Posted inଫୁରସତ

ଜ୍ୟାକ୍‌ ମାଙ୍କୁ କାଟି ପୋନି ମା ହେଲେ ଚାଇନାର ସବୁଠାରୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ଚାଇନାରୁ ଆରମ୍ଭ ହୋଇଥିଲା ମହାମାରୀ କରୋନା ସଂକ୍ରମଣ। ଏହାର ପ୍ରଭାବରେ ଦେଶର ଧନୀ ତାଲିକାରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ଅଲିବାବାର ଜ୍ୟାକ୍‌ ମା ସବୁଠାରୁ ଧନୀ ବ୍ୟକ୍ତି ଥିଲେ। ଏବେ ତାଙ୍କୁ କାଟିଛନ୍ତି ଟେନ୍‌ସେଣ୍ଟର ସଂସ୍ଥାପକ ମା ହୁଆତେଙ୍ଗ ଓରଫ ପୋନି ମା। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୩.୭୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଅପରପକ୍ଷେ ଜ୍ୟାକ୍‌ ମାଙ୍କ ସମ୍ପତ୍ତି ୩.୬୨ ଲକ୍ଷ କୋଟି ରହିଛି। ଚଳିତ ସପ୍ତାହରେ ଷ୍ଟକ୍‌ ମାର୍କେଟରେ ଟେନ୍‌ସେଣ୍ଟକୁ ଅଧିକ ଲାଭ ମିଳିଛି। ଫଳରେ ପୋନି ମାଙ୍କ ମୋଟ ଆୟ ବଢ଼ିଛି ବୋଲି କୁହାଯାଉଛି।

୧୯୯୮ରେ ପୋନି ମା ଟେନ୍‌ସେଣ୍ଟ ଆରମ୍ଭ କରିଥିଲେ। ଏହାପୂର୍ବରୁ ସେ ଚାଇନାର ଏକ ଟେଲିକମ୍‌ କମ୍ପାନୀରେ ରିସର୍ଚ୍ଚ ଏବଂ ଇଣ୍ଟରନେଟ୍‌ ପୋଜିଂ ସିଷ୍ଟମର ଡେଭଲେପ୍‌ମେଣ୍ଟ କାମ କରୁଥିଲେ। ସେ ଚାଇନାର ଶେନଜେନ୍‌ ୟୁନିଭର୍ସିଟିରୁ କମ୍ପ୍ୟୁଟର ଏବଂ ଆପ୍ଲାଏଡ୍‌ ଇଞ୍ଜିନିୟରିଂରେ ଡିଗ୍ରୀ କରିଛନ୍ତି। ଏବେ ତାଙ୍କ ଟେନ୍‌ସେଣ୍ଟ ହୋଲ୍ଡିଂସ୍‌ ଲିମିଟେଡ୍‌ କମ୍ପାନୀ ସବୁଠାରୁ ବଡ଼ ଇଣ୍ଟରନେଟ୍‌ କମ୍ପାନୀରୁ ଗୋଟିଏ। ଏହାର ସଫଳ ଆପ୍‌ ହେଉଛି ‘ଭି-ଚାଟ୍‌’। ଏହି ଆପ୍‌ ୨୦୦୪ ମସିହାରେ ହଂକଂ ଷ୍ଟକ୍‌ ଏକ୍ସଚେଞ୍ଜରେ ସାମିଲ ହୋଇଥିଲା। ଏହାଛଡ଼ା ଟେନ୍‌ସେଣ୍ଟ ଅନ୍‌ଲାଇନ୍‌ ଭିଡିଓ ଗେମ୍‌, ଭିଡିଓ, ଲାଇଭ୍‌ ଷ୍ଟ୍ରିମିଂ, ନ୍ୟୁଜ୍‌, ସଂଗୀତ ଏବଂ ସାହିତ୍ୟଜଗତ ସହ ଜଡିତ କାମ କରୁଛି। ଏହାଛଡ଼ା ପବ୍‌ଜି ଏବଂ ଅନ୍‌ର ଅଫ୍‌ କିଙ୍ଗ ଭଳି ବଡ଼ ଖେଳ ମଧ୍ୟ ଟେନ୍‌ସେଣ୍ଟ ନିର୍ମାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପିଆଉ ଥିବା ବେଳେ ବୋତଲକୁ ଝାମ୍ପି ନେଲା ମାଙ୍କଡ, ଆଉ ତା ପରେ…

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

କାର୍‌ କିଣିନାହାନ୍ତି, କିନ୍ତୁ ଭିଆଇପି ନମ୍ବର ପ୍ଲେଟ୍‌ ପାଇଁ ଏହି ବ୍ୟକ୍ତି ଖର୍ଚ୍ଚ କଲେଣି ଲକ୍ଷାଧିକ ଟଙ୍କା

ଦୁନିଆରେ କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଗାଡ଼ି କିଣିବାରେ ଭାରି ସଉକ। ଖାଲି ଗାଡ଼ି କିଣିବା ନୁହେଁ, ମନପସନ୍ଦର ନମ୍ବର ପ୍ଲେଟ୍‌ ଲଗାଇବା ମଧ୍ୟ ଏମାନଙ୍କର...

ନିମପତ୍ରରେ ଦେଶୀ ମାସ୍କ

ରାଞ୍ଚି: କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିପାଇଁ ଲଢ଼େଇ କରିବାକୁ ହେଲେ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ। ମାସ୍କ...

ତେଲ ଦେବାକୁ ମନା କରିବା ପରେ ପେଟ୍ରୋଲ ପମ୍ପରେ ସାପ ଛାଡ଼ିଦେଲେ ଯୁବକ

ବୁଲଡାନା, ୧୪।୭- ମହାରାଷ୍ଟ୍ରର ବୁଲଡାନା ଜିଲାରୁ ଚକିତ କଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଜଣେ ଯୁବକ ବୋତଲରେ ପେଟ୍ରୋଲ ଆଣିବାକୁ ଯାଇଥିଲେ। କିନ୍ତୁ...

ବ୍ୟକ୍ତିତ୍ୱ: ହ୍ୟୁଗୋ ଆଓ୍ବାର୍ଡ ପାଇଁ ମନୋନୀତ ଭାରତର ପ୍ରଥମ ଲେଖିକା ମିମି ମଣ୍ଡଲ

ମୋନିଦୀପା ମଣ୍ଡଲ ଓରଫ୍‌ ମିମି ହେଉଛନ୍ତି ଭାରତର ପ୍ରଥମ ଲେଖିକା (ରାଇଟର) ଯିଏ ସମ୍ମାନଜନକ ହ୍ୟୁଗୋ ଆଓ୍ବାର୍ଡ ପାଇଁ ମନୋନୀତ ହୋଇଥିଲେ। ସମ୍ପ୍ରତି ନ୍ୟୁୟର୍କରେ ରହୁଥିବ...

ଘରେ ନିଆଁ ଲଗାଇ ବାହାରେ ଚେୟାରରେ ବସି ଦୃଶ୍ୟ ଉପଭୋଗ କରୁଥିଲେ ମହିଳା, ଜାଣିଲେ…

କଥାରେ ଅଛି, ଘର ଫୁଙ୍କି ତାମସା ଦେଖୁଛ। ଏହି କଥାର ଯଥାର୍ଥତା ଦେଖିବାକୁ ମିଳିଛି ଜଣେ ମହିଳାଙ୍କ କ୍ଷେତ୍ରରେ। ସେ ନିଜ ଘରେ ନିଆଁ ଲଗାଇଦେଇ...

ରହସ୍ୟମୟ କୁଣ୍ଡ: ଏହାର ଗଭୀରତା ବୈଜ୍ଞାନିକଙ୍କୁ ଅଜଣା

ଭୋପାଳ: ବିଶ୍ୱରେ ଏମିତି କିଛି ସ୍ଥାନ ରହିଛି, ଯାହାର ରହସ୍ୟ ସମ୍ପର୍କରେ ଆଜି ମଧ୍ୟ କାହାକୁ ଜଣାନାହିଁ। ଏପରିକି ବୈଜ୍ଞାନିକମାନେ ଏହାର ରହସ୍ୟ ଜାଣି ପାରିନାହାନ୍ତି।...

ଦୁନିଆରେ କିଛି ଅଜବ ପ୍ରଥା

* ତାମିଲନାଡୁରେ ତାମିଲ ସମ୍ପ୍ରଦାୟର ଲୋକେ ଜାନୁୟାରୀ ବା ଫେବୃୟାରୀ ମାସରେ ପୂର୍ଣ୍ଣମୀ ଦିନ ଥାଇପୁଜମ୍‌ ନାମରେ ଏକ ପର୍ବ ପାଳନ କରିଥାନ୍ତି, ଯେଉଁଦିନ ଲୋକେ...

Advertisement


Archives

Model This Week