Posted inଖେଳ

ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୧୪।୭: ଆସନ୍ତା ମାସରେ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଗସ୍ତ ପାଇଁ ଭାରତୀୟ ଦଳର ଅଧିନାୟିକତ୍ୱ ରୋହିତ ଶର୍ମାଙ୍କ ହାତରେ ରହିବ। ତେବେ ବିରାଟ କୋହଲି, ଜସପ୍ରୀତ ବୁମ୍‌ରା ଏବଂ ମହମ୍ମଦ ଶାମିଙ୍କୁ ଟି-୨୦ ସିରିଜରୁ ବିଶ୍ରାମ ଦିଆଯାଇଛି। ଆର ଅଶ୍ୱିନ ପୁଣି ଥରେ ଟିମ ଇଣ୍ଡିଆକୁ ଫେରିଛନ୍ତି। କୁଲଦୀପ ଯାଦବ ଏବଂ କେ.ଏଲ ରାହୁଲ ଟି -୨୦ ଦଳରେ ସ୍ଥାନ ପାଇଛନ୍ତି। କିନ୍ତୁ ଏହାପୂର୍ବରୁ ଏହି ଦୁଇ ଖେଳାଳିଙ୍କୁ ଫିଟନେସ ଟେଷ୍ଟ ଦେବାକୁ ପଡିବ।
ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ଏହାପୂର୍ବରୁ ରୋହିତ ଶର୍ମା, ଜସପ୍ରୀତ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା, ବିରାଟ କୋହଲି ଏବଂ ରିଷଭ ପନ୍ତ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରୁ ବିଶ୍ରାମ ନେଇଥିଲେ। କିନ୍ତୁ ରୋହିତ ଶର୍ମାଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରିଷଭ ପନ୍ତ ଟି-୨୦ ସିରିଜରେ ଫେରିଛନ୍ତି। ଟିମ ଇଣ୍ଡିଆର ଏକ ନମ୍ବର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ମଧ୍ୟ ଟି-୨୦ ସିରିଜରୁ ବିଶ୍ରାମ ଦିଆଯାଇଛି। ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜର ଅଂଶ ହୋଇଥିବା ଉମ୍ରାନ ମଲିକଙ୍କୁ ଟିମ ଇଣ୍ଡିଆରେ ସ୍ଥାନ ମିଳିନାହିଁ।
ଟିମ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଶାନ, କେ.ଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଶ୍ରେୟାସ ଆୟର, ଦୀନେଶ କାର୍ତ୍ତିକ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଆର ଅଶ୍ୱିନ, ରବି ବିଷ୍ଣୋଇ, କୁଲଦୀବ ଯାଦବ , ଆବେଶ ଖାନ, ହର୍ଷଲ ପଟେଲ, ଅର୍ଶଦୀପ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଡିଲ୍‌: ଚାଇନା-ପାକିସ୍ତାନ ଛାନିଆ

ମେଲବୋର୍ନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ଉପସ୍ଥିତିରେ ମେଲବୋର୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ

ଭୁବନେଶ୍ୱର,୯।୭(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା…

ଜନ୍ମଦିନରେ ଘରକୁ ଫେରିଲା ଖେଳାଳିଙ୍କ ପାର୍ଥିବ ଶରୀର, କାନ୍ଦୁଛି ପୂରା ପରିବାର; ଆଖି ଭିଜାଇ ଦେବ ଏହି ଦୃଶ୍ୟ

କାବୁଲ: ଯେଉଁ ଦିନ ଜନ୍ମଦିନର ଖୁସି ମନାଯାଇଥାନ୍ତା, ସେହି ଦିନ ଘରକୁ ଫେରିଲା ପାର୍ଥିବ ଶରୀର। ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନଙ୍କ ଦେହାନ୍ତ ପରେ…

ଇଟାର ଜବାବ ପଥରରେ ଦେବୁ: ଆମେରିକାକୁ ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ୍‌,୯।୭: ଆମେରିକା ପୁଣିଥରେ ଇରାନର ଅନେକ ସ୍ଥାନକୁ ଟାର୍ଗେଟ କରିଛି। ଇରାନ ଜୋରଦାର ପ୍ରତିକ୍ରିୟା ଦେଇ ବାହାରିନ ଏବଂ କୁଏତରେ ଥିବା ସ୍ଥାନଗୁଡ଼ିକୁ ଆକ୍ରମଣ କରିଛି। ଏହା…

ଲୋୟର ସୁକ୍‌ତେଲ ଜଳଭଣ୍ଡାର: ବଢୁଛି ଜଳସ୍ତର, ଲୋକେ ଅଟଳ

ବଲାଙ୍ଗୀର,୯ା୭(ବୀରେନ୍ଦ୍ର କୁମାର ଝାଙ୍କର):ଗତ କିଛି ଦିନର ଲଗାଣ ବର୍ଷା ଫଳରେ ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ଡ୍ୟାମ୍‌ରେ କ୍ଷୀପ୍ର ଗତିରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବଢ଼ିବା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ: ଉଭୟ ପକ୍ଷ ମଧ୍ୟରେ ମାଡ଼ ପିଟ

ମହାକାଳପଡ଼ା,୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମର ୭୭ ପରିବାର ଦୀର୍ଘ ବର୍ଷ ଧରି ୧୭୦ ଏକର ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri