Posted inଖେଳ

ହସ୍ପିଟାଲରେ ଭର୍ତ୍ତି ହେଲେ ତେନ୍ଦୁଲକର

ମୁମ୍ବାଇ, ୩ା୪(ପି.ଟି.): କରୋନା ସଂକ୍ରମିତ ହୋଇଥିବା ଭାରତର ପୂର୍ବତନ ଅଧିନାୟକ ତଥା ବ୍ୟାଟିଂ ଆଇକନ ସଚିନ ତେନ୍ଦୁଲକର ଶୁକ୍ରବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୪୭ ବର୍ଷୀୟ ଏହି ପୂର୍ବତନ ଷ୍ଟାର କ୍ରିକେଟରଙ୍କ କୋଭିଡ୍‌ ଟେଷ୍ଟ ମାର୍ଚ୍ଚ ୨୭ରେ ହୋଇଥିଲା ଏବଂ ଫଳାଫଳ ପଜିଟିଭ ଆସିଥିଲା। ସେହିଦିନଠାରୁ ସେ ନିଜ ବାସଭବନରେ ଆଇସୋଲେଶନରେ ରହିଆସୁଥିଲେ। ଡାକ୍ତରୀ ପରାମର୍ଶ କ୍ରମେ ସତର୍କତାମୂଳକ ପଦକ୍ଷେପସ୍ବରୂପ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛିଦିନ ମଧ୍ୟରେ ସେ ସୁସ୍ଥ ହୋଇ ଫେରିବେ ବୋଲି ଆଶାପ୍ରକାଶ କରି କହିଛନ୍ତି ଏହି ପୂର୍ବତନ ଷ୍ଟାର ବ୍ୟାଟ୍ସମ୍ୟାନ। ତେନ୍ଦୁଲକର ୨୦୧୧ରେ ଐତିହାସିକ ବିଶ୍ୱକପ୍‌ ବିଜୟ ସଫଳତା ହାସଲ କରିଥିବା ଭାରତୀୟ କ୍ରିକେଟ ଦଳର ଅନ୍ୟତମ ପ୍ରମୁଖ ସଦସ୍ୟ ଥିଲେ। ଏହାର ୧୦ମ ବାର୍ଷିକ ପୂର୍ତ୍ତି ଅବସରରେ ସେ ଟ୍ବିଟର ଜରିଆରେ ତାଙ୍କ ଟିମ୍‌ମେଟ୍‌ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେନ୍ଦୁଲକରଙ୍କ ବ୍ୟତୀତ ଭାରତର ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ, ତାଙ୍କ ବଡ଼ଭାଇ ୟୁସୁଫ୍‌ ଏବଂ ଏସ୍‌. ବଦ୍ରିନାଥ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଏମାନେ ସମସ୍ତେ ନିକଟରେ ଅନୁଷ୍ଠିତ ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ ଚ୍ୟାଲେଞ୍ଜ କ୍ରିକେଟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଭେଟେରାନ କ୍ରିକେଟରମାନଙ୍କୁ ନେଇ ହୋଇଥିବା ଏହି ଟୁର୍ନାମେଣ୍ଟରେ ତେନ୍ଦୁଲକରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚାମ୍ପିୟନ ହୋଇଥିଲା। ଖେଳ ଦେଖିବା ଲାଗି ଦର୍ଶକମାନଙ୍କୁ ଷ୍ଟାଡିୟମରେ ଅନୁମତି ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳକୁ ସର୍‌ପ୍ରାଇଜ୍‌ ଦେଲେ ଧୋନୀ

ରାଞ୍ଚି,୨୭।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାରଠାରୁ ରାଞ୍ଚିରେ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ପୂର୍ବତନ...

ଏସିଆନ୍‌ ଗେମ୍ସ ଉଦ୍‌ଘାଟନୀ ସମାରୋହ

ହାଙ୍ଗଝୋ,୨୪ା୯: ଚାଇନାର ହାଙ୍ଗଝୋରେ ଏସିଆନ୍‌ ଗେମ୍ସ ୧୯ତମ ସଂସ୍କରଣର ଆନୁଷ୍ଠାନିକ ଉଦ୍‌ଘାଟନ ଶନିବାର ସନ୍ଧ୍ୟାରେ ହୋଇଛି। ଏଥିରେ ଭାରତୀୟ କ୍ରୀଡା ଦଳର ନେତୃତ୍ୱ ନେଇଥିଲେ ଭାରତୀୟ...

ଟୋକିଓରେ ଭାରତୀୟ ଆଥଲେଟ୍‌ଙ୍କ ଟ୍ରେନିଂ ଆରମ୍ଭ

ଟୋକିଓ, ୨୦।୭(ପି.ଟି.): ଟୋକିଓରେ ପହଞ୍ଚତ୍ବାର ଗୋଟିଏ ଦିନପରେ ଭାରତୀୟ ଆଥଲେଟ୍‌ମାନେ ଅଲିମ୍ପିକ୍ସ ପାଇଁ ସୋମବାର ଟ୍ରେନିଂ ଆରମ୍ଭ କରିଛନ୍ତି। କରୋନା ମହାମାରୀ ପାଇଁ ଗୋଟିଏ ବର୍ଷ...

ଠିକଣା ସମୟରେ ନିଷ୍ପତ୍ତି ନିଆଯିବ: ଆଇସିସି

ମେଲବୋର୍ନ, ୧୮ା୪ (ପି.ଟି.)- କୋଭିଡ୍‌-୧୯ ଯୋଗୁ ଟି୨୦ ବିଶ୍ୱକପ୍‌ ନିର୍ଦ୍ଧାରିତ ସମୟରେ ହେବ ନା ଆସନ୍ତାବର୍ଷକୁ ଘୁଞ୍ଚତ୍ବ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ...

ଟାର୍ଗେଟ ୧୧.୧୦ ସେକେଣ୍ଡ: ଦୂତୀ

ଭୁବନେଶ୍ୱର, ୧।୭: (କ୍ରୀଡ଼ା ପ୍ରତିନିଧି)- ସ୍ବ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଯାହା ଆଶା କରୁଥିଲେ ତାହା ହେଲା। ଯୋଗ୍ୟତା ଟାଇମିଂ ନ ହେଲେବି ବିଶ୍ୱ ର଼୍ୟାଙ୍କିଙ୍ଗ...

ପାକିସ୍ତାନ ଅଧିନାୟକଙ୍କ ଖେଳ ଦେଖିଲେ ଭାରତୀୟ ଷ୍ଟାଫ୍‌

ଦୁବାଇ,୧୯।୧୦: ଟି -୨୦ ବିଶ୍ୱକପ ୨୦୨୧ ଆରମ୍ଭ ହୋଇଛି। ଅକ୍ଟୋବର ୨୪ରେ ଖେଳାଯିବାକୁ ଥିବା ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌କୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା...

ଟସ୍‌ ଜିତିଲା ଶ୍ରୀଲଙ୍କା, ବୋଲିଂ ନିଷ୍ପତ୍ତି…

ଦୁବାଇ, ୬।୯ : ଏସିଆ କପ୍‌-୨୦୨୨ ଟି-୨୦ ମ୍ୟାଚର ସୁପର ଫୋର୍‌ ଏ-୧ ଏବଂ ବି-୧ ମ୍ୟାଚ୍‌ରେ ମଙ୍ଗଳବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କଡ଼ା...

‘ଭାରତ ବିପକ୍ଷ ମ୍ୟାଚ୍‌ ଚ୍ୟାଲେଞ୍ଜପୂର୍ଣ୍ଣ’

ସ୍ପେନ୍‌, ଓ୍ବେଲ୍ସ, କୋରିଆ ପହଞ୍ଚିଲା ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି)/ ରାଉରକେଲା ଅଫିସ, ୯।୧: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହେବାକୁଥିବା ହକି...

Advertisement
Archives

Model This Week