Posted inଖେଳ

ମା’ ଚାକରାଣୀ, ବାପା ମାଳି; ପୁଅ ସବୁଠୁ ଧନୀ ଫୁଟବଲ ଖେଳାଳି

ଯେତେବେଳେ ବି ଫୁଟବଲ ଖେଳାଳିଙ୍କ କଥା ଆସେ ସର୍ବପ୍ରଥମେ ୩ଟି ନାମ ସାମ୍ନାକୁ ଆସିଥାଏ। ତାହା ହେଲା କ୍ରିଷ୍ଟିଆନୋ ରୋନାଲ୍‌ଡୋ, ମେସି ଏବଂ ନେମାର ଜୁନିୟର। ଫୁଟବଲକୁ ଦୁନିଆର ଏକ ଭିନ୍ନ ସ୍ଥାନକୁ ନେଇପାରିଥିବା କ୍ରିଷ୍ଟିଆନୋ ରୋନାଲଡୋ ଏବଂ ନେମାର ଜୁନିୟରଙ୍କ ଜନ୍ମଦିନ ଗୋଟିଏ ଦିନରେ ପଡ଼ିଥାଏ। ୫ ଫେବୃୟାରୀରେ ଉଭୟ ନିଜର ଜନ୍ମଦିନ ପାଳନ କରିଥାନ୍ତି। ଏହି ୨ ଫୁଟବଲ ଖେଳାଳିଙ୍କ ନାମ ଏବେ ସବୁଠାରୁ ଧନୀ ଖେଳାଳି ତାଲିକାରେ ରହିଛି। କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ଉଭୟଙ୍କ ପିଲାଦିନ ଦାରିଦ୍ର ମଧ୍ୟରେ କଟିଥିଲା।
ଦୁନିଆର ସବୁଠୁ ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ତାଙ୍କ ଖେଳ ସହିତ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ବେଶ୍‌ ପରିଚିତ। କିନ୍ତୁ ଏକ ସମୟ ଥିଲା ସ୍କୁଲରେ ଆଡ୍‌ମିଶନ ପାଇଁ ତାଙ୍କ ପାଖରେ ଅର୍ଥ ନ ଥିଲା। ତାଙ୍କ ବାପା ଜଣେ ମାଳି ଏବଂ ମା’ ଅନ୍ୟ ଘରେ ରେଷେଇ କାମ କରୁଥିଲେ। ୪ ଭଉଣୀ-ଭାଇଙ୍କ ମଧ୍ୟରେ ରୋନାଲ୍‌ଡୋ ସବୁଠାରୁ ସାନ। ତାଙ୍କ ପରିବାର ଟିଣ ଛାତ ଥିବା ଘରେ ରହୁଥିଲେ। ମାତ୍ର ୮ ବର୍ଷ ବୟସରେ ଲୋକାଲ ଟିମ୍‌ ପାଇଁ ଫୁଟବଲ ଖେଳିବା ଆରମ୍ଭ କରିଥିଲେ। ୩୫ ବର୍ଷୀୟ ଏହି ଖେଳାଳି ସମସ୍ତଙ୍କୁ ପଛରେ ପକାଇ ଦୁନିଆର ସବୁଠାରୁ ଧନୀ ଫୁଟବଲ ଖେଳାଳି ହୋଇପାରିଛନ୍ତି। ରୋନାଲ୍‌ଡୋଙ୍କ ପ୍ରଶଂସକଙ୍କ ତାଲିକା ମଧ୍ୟ ବହୁତ ଅଧିକ। ତାଙ୍କର କାର ପ୍ରେମ କାହାକୁ ଅଛପା ନାହିଁ। ସବୁବେଳେ ସେ ଟପ୍‌ କ୍ଲାସ ଗାଡି ଚଲାଇଥାନ୍ତି। ତାଙ୍କ ପାଖରେ ୭୫ କୋଟି ଟଙ୍କାର ବୁଗାଟି କମ୍ପାନୀର ‘ଲ ଭାଉଚର ନୋଏର’ କାର ଅଛି।
୧୯୯୨ରେ ବ୍ରାଜିଲରେ ଜନ୍ମଗ୍ରହଣ କରିଥିବା ନେମାର ଖୁବ୍‌ କମ୍‌ ସମୟ ମଧ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଖାଲି ସେତିକି ନୁହେଁ, ଫୋର୍ବସ ତାଲିକାରେ ନେମାର ୭୨୨ କୋଟି ଟଙ୍କା ରୋଜଗାର କରି ଧନୀ ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି। ନେମାରଙ୍କ ଘରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ଅନେକ ଥର ତାଙ୍କ ବାପା ବିଦ୍ୟୁତ୍‌ ବିଲ୍‌ ଦେଇପାରୁ ନ ଥିଲେ। ତେଣୁ ସେମାନଙ୍କୁ ଅଧିକ ଦିନ ଅନ୍ଧାରରେ ରହିବାକୁ ପଡ଼ୁଥିଲା। ନେମାରଙ୍କ ବାପା ମଧ୍ୟ ଜଣେ ଭଲ ଫୁଟବଲ ଖେଳାଳି ଥିଲେ। ତେଣୁ ସେ ପୁଅକୁ ସମର୍ଥନ କରିଥିଲେ। ଏବଂ ନେମାର ଫୁଟବଲର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: ନୂଆ ତାରିଖ ଘୋଷଣା

