Posted inଖେଳ

ଲମ୍ବା ବିରତି ପରେ ଟ୍ରେନିଂ ଆରମ୍ଭ କଲେ ରୋହିତ୍‌

ମୁମ୍ବାଇ, ୨୫।୬- ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ଉପଅଧିନାୟକ ରୋହିତ୍‌ ଶର୍ମା ଦୀର୍ଘ ଦିନର ବିରତି ପରେ ଶେଷରେ ଟ୍ରେନିଂ ଆରମ୍ଭ କରିଛନ୍ତି। କରୋନା ଭାଇରସ ଲାଗି ୩ ମାସ ହେବ ଭାରତରେ କୌଣସି ପ୍ରତିଦ୍ୱନ୍ଦିତାମୂଳକ ପ୍ରତିଯୋଗିତା ଆୟୋଜିତ ହେଉ ନ ଥିବାବେଳେ ଖେଳାଳିମାନେ କ୍ରିକେଟ୍‌ରୁ ପୁରା ଦୂରେଇ ରହିଛନ୍ତି। ତେବେ ଲକ୍‌ ଡାଉନ ନିୟମ କୋହଳ ହେବାପରେ କିଛି ଖେଳାଳି ଇତିମଧ୍ୟରେ ସେମାନଙ୍କ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଏହିକ୍ରମରେ ରୋହିତ୍‌ ବୁଧବାର ସ୍ଥାନୀୟ ଏକ ପାର୍କକୁ ଯାଇ ସେଠାରେ ଟ୍ରେନିଂ ଆରମ୍ଭ କରିଛନ୍ତି। ଏହାର ଏକ ଫଟୋକୁ ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର ମଧ୍ୟ କରିଛନ୍ତି। ଯେଉଁଥିରେ ସେ ମୁହଁରେ ପାଣି ଢ଼ାଳୁଥିବାର ଦେଖିବାକୁ ମିଳିଛି। ‘ବହୁତ ଦିନପରେ ପାର୍କକୁ ଆସି କିଛି କାମ କରିଥିବାରୁ ଖୁସି ଅନୁଭବ କରୁଛି’ ବୋଲି ରୋହିତ ଏହି ଫଟୋରେ କ୍ୟାପସନ୍‌ ଲେଖିଛନ୍ତି। ଶେଷଥର ପାଇଁ ରୋହିତ ୨ ଫେବ୍ରୁୟାରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ରୋହିତ୍‌ଙ୍କ ପୂର୍ବରୁ ଅନ୍ୟତମ ଭାରତୀୟ ଖେଳାଳି ଚେତେଶ୍ୱର ପୂଜାରା ଓ ଇଶାନ୍ତ ଶର୍ମା ମଧ୍ୟ ନିକଟରେ ଟ୍ରେନିଂ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସନ୍ଦିପ ମହାନ୍ତି ମେମୋରିଆଲ ଓପନ ଚେସ୍‌: ହର୍ଷିତ ଚାମ୍ପିୟନ, ସ୍ବପ୍ନିଳ ରନର୍ସଅପ୍‌

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ୧୩ତମ ସନ୍ଦିପ ମହାନ୍ତି ମେମୋରିଆଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ୭ ରାଉଣ୍ଡ...

ମିଛ କହି ଧରାପଡିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: ସୋସିଆଲ ମିଡିଆରେ ହେଉଛି ଚର୍ଚ୍ଚା

କେପଟାଉନ୍‌,୧୯।୫: ଦକ୍ଷିଣ ଆଫ୍ରିକାର ପ୍ରସିଦ୍ଧ କ୍ରିକେଟର୍‌ ଏବି.ଡି.ଭିଲିୟର୍ସ ଅନ୍ତର୍ଜାତୀୟ କ୍ରିକେଟକୁ ଆଉ ପ୍ରତ୍ୟାବର୍ତ୍ତନ କରିବେ ନାହିଁ। ଏହି ପରିପ୍ରେକ୍ଷୀରେ କ୍ରିକେଟ ଦକ୍ଷିଣ ଆଫ୍ରିକା କହିଛି ଯେ,...

କ୍ରିକେଟ୍‌ ଛାଡି ଏବେ ଫୁଟ୍‌ବଲ୍‌ ଖେଳିଲେ କୋହଲି: ପ୍ରଶଂସକ କହିଲେ..

ମୁମ୍ବାଇ,୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଇଂଲଣ୍ଡ ଗସ୍ତରେ ଯାଉଥିବା ଖେଳାଳିଙ୍କ ସହ କୋହଲି ମୁମ୍ବାଇରେ...

ଚହଲଙ୍କ ଶର୍ଟଲେସ୍‌ ଫଟୋ ଶେୟାର କରି ଏମିତି କହିଲେ ରୋହିତ ଶର୍ମା

ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିବା ପରେ ଟିମ୍‌ ଇଣ୍ଡିଆରେ ଏବେ ବର୍ଷର ପ୍ରଥମ ବିଦେଶ ଗସ୍ତକୁ ସଫଳ କରିବା ପାଇଁ ଉଦ୍ୟମ ଆରମ୍ଭ...

ଭାରତୀୟ ଦଳ ପାଇଁ ଖୁସି ଖବର

କେପଟାଉନ,୧୦।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ଟେଷ୍ଟ ମଙ୍ଗଳବାର ଠାରୁ କେପଟାଉନରେ ଖେଳାଯିବ। ଏହାପୂର୍ବରୁ ଭାରତୀୟ...

ଏହି ବିରଳ କ୍ଲବରେ ସାମିଲ ହେବା ଲାଗି ବିରାଟଙ୍କ ନିକଟରେ ସୁଯୋଗ

ଆବୁଧାବି, ୩।୧୦: ଚଳିତ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କ ପ୍ରଦର୍ଶନ ବେଶ୍‌ ନୈରାଶ୍ୟଜନକ ରହିଛି। ପ୍ରଥମ ୩ଟି ମ୍ୟାଚ୍‌ରେ ସେ ଯଥାକ୍ରମେ...

ଧୋନୀଙ୍କୁ ନେଇ ଭୋଗ୍‌ଲେଙ୍କ ଭିନ୍ନ ମତ

ମୁମ୍ବାଇ, ୨୯।୩- ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ନେଇ ଅନିଶ୍ଚିତତା ଧିରେ ଧିରେ ବଢ଼ିବାରେ ଲାଗିଛି।...

ବିରାଟ ମାଇଲଷ୍ଟୋନଠାରୁ ୬ ରନ୍‌ ଦୂରରେ କୋହଲି

ଅହମ୍ମଦାବାଦ,୪।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌। ଅଧିନାୟକ ଭାବେ କ୍ୟାରିୟର ଶେଷ ହେବା ପରେ ମଧ୍ୟ...

Advertisement
Archives

Model This Week