙ୍କ ସ୍ତ୍ରୀ

ଆଡିଲେଡ୍‌,୩।୧୨: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ପାକିସ୍ତାନ ବିପକ୍ଷରେ ଚାଲିଥିବା ପିଙ୍କ ବଲ ଟେଷ୍ଟରେ ୱାର୍ଣ୍ଣର ଅପରାଜିତ ୩୩୫ ରନର ଇନିଂସ ଖେଳି ତାଙ୍କ ସମାଲୋଚକଙ୍କ...

Advertisement
Archives

Model This Week