Posted inଖେଳ

୪ ବର୍ଷ ପୂର୍ବେ ତିଳକଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ ରୋହିତ, ଏବେ ହେଉଛି ସତ!

ନୂଆଦିଲ୍ଲୀ,୪।୯: ପ୍ରାୟ ଚାରି ବର୍ଷ ପୂର୍ବେ ତିଳକ ବର୍ମା ମାତ୍ର ୧୯ ବର୍ଷର ଥିଲେ। ସେତେବେଳେ ତାଙ୍କ ଖେଳ ଦେଖି ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାବି କରିଥିଲେ ଯେ, ତିଳକ ଖୁବଶୀଘ୍ର ଭାରତ ପାଇଁ ସମସ୍ତ ଫର୍ମାଟରେ କ୍ରିକେଟ ଖେଳିବେ। ତାଙ୍କ ବ୍ୟାଟିଂ ଟେକ୍ନିକ ଏବଂ ଶଟ ସିଲେକ୍ସନରେ ରୋହିତ ଖୁବ ପ୍ରଭାବିତ ହୋଇଥିଲେ।

ଏହାପରଠାରୁ ତିଳକ ବର୍ମା ଲଗାତାର ଭାବେ ନିଜ ପ୍ରଦର୍ଶନର ଛାପ ଛାଡ଼ିଆସୁଛନ୍ତି। ଟି-୨୦ କ୍ରିକେଟରେ ସେ ଭାରତୀୟ ଦଳରେ ନିଜ ସ୍ଥାନକୁ ମଜବୁତ କରିସାରିଛନ୍ତି। ଦିନିକିଆ କ୍ରିକେଟରେ ଏପର୍ଯ୍ୟନ୍ତ ତାଙ୍କୁ ବହୁତ କମ ସୁଯୋଗ ମିଳିଛି। କିନ୍ତୁ ଘରୋଇ କ୍ରିକେଟର ଦୀର୍ଘ ଫର୍ମାଟରେ ତାଙ୍କ ପ୍ରଦର୍ଶନ ଦେଖିଲେ ଏବେ ଲାଗୁଛି ଯେ, ତାଙ୍କ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଟେଷ୍ଟ କ୍ରିକେଟ।

ନର୍ଥ ଜୋନ ବିପକ୍ଷରେ ଦୁଲୀପ ଟ୍ରଫିର ଦ୍ୱିତୀୟ ସେମିଫାଇନାଲରେ ତିଳକ ବର୍ମା ଅପରାଜିତ ୧୧୬ ଏବଂ ଅପରାଜିତ ୫୧ ରନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ତାଙ୍କ ଏହି ଦୁଇ ପାଳି କେବଳ ସାଉଥ ଜୋନ୍‌ର ବିଜୟ ଦେଇନାହିଁ, ବରଂ ଭାରତୀୟ ଟେଷ୍ଟ ଦଳର ଦ୍ୱାରରେ ମଧ୍ୟ ତିଳକ ପହଞ୍ଚିଛନ୍ତି। ତାଙ୍କ ପ୍ରଦର୍ଶନର ସବୁଠାରୁ ବଡ଼ ବିଶେଷତା ଥିଲା ପରିସ୍ଥିତି ଅନୁଯାୟୀ ବ୍ୟାଟିଂ କରିବା। ପ୍ରଥମ ପାଳିରେ ସାଉଥ ଜୋନ ୫ ଉଇକେଟ୍‌ରେ ମାତ୍ର ୮୦ ରନ କରି ସଙ୍କଟରେ ଥିବାବେଳେ ତିଳକ ଦଳର ଇନିଂସକୁ ସମ୍ଭାଳିଥିଲେ ଏବଂ ଶତକ ହାସଲ କରିଥିଲେ।
ଏହାପରେ ଦ୍ୱିତୀୟ ପାଳିରେ ୧୮୧ ରନର ଲକ୍ଷ୍ୟ ପିଛା କରିବା ସମୟରେ ସେ ଶେଷ ପର୍ଯ୍ୟନ୍ତ କ୍ରଜ୍‌ରେ ରହିଥିଲେ। ତାଙ୍କ ଏହି ପ୍ରଦର୍ଶନ ରେଡ ବଲ କ୍ରିକେଟ୍ରେ ତାଙ୍କ ପରିପକ୍ୱତାକୁ ପ୍ରମାଣିତ କରିଛି।

ତିଳକ ବର୍ମାଙ୍କ ଫର୍ଷ୍ଟ-କ୍ଲାସ କ୍ରିକେଟରେ ବ୍ୟାଟିଂ ଆଭେରେଜ ପ୍ରାୟ ୫୫ ରହିଛି। ଦୁଲୀପ ଟ୍ରଫିରେ ଏଭଳି ପ୍ରଦର୍ଶନ ତାଙ୍କ ରେଡ ବଲ କ୍ରିକେଟରେ କ୍ଷମତାକୁ ପୁଣିଥରେ ସାମ୍ନାକୁ ଆଣିଛି। ଟେଷ୍ଟ ଦଳରେ ସ୍ଥାନ ପାଇବା ପାଇଁ କେବଳ ବଡ଼ ସ୍କୋର କରିବା ଯଥେଷ୍ଟ ନୁହେଁ। କଠିନ ପରିସ୍ଥିତିରେ ଧୈଯ୍ୟ ଦେଖାଇବା, କ୍ରିଜରେ ରହିବା ଏବଂ ମ୍ୟାଚର ଆବଶ୍ୟକତା ଅନୁସାରେ ନିଜ ବ୍ୟାଟିଂ ଶୈଳୀକୁ ବଦଳାଇବା ମଧ୍ୟ ଜଣେ ଟେଷ୍ଟ ବ୍ୟାଟର୍ଙ୍କ ପାଇଁ ଅତ୍ୟନ୍ତ ଜରୁରୀ।

 

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମାଷ୍ଟମୀ ପରଦିନ ସୃଷ୍ଟି ହେବ ଦୁର୍ଲଭ ମହାଲକ୍ଷ୍ମୀ ରାଜଯୋଗ, କେବଳ ଏହି ୩ ରାଶି ଉପରେ ହେବ ଧନବର୍ଷା

ଜ୍ୟୋତିଷ ଶାସ୍ତ୍ରରେ ମହାଲକ୍ଷ୍ମୀ ରାଜଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ବୋଲି ମନେ କରାଯାଏ । ଚନ୍ଦ୍ରମା ଓ ମଙ୍ଗଳ ଗ୍ରହ ଗୋଟିଏ ରାଶିରେ ଏକତ୍ର ହେଲେ ଏହି…

ରିଷିଡ଼ାରେ ଧୂମ୍‌ଧାମ୍‌ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସମଗ୍ର ବିଦ୍ୟାଳୟରେ ଆଧ୍ୟାତ୍ମିକ ପରିବେଶ

ରିଷିଡ଼ା,୪ା୯(ସୁଶାନ୍ତ ମଲ୍ଲିକ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମାତୃରାମ ସୋହନ ଲାଲ ବିହାର ରିଷିଡ଼ା ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ…

ଖୁଆଡ଼ରୁ ଖସି ବାହାରକୁ ଆସିଲା ହୁଲକ୍ ଗିବନ୍

ଭୁବନେଶ୍ୱର, ୪।୯ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁଆଡ଼ରୁ ଖସି ଏକ ହୁଲକ୍ ଗିବନ୍ ବାହାରକୁ ଆସିଯିବା ଘଟଣାକୁ ନେଇ କିଛି ସମୟ ପାଇଁ ଚର୍ଚ୍ଚା ସୃଷ୍ଟି…

୧୦ ଏକର ଜମିରେ ଗଞ୍ଜେଇ ଚାଷ :  ୧୨ ହଜାର ଗଛ ନଷ୍ଟ; ୩ ଗିରଫ

କୋରାପୁଟ, ୪/୯ (ଅମିତାଭ ବେହେରା): କୋରାପୁଟ ଜିଲାରେ ଅବୈଧ ନିଶାଦ୍ରବ୍ୟ ଚାଷ ବିରୋଧରେ ପୋଲିସର ଅଭିଯାନ ଜୋରଦାର ଚାଲିଛି। ସୂଚନା ଆଧାରରେ ପାଡ଼ୱା ଥାନା ପୋଲିସ ଡିସାରିଗୁଡ଼ା…

ଭଡ଼ା ଘରେ ଚାଲିଥିଲା ଗଞ୍ଜେଇ କାରବାର, ମାଡ଼ି ବସିଲା ପୁରୀ ପୋଲିସ

ପୁରୀ,୪।୯(ଅଜିତ୍‌ କୁମାର ମହାନ୍ତି ): ପୁରୀ ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି । ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା…

ସଚିନଙ୍କ ଭଳି ହେବେ ବୈଭବ! BCCIର ୫ ପ୍ଲାନ୍‌ରେ ବଦଳିବ ଯୁବ ତାରକାଙ୍କ ଭବିଷ୍ୟତ

ନୂଆଦିଲ୍ଲୀ,୪।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ସ୍ବପ୍ନ ଦେଖୁଛି ବିସିସିଆଇ। ଭାରତୀୟ କ୍ରିକେଟ୍ର ମହାନ…

ରାତିଅଧରେ ଫାର୍ମ ହାଉସକୁ ଡାକିନେଇ ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ: ମରିଗଲା ଭାବି…

ଦିଗପହଣ୍ଡି,୪|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟିର ପ୍ରମୁଖ ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ପାକିସ୍ତାନର ବୟାନବାଜି: ‘ବଞ୍ଚିବା ପାଇଁ ଭାରତର ସାହାରା ନେବାକୁ ପଡୁଛି’, ଜାଣନ୍ତୁ କିଏ କହିଲେ ଏମିତି ଯାହା ହେଉଛି ଭାଇରାଲ

ଇସଲାମାବାଦ,୪।୯: ମୋହସିନ ନକଭି ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ହେବା ପରଠାରୁ, ପାକିସ୍ତାନ କ୍ରିକେଟ ନିମ୍ନଗାମୀ ହୋଇ ପଡ଼ିଛି, ରାସ୍ତାରେ ଗମ୍ଭୀର ଅଭିଯୋଗର ସମ୍ମୁଖୀନ ହେଉଛି। ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri