Posted inଖେଳ

୪ ବର୍ଷ ପୂର୍ବେ ତିଳକଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ ରୋହିତ, ଏବେ ହେଉଛି ସତ!

ନୂଆଦିଲ୍ଲୀ,୪।୯: ପ୍ରାୟ ଚାରି ବର୍ଷ ପୂର୍ବେ ତିଳକ ବର୍ମା ମାତ୍ର ୧୯ ବର୍ଷର ଥିଲେ। ସେତେବେଳେ ତାଙ୍କ ