Posted inଖେଳ

ଦଳରୁ ଶତକ-ଦ୍ୱିଶତକ ମାରିଥିବା ଖେଳାଳି ବାହାର, ଚମକାଇଲା ରୋହିତଙ୍କ ନିଷ୍ପତ୍ତି

ଗୁଆହାଟି,୧୦।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି। ମଙ୍ଗଳବାର ଗୁଆହାଟିର ବାରସପାରା ଷ୍ଟାଡିୟମରେ ଉଭୟ ଟିମ୍‌ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯାଉଛି। ତେବେ ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ବଡ଼ ନିଷ୍ପତ୍ତି ନେଇ ପ୍ରଶଂସକଙ୍କୁ ଚମକାଇଛନ୍ତି। ସେ ଗତ ଦିନିକିଆ ସିରିଜରେ ଦ୍ୱିଶତକ ଲଗାଇଥିବା ଇଶାନ କିଷନଙ୍କୁ ଦଳରୁ ବାଦ୍‌ ଦେଇଛନ୍ତି। ତାଙ୍କ ସ୍ଥାନରେ ଓପନର ଭାବେ ଶୁଭମନ ଗିଲଙ୍କୁ ସୁଯୋଗ ମିଳିଛି। ସେହିଭଳି ଟି୨୦ ବିଶ୍ୱ ର଼୍ୟାଙ୍କିଂରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ସୁଯୋଗ ମିଳିନାହିଁ। ତାଙ୍କ ସ୍ଥାନରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଶ୍ରେୟାସ ଆୟରଙ୍କୁ ଦଳରେ ନିଆଯାଇଛି। ଏହାଛଡ଼ା ଏକାଦଶରେ କୁଲଦୀପ ଯାଦବ ଏବଂ ଓ୍ବାଶିଂଟନ ସୁନ୍ଦର ମଧ୍ୟ ସ୍ଥାନ ପାଇନାହାନ୍ତି। ପ୍ରଶଂସକଙ୍କୁ ଏହି ନିଷ୍ପତ୍ତି ଚକିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାଡେଜାଙ୍କୁ ‘ସାର୍‌ ଜାଡେଜା’ ଡାକିବାରୁ ମିଳିଲା ଏମିତି ପ୍ରତିକ୍ରିୟା

ନୂଆଦିଲ୍ଲୀ,୫।୫: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନ (ଆଇପିଏଲ ୨୦୨୧)ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଛି। ଚେନ୍ନାଇ ସୁପର କିଙ୍ଗ୍ସର ସୁପରଷ୍ଟାର ରବିନ୍ଦ୍ର ଜାଡେଜା...

ରେଣୁକାକୁ ମିଳିଲା ୧୩ ସ୍ଥାନ, ୭ତମ ସ୍ଥାନ ବଜାୟ ରଖିଲେ ଦୀପ୍ତି

ଦୁବାଇ,୧୪।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଅନ୍ତର୍ଜାତୀୟ ମହିଳା ଟି୨୦ କ୍ରିକେଟର ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ କରିଛି। ଏଥିରେ ଭାରତ ସିମର ରେଣୁକା ସିଂ ୫ ସ୍ଥାନ...

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଇଣ୍ଡିଜ ଦଳରେ ପରିବର୍ତ୍ତନ

ଜାମାଇକା,୨୮।୮(ପିଟି): ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଏଠାରେ ଶୁକ୍ରବାରଠାରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ୧୩ ଜଣିଆ ଇଣ୍ଡିଜ ଦଳରେ ଗୋଟିଏ...

ସ୍ବାମୀଙ୍କ ଏହି କଥା ମନେ ପକାଇ ସର୍ଜରୀ ପାଇଁ ଅନୁମତି ଦେଇଥିଲେ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟର କିମ୍ବଦନ୍ତୀ କ୍ରିକେଟର ବିଶନ ସିଂ ବେଦୀ ୨୫ ସେପ୍ଟେମ୍ବରରେ ତାଙ୍କର ୭୫ ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ତାଙ୍କ ପୁସ୍ତକ...

ଜ୍ୟାକ୍‌ କାଲିସ୍‌ ଗୋଟିଏ ପାର୍ଶ୍ୱ ନିଶ କାଟି ଛାଡିଲେ ଫଟୋ, କାରଣ ଜାଣିଲେ କରିବେ ସଲାମ୍‌

ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍‌ କାଲିଲ ନିଜ ସୋସିଆଲ ଆକାଉଣ୍ଟରେ ଏକ ଫଟୋ ଛାଡିଛନ୍ତି। ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ଏହି...

୫ କୋଟି ଟଙ୍କାର ଘଣ୍ଟା ଜବତ ନେଇ ସଫେଇ ଦେଲେ ପାଣ୍ଡ୍ୟା: କହିଲେ…

ମୁମ୍ବାଇ,୧୬।୧୧: ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ବିବାଦରେ ଫସି ଯାଇଛନ୍ତି। ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ତାଙ୍କ ଠାରୁ ୫ କୋଟି ଟଙ୍କାର ଘଣ୍ଟା...

ନଂ-୪ରେ ଖେଳିବାକୁ ଆସିଲେ କାର୍ତ୍ତିକ: ନିଜ ସ୍ଥାନ ବିପଦରେ ଥିବା କହିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୫।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟି୨୦ ମୁକାବିଲାରେ ବ୍ୟାଟିଂରେ ଅନେକ ପରିବର୍ତ୍ତନ କରିଥିଲା ଟିମ୍‌ ଇଣ୍ଡିଆ। ଅଧିନାୟକ ରୋହିତ ଶର୍ମାଙ୍କ ସହ ଋଷଭ ପନ୍ତ...

ଜୀବନ ବଞ୍ଚାଇଥିବା ୨ ବ୍ୟକ୍ତିଙ୍କ ଫଟୋ ଶେୟାର କରି ଏମିତି କହିଲେ ରିଷଭ

ମୁମ୍ବାଇ,୧୭।୧:ସଡକ ଦୁର୍ଘଟଣା ପରେ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ଗୋଡ ଅସ୍ତ୍ରୋପଚାର କରାଯାଇଛି। ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ କ୍ରିକେଟ ପଡ଼ିଆକୁ ଫେରିବା ପାଇଁ...

Advertisement
Archives

Model This Week