ସୌଦିକୁ ଫେରିଲା କରୋନା, ଭାରତ ସମେତ ୧୬ ଦେଶ ଯାତ୍ରା ଉପରେ କଟକଣା…

ଦୁବାଇ, ୨୩।୫ : ସୌଦି ଆରବକୁ ପୁଣି କରୋନା ଫେରିଛି। ଗତ କିଛି ସପ୍ତାହ ମଧ୍ୟରେ ସୌଦିରେ ଦୈନିକ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ସୃଷ୍ଟିରେ ରଖି  ସୌଦି ଆରବ ଏହାର ନାଗରିକମାନଙ୍କୁ ଭାରତ ସମେତ ୧୬ ଦେଶ ଯାତ୍ରା କରିବାକୁ ବାରଣ କରିଛି।

ଗଲ୍ଫ ନ୍ୟୁଜ ରିପୋର୍ଟ ଅନୁଯାୟୀ, ସୌଦି ଆରବ ନାଗରିକଙ୍କୁ ଭାରତ, ଲେବାନନ, ସିରିଆ, ତୁର୍କୀ, ଇରାନ, ଆଫଗାନିସ୍ତାନ, ୟେମେନ, ସୋମାଲିଆ, ଇଥିଓପିଆ, ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ, ଲିବିୟା, ଇଣ୍ଡୋନେସିଆ, ଭିଏତନାମ, ଆର୍ମେନିଆ ଅନ୍ତର୍ଭୁକ୍ତ , ବେଲା ରୁଷ, ଏବଂ ଭେନେଜୁଏଲା ଆଦି
ରହିଛି।

ସୌଦି ଆରବ ଘୋଷଣା କରିଛି ଯେ ଏହି ୧୬ ଟି ଦେଶ ବ୍ୟତୀତ, ସୌଦି ନାଗରିକମାନେ ଅଣ ଆରବ ଦେଶକୁ ଯାତ୍ରା କରିବାକୁ ଇଚ୍ଛା କରନ୍ତି, ତେବେ ସେମାନଙ୍କ ପାଖରେ ଛଅ ମାସରୁ ଅଧିକ ସମୟ ପାଇଁ ଏକ ପାସପୋର୍ଟ ରହିବା ଆବଶ୍ୟକ। ଏହାସହ ଏଥିରେ ଦର୍ଶାଯାଇଛି ଯେ ସୌଦି ଗେଜେଟ ଅନୁଯାୟୀ ଆରବ ଦେଶ ଗସ୍ତ ପାଇଁ ପାସପୋର୍ଟର ବୈଧତା ଅତି କମରେ ତିନିମାସ ହେବା ଉଚିତ।

ଏହାସହ ଘୋଷଣା କରାଯାଇଛି ଯେ ଅନ୍ୟ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶକୁ ଯାତ୍ରା କରୁଥିବା ନାଗରିକଙ୍କ ପାଖରେ ଏକ ଜାତୀୟ ପରିଚୟ ପତ୍ର ରହିବା ଆବଶ୍ୟକ ଯାହା ଅତି କମରେ ତିନିମାସ ପାଇଁ ବୈଧତା ରହିଥିବ। ଭ୍ରମଣ ପାଇଁ ମୂଳ ପରିଚୟ ପତ୍ର ଏବଂ ପରିବାର ରେଜିଷ୍ଟ୍ରି ବାଧ୍ୟତାମୂଳକ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମଙ୍କିପକ୍ସର ଗୋଟିଏ ବି ମାମଲା ଚିହ୍ନଟ ହୋଇନାହିଁ। ପ୍ରତିଷେଧକ ସ୍ବାସ୍ଥ୍ୟ ବିଭାଗର ଡେପୁଟି ସ୍ବାସ୍ଥ୍ୟମନ୍ତ୍ରୀ ଅବଦୁଲ୍ଲା ଆସିରି କହିଛନ୍ତି ଯେ କୌଣସି ସନ୍ଦିଗ୍ଧ ମଙ୍କିପକ୍ସ ମାମଲା ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ସେ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ, ମଣିଷମାନଙ୍କ ମଧ୍ୟରେ ସଂକ୍ରମଣର ମାମଲା ବହୁତ ସୀମିତ ରହିଆସିଛି, ତେଣୁ ଯେଉଁ ଦେଶରେ ମାମଲା ରୁଜୁ ହୋଇଛି, ସେହିଠାରେ ମଧ୍ୟ ଅଧିକ ସଂକ୍ରମଣର ସମ୍ଭାବନା ବହୁତ କମ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ୧୧ ଟି ଦେଶରେ ମଙ୍କିପକ୍ସ୍‌ ୯୨ ଟି ମାମଲା ନିଶ୍ଚିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଇଲେଣ୍ଟ ଗେମ୍ କରିଦେଲା ଚାଇନା, ଘରୁ ବାହାରି ପାରୁନାହାନ୍ତି ତାଇଓ୍ବାନ ରାଷ୍ଟ୍ରପତି

ବେଜିଂ,୨୧।୪: ଚାଇନା ତାଇୱାନର ରାଷ୍ଟ୍ରପତି ୱିଲିୟମ୍ ଲାଇ ଚିଙ୍ଗ-ତେଙ୍କ ବିରୁଦ୍ଧରେ ଏକ ସାଇଲେଣ୍ଟ ଗେମ୍ ଖେଳିଛି। ଫଳସ୍ୱରୂପ, ରାଷ୍ଟ୍ରପତି ଲାଇ ତାଙ୍କ ଘର ଅର୍ଥାତ୍ ଦେଶ ବାହାରକୁ…

ଜାତୀୟ ରାଜପଥ ନିକଟରୁ ଅଚିହ୍ନା ମୃତଦେହ ଉଦ୍ଧାର, ଅଜଣା ଗାଡି ଧକ୍କାରେ…

ବଣାଇଁ,୨୧।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ବିରିତୋଳା ନିକଟରୁ ଅଜଣା ମୃତଦେହ ଉଦ୍ଧାର କରାଯାଇଛି । ଜଣେ ଅଚିହ୍ନା ଯୁବକଙ୍କ…

ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ଆଗରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ, ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୦ ଦଫା ଦାବି ହାସଲ…

ରାଉ‌ରକେଲାରେ ପ୍ରୋଟୋକଲ ଭାଙ୍ଗିଲେ ରାଷ୍ଟ୍ରପତି, ଖରାକୁ ଖାତିର ନକରି…

ରାଉରକେଲା,୨୧।୪(ସଂଗୀତା ଜେନା) ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ରାଉରକେଲା ଅଭିମୁଖେ ଯାତ୍ରା କରିଥିଲେ । ରାଉରକେଲା…

ସିଏମ୍ ଟ୍ରଫି ଖୋଖୋ ଚାମ୍ପିୟନ୍ ହେଲେ ରାଇକିଆ ଛାତ୍ରୀ, ଛୁଟିଲା ଶୁଭେଚ୍ଛା

ରାଇକିଆ,୨୧।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ଏଥଲେଟିକ୍ସ ଆସୋସିଏସନ୍ ତରଫରୁ ଆୟୋଜିତ ୧୫ବର୍ଷରୁ କମ୍ “ସିଏମ୍ ଟ୍ରଫି ୨.୦” ଜିଲାସ୍ତରୀୟ ଖୋଖୋ ପ୍ରତିଯୋଗୀତାରେ ଚାମ୍ପିୟନ୍ ହୋଇଛନ୍ତି ରାଇକିଆ ସରକାରୀ…

ମୋଦିଙ୍କୁ ‘ଆତଙ୍କବାଦୀ’ କହିଲେ ଖାର୍ଗେ: ବଢିଲା ବିବାଦ

ନୂଆଦିଲ୍ଲୀ,୨୧।୪: କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆତଙ୍କବାଦୀ ବୋଲି ଆଖ୍ୟା ଦେଇଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ଏକ…

ନିର୍ବାଚନ କମିଶନରଙ୍କ ନୂଆ ନିୟମ, ରାତିରେ ବାଇକ ଚଳାଇବା ଉପରେ ଲାଗିଲା ବ୍ୟାନ୍

କୋଲକାତା,୨୧।୪: ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଦୁଇଚକିଆ ଯାନ ଉପରେ ନିର୍ବାଚନ କମିଶନର ବ୍ୟାନ କରିଛନ୍ତି । ଏହା ସହିତ ମୁକ୍ତ ଏବଂ ଶାନ୍ତିପୂର୍ଣ୍ଣ ମତଦାନ ସୁନିଶ୍ଚିତ…

CSKକୁ ଲାଗିଲା ବଡ଼ ଝଟକା, ସିଜନରୁ ବାଦ ପଡିଲେ ସର୍ବାଧିକ ସ୍କୋର୍ କରିଥିବା ଖେଳାଳୀ

ନୂଆଦିଲ୍ଲୀ,୨୧।୪: ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୨୦୨୬ ଆଇପିଏଲ ସିଜିନ୍ ଭଲ ନଥିଲା। ଚଳିତ ସିଜିନ୍ ମଧ୍ୟଭାଗରେ, ଚେନ୍ନାଇ ଦଳ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri