ଗଡ଼ିଲା ୧୧୦ ଅତ୍ୟାଧୁନିକ ବସ୍‌

ଭୁବନେଶ୍ୱର,୪।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭୁବନେଶ୍ୱର ଏଜି ଛକସ୍ଥିତ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ମୁଖ୍ୟ କାର୍ଯ୍ୟାଳୟରୁ ୧୧୦ ନୂଆ ଅତ୍ୟାଧୁନିକ ବସ୍‌ର ଶୁଭାରମ୍ଭ କରିଛନ୍ତି। ଯାତ୍ରୀଙ୍କୁ ବସ୍‌ଯାତ୍ରାର ଆରାମଦାୟକ ଅନୁଭୂତି ପ୍ରଦାନ କରିବା ଲାଗି ବସ୍‌ଗୁଡ଼ିକରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି। ସିସି ଟିଭି କ୍ୟାମେରା, ଆରାମଦାୟକ ସିଟ୍‌, ଆପାତ୍ତକାଳୀନ ବଟନ୍‌, ଭେହିକିଲ ଟ୍ରାକିଂ ସିଷ୍ଟମ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଯାତ୍ରୀଙ୍କୁ ସୂଚନା ପ୍ରଦାନ ପାଇଁ ବୈଷୟିକ ଜ୍ଞାନକୌଶଳ ସୁବିଧା କରାଯାଇଛି। ସମ୍ପୃକ୍ତ ବସ୍‌ଗୁଡିକ ଆନ୍ତଃରାଜ୍ୟ ବସ୍‌ ପରିବହନରେ ମଧ୍ୟ ନିୟୋଜିତ ହେବ। ଏଥିସହ ପଟିଆ ଏବଂ ଭଗବାନପୁରରେ ‘ମୋ ବସ୍‌’ର ୨ଟି ଅତ୍ୟାଧୁନିକ ଡିପୋ ଉଦ୍‌ଘାଟିତ ହୋଇଛି। ଏହି ଡିପୋରେ ମେଶିନ ଜରିଆରେ ବସ୍‌ ପରିଷ୍କାର କରାଯିବା ସହ ତେଲ ପକାଯିବା ସୁବିଧା କରାଯାଇଛି।
ସୂଚନାଯୋଗ୍ୟ, ଓଏସ୍‌ଆର୍‌ଟିସି ପକ୍ଷରୁ ଚଳାଚଳ କରିବାକୁ ଥିବା ୧୮୦ ନୂଆ ବସ୍‌ ମଧ୍ୟରୁ ଶୁକ୍ରବାର ୧୧୦ଟିର ଶୁଭାରମ୍ଭ ହୋଇଛି। ଅନ୍ୟ ୭୦ଟି ବସ୍‌ ଖୁବଶୀଘ୍ର ଚଳାଚଳ କରିବ। ଏବେ ଓଏସଆର୍‌ଟିସି ପକ୍ଷରୁ ୨୮ ଜିଲା ତଥା ୪୩ ଅନ୍ତଃରାଜ୍ୟ ମାର୍ଗରେ ୩୯୮ ବସ୍‌ ଯାତାୟାତ କରୁଛି। ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼କୁ ବସ୍‌ ସେବା ଉପଲବ୍ଧ ରହିଛି। ନୂତନ କରି ଶୁଭାରମ୍ଭ ହେବାକୁ ଥିବା ବସ୍‌ଗୁଡ଼ିକ ଭଲ୍‌ଭୋ, ଏସି ଅଲ୍‌ଟ୍ରା ଡିଲକ୍ସ, ନନ୍‌ ଏସି ଡିଲକ୍ସ ତଥା ନନ୍‌ ଏସି ହାଇ କମ୍ଫର୍ଟ ଶ୍ରେଣୀର।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୋଖରୀପୁଟଠାରେ ରାଜ୍ୟ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ୧୯ କୋଟି ଟଙ୍କା ବ୍ୟୟରେ ନବନିର୍ମିତ ଭିନ୍ନକ୍ଷମ ସଶକ୍ତୀକରଣ ପ୍ରତିଷ୍ଠାନ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମନାଭ ବେହେରା, ପ୍ରତାପ ଜେନା, ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?