Posted inଜାତୀୟ

ଗୁଜରାଟ ଛାଡ଼ିଲେ ବିଲ୍‌କିସ ବାନୋ

ଭଦୋଦରା,୧୮ା୧୧: ୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲ୍‌କିସ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଜାମିନ ମିଳିବା ପରେ ଏଥିରେ ଭୟଭୀତ ହୋଇ ବିଲ୍‌କିସ୍‌ ଗୁଜରାଟ ଛାଡ଼ିଛନ୍ତି। ଦୋଷୀ ବିପିନ ଚନ୍ଦ୍ର ଯୋଶୀ ଏବଂ ପ୍ରଦୀପ ମୋର୍ଢିୟାଙ୍କ ଆଜୀବନ କାରାଦଣ୍ଡାଦେଶକୁ ସ୍ଥଗିତ ରଖି ସୁପ୍ରିମକୋର୍ଟ ଅକ୍ଟୋବର ୨୮ରେ ଜାମିନ ପ୍ରଦାନ କରିବା ପରେ ଗତ ୨ ତାରିଖରୁ ବିଲ୍‌କିସ ଓ ତାଙ୍କ ପରିବାର ଅନ୍ୟତ୍ର ଚାଲିଯାଇଛନ୍ତି ବୋଲି ଜଣେ ସମ୍ପର୍କୀୟ ରଜାକ ମନସୁରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ଗୁଜରାଟ ଦଙ୍ଗା ସମୟରେ ବିଲ୍‌କିସ ବାନୋଙ୍କୁ ବଳାକତ୍ାର ଏବଂ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୧୧ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିବା ସହ ଜାମିନ ପ୍ରଦାନ କରିଥିବା ସୁପ୍ରିମକୋର୍ଟଙ୍କ ଆଦେଶକୁ ବାନୋ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି। ବରିଷ୍ଠ ଓକିଲ ଶୋଭା ଗୁପ୍ତାଙ୍କ ମାଧ୍ୟମରେ ସେ କହିଛନ୍ତି, ତାଙ୍କୁ କୌଣସି ସୂଚନା ନ ଦେଇ କିମ୍ବା ତାଙ୍କ ପକ୍ଷ ଶୁଣିବାକୁ ସୁଯୋଗ ନ ଦେଇ ଏହି ଆଦେଶ ପାରିତ ହୋଇଛି। ତାଙ୍କ କଥା ନ ଶୁଣି ସୁପ୍ରିମକୋର୍ଟ କିପରି ଏଭଳି ଆଦେଶ ଦେଇପାରିଲେ ସେନେଇ ବାନୋ ପ୍ରଶ୍ନ ଉଠାଇଛନ୍ତି। ଦ୍ୱିତୀୟ ଥର ପାଇଁ ଏଭଳି ଘଟିଥିବା ସେ କହିଛନ୍ତି। ଗତ ୨୪ ବର୍ଷ ଧରି ସେ କେବଳ ନିଜ ପାଇଁ ନୁହେଁ ବରଂ ସବୁଠାରେ ଥିବା ମହିଳାମାନଙ୍କ ନ୍ୟାୟ ପାଇଁ ବାରମ୍ବାର ଲଢ଼େଇ କରିଆସିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୋନିଆଙ୍କ ବହି ଲଞ୍ଚିଂ ପରେ ଯାଆ ମେନକାଙ୍କ ଭିଡିଓ ଭାଇରାଲ, କହିଲେ ସେ ମୋର ବନ୍ଧୁ ନୁହନ୍ତି…

ନୂଆଦିଲ୍ଲୀ,୧୮।୧୧: କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ପୁସ୍ତକ ‘ବିଲଙ୍ଗିଗ: ଏ ଜର୍ନି ଅଫ ଲଭ’ ଲଞ୍ଚ ହୋଇସାରିଛି। ଏହି ପୁସ୍ତକରେ ସୋନିଆ ଗାନ୍ଧୀ ନିଜର ଗାନ୍ଧୀ ପରିବାରଠାରୁ…

ମାହିଙ୍କ ଅବସରରେ ଭାବପ୍ରବଣ ହେଲେ ରୋହିତ, ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଲେ ଏମିତି, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୮।୧୧: ମହେନ୍ଦ୍ର ସିଂ ଧୋନିଙ୍କ ୧୮ ବର୍ଷର IPL କ୍ୟାରିୟରରେ ଲାଗିଛି ବିରାମ। IPL ୨୦୨୭ ରିଟେନ୍ସନ ପୂର୍ବରୁ ଧୋନୀ ନିଜ ଅବସର ଘୋଷଣା କରି…

ପ୍ରେମିକଙ୍କ ସହ ହେଲା ଝଗଡା, ଶରୀରରେ ନିଆଁ ଲଗାଇଦେଲେ ଯୁବତୀ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୧୮।୧୧: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ପ୍ରେମିକଙ୍କ ସହ ମତାନ୍ତରକୁ କେନ୍ଦ୍ର କରି ଜଣେ ଯୁବତୀ ନିଜ ଦେହରେ ନିଆଁ ଲଗାଇ ଆତ୍ମଦାହ ଉଦ୍ୟମ କରିଥିବା ସୂଚନା…

ଫାଇନାଲରେ ପାକିସ୍ତାନକୁ ହରାଇ ଭାରତର ଐତିହାସିକ ବିଜୟ, ପରାଜୟ ପରେ ଚାମ୍ପିୟନ ଟିମ୍‌କୁ ଦେଲା ଗାର୍ଡ ଅଫ ଅନର୍‌!

ନୂଆଦିଲ୍ଲୀ, ୧୮।୧୧: ରୋମାଞ୍ଚକର ଫାଇନାଲ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରି କ୍ରମାଗତ ତୃତୀୟ ଥର ପାଇଁ SAFF ଚାମ୍ପିୟନଶିପ ଟାଇଟଲ ନିଜ ନାମରେ କରିଛି ଭାରତ। ଏଥିସହ…

IND vs NZ ଟେଷ୍ଟ ସିରିଜ ପୂର୍ବରୁ WTC ପଏଣ୍ଟ ଟେବୁଲରେ ବଡ଼ ହଲଚଲ: ୨ ଦଳର ପଏଣ୍ଟ କାଟିଲା ICC, ଜାଣନ୍ତୁ କେତେ ସ୍ଥାନରେ ଭାରତ

ନୂଆଦିଲ୍ଲୀ, ୧୮।୧୧: ଆଇସିସି ୱାଲର୍‌ଡ ଟେଷ୍ଟ ଚାମ୍ପିୟନସିପ (WTC) ୨୦୨୫-୨୭ର ଚକ୍ର ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଫାଇନାଲରେ ପହଞ୍ଚିବା ଦୌଡ଼କୁ ନେଇ ଶୀର୍ଷ ଦଳଗୁଡ଼ିକ ମଧ୍ୟରେ…

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ରାତିଅଧରେ ହାଇଡ୍ରାମା: ଅଟୋରେ ଯୁବତୀଙ୍କୁ ନେଇ ଯାଉଥିବାବେଳେ ଘଟିଲା…

ଭୁବନେଶ୍ୱର,୧୮।୧୧(ତ୍ରିନାଥ ମହାନ୍ତି):ଭରତପୁର ଥାନା ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ସୋମବାର ବିଳମ୍ବିତ ରାତିର ହାଇଡ୍ରାମା ଦେଖିବାକୁ ମିଳିଛି। ଜଣେ ଯୁବତୀଙ୍କୁ ଅଟୋରେ ଦୁଇ ଜଣ ଯୁବକ ଅପହରଣ କରି ନେଉଥିଲେ।…

ଧୋନୀଙ୍କ ଏହି ୩ IPL ରେକର୍ଡ ଭାଙ୍ଗିବା ଅସମ୍ଭବ: ଏକମାତ୍ର ଖେଳାଳି ଭାବେ କରିଛନ୍ତି ଏମିତି କାରନାମା

ନୂଆଦିଲ୍ଲୀ,୧୮।୧୧: ଆଇପିଏଲ୍‌ରୁ ଖେଳାଳି ଭାବେ ସନ୍ନ୍ୟାସ ନେଇଛନ୍ତି ମହେନ୍ଦ୍ର ସିଂ ଧୋନୀ। ଆଗାମୀ ଦିନରେ ଆଉ ପଡ଼ିଆରେ ହଳଦିଆ ଜର୍ସି ପିନ୍ଧି ଖେଳୁଥିବାର ନଜର ଆସିବେ ନାହିଁ…

ଅନୁରାଧା ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ୫ ରାଶିର ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଧନଲାଭ ସହ ଚାକିରିରେ ବଡ଼ ପ୍ରମୋଶନ

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ ଯୋଗୁ ମେଷ, ମିଥୁନ, କନ୍ୟା, ଧନୁ ଓ ମୀନ ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ସାଥ୍‌ ମିଳିବ। ଏହି ୫ଟି ରାଶିର ଲୋକଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?