ଭୁବନେଶ୍ୱର,୧୩।୫(କ୍ରୀଡ଼ା ପ୍ରତିନିଧି)-କରୋନାଭାଇରସ୍‌ ସଂକ୍ରମଣଜନିତ ସ୍ଥିତିର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ପରେ ବ୍ୟୁରୋ ଅଫ୍‌ ଫିଫା କାଉନ୍‌ସିଲ ପକ୍ଷରୁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ନୂଆ...

ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଯିବ ଇଂଲଣ୍ଡ

କେପ୍‌ଟାଉନ୍‌,୨୩।୧୦(ଏପି): ୬ଟି ସୀମିତ ଓଭର ମ୍ୟାଚ୍‌ ଖେଳିବାକୁ ଇଂଲଣ୍ଡ ଆସନ୍ତାମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଦକ୍ଷିଣ ଆଫ୍ରିକା ସରକାର ଭ୍ରମଣକାରୀ ଦଳଗୁଡିକ ପାଇଁ କରୋନା...

ଜାତୀୟ ଦୃଷ୍ଟିହୀନ ମହିଳା ଟି୨୦ କ୍ରିକେଟ: କର୍ନାଟକକୁ ହରାଇ ଓଡ଼ିଶା ଚାମ୍ପିୟନ

ଭୁବନେଶ୍ୱର, ୨୦।୧୨(କ୍ରୀଡ଼ା ପ୍ରତିନିଧି)-ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ବପ୍ରଥମ ସମର୍ଥମ୍‌ ଜାତୀୟ ଦୃଷ୍ଟିହୀନ ମହିଳା ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ଚାମ୍ପିୟନ ହୋଇଛନ୍ତି। ଗୁରୁବାର ଅନୁଷ୍ଠିତ ଫାଇନାଲରେ ଓଡ଼ିଶା...

ଆୟାରଙ୍କୁ ୧୨ ଲକ୍ଷ ଜରିମାନା

ଆବୁଧାବି, ୧।୧୦(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ମଙ୍ଗଳବାର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସ୍ଲୋ ଓଭରରେଟ୍‌ ବୋଲିଂ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟାରଙ୍କୁ...

ହକି ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚ୍‌: ୮-୦ ଗୋଲରେ ଅଷ୍ଟ୍ରେଲିଆର ଦମ୍‌ଦାର ବିଜୟୀ

ଭୁବନେଶ୍ୱର,୧୩।୧(ବ୍ୟୁରୋ): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ପୁରୁଷ ହକି ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୮-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ...

ଆଉ ୬ ରାଜ୍ୟରେ ଖେଲୋ ଇଣ୍ଡିଆ ଷ୍ଟେଟ୍‌ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ପ୍ରତିଷ୍ଠା ହେବ

ନୂଆଦିଲ୍ଲୀ,୧୬।୯(ପି.ଟି.): ଯୁବ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଆଉ ୬ଟି ରାଜ୍ୟରେ ଖେଲୋ ଇଣ୍ଡିଆ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ (କେଆଇଏସ୍‌ସିଇ) ପ୍ରତିଷ୍ଠା...

ହୋବାର୍ଟ ଇଣ୍ଟର ନ୍ୟାଶନାଲ ସେମିରେ ସାନିଆ

ହୋବାର୍ଟ, ୧୬।୧ (ପି.ଟି.)- ଷ୍ଟାର୍‌ ଭାରତୀୟ ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ଏଠାରେ ଚାଲିଥିବା ହୋବାର୍ଟ ଇଣ୍ଟରନ୍ୟାଶନାଲ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି।...

ଏଥର ଆଇପିଏଲ୍‌ରେ ଚମକିବେ ଏହି ୪ ଅନକ୍ୟାପ୍‌ଡ ଅଲରାଉଣ୍ଡର

ଆଇପିଏଲ୍‌ ୨୦୨୨ ଆରମ୍ଭ ପାଇଁ ଆଉ ୨ ଦିନ ବାକି ଅଛି । ଏହି ସିଜିନ୍‌ରେ ଅନେକ ଯୁବ ଖେଳାଳିଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରାଯାଏ।...

Advertisement
Archives

Model This Week