Posted inଖେଳ

ରୋହିତଙ୍କ କ୍ୟାଚ୍‌ ଛଡ଼ିବା ଇଂଲଣ୍ଡକୁ ଭାରି ପଡ଼ିଲା

ଓଭାଲ,୪।୯: ଶନିବାର ଖେଳ ଆରମ୍ଭରୁ ଜୀବନଦାନ ପାଇଥିଲେ ରୋହିତ। ଖୋଲା ହାତରେ ସେ ଏହାର ଫାଇଦା ଉଠାଇ ଥିଲେ। ୨୫୬ ବଲରେ ଖେଳିଥିଲେ ୧୨୭ ରନ୍‌ର ଲଢ଼ୁଆ ଇନିଂସ। ରୋହିତଙ୍କ କ୍ୟାରିୟରର ୮ମ ଟେଷ୍ଟ ଶତକରେ ସାମିଲ ଥିଲା ୧୪ ଚୌକା ଓ ଏକ ଛକା। ତାଙ୍କ ଶତକ ଯୋଗୁ ପ୍ରଥମ ଦୁଇ ଦିନର ସଂଘର୍ଷ ପରେ ଓଭାଲ ଟେଷ୍ଟରେ ଟିମ୍‌ ଇଣ୍ଡିଆର ସ୍ଥିତି ସୁଦୃଢ଼ ହୋଇପାରିଛି। ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ୩ ଉଇକେଟ ହରାଇ ୨୭୦ ରନ୍‌ କରିଛି। ଏବେ ୧୭୧ ରନ୍‌ରେ ଆଗୁଆ ଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ହାତରେ ଆହରି ୭ ଉଇକେଟ ରହିଛି। ପୂର୍ବରୁ ପ୍ରଥମ ଇନିଂସରେ ଭାରତ ୧୯୧ ରନ୍‌ କରିଥିବା ବେଳେ ଇଂଲଣ୍ଡ ୨୯୦ ରନ୍‌ କରିଥିଲା।

ପ୍ରଥମେ ଲୋକେଶ ରାହୁଲ (୪୬)ଙ୍କ ସହ ରୋହିତ ମିଶି ପ୍ରଥମ ଉଇକେଟ ପାଇଁ ଯୋଡ଼ିଥିଲେ ୮୩ ରନ୍‌। ତା’ ପରେ ଦ୍ୱିତୀୟ ଉଇକେଟ ଲାଗି ଚେତେଶ୍ୱର ପୂଜାରା (୬୧) ଓ ରୋହିତ ଦଳୀୟ ସ୍କୋରରେ ଯୋଡ଼ିଥିଲେ ୧୫୩ ରନ୍‌। ଦୁହିଁଙ୍କୁ ଗୋଟିଏ ଓଭରରେ ପ୍ୟାଭିଲିଅନ ଫେରାଇଥିଲେ ଓଲି ରବିନସନ। ଏହାପର ଠାରୁ ଅଧିନାୟକ କୋହଲି ଓ ରବୀନ୍ଦ୍ର ଜାଡେଜା ଘରୋଇ ବୋଲରଙ୍କୁ ଆଉ ଉଇକେଟ ନେବାକୁ ଦେଇ ନ ଥିଲେ। ଆଲୋକ ଅଭାବ କାରଣରୁ ଅଧ ଘଣ୍ଟା ପୂର୍ବରୁ ଖେଳ ଶେଷ ହୋଇଥିଲା। ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୩ ଉଇକେଟ ହରାଇ ୨୭୦ ରନ୍‌ କରିଛି। କୋହଲି ୨୨ ଓ ଜାଡେଜା ୯ ରନ୍‌ କରି ଅପରାଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri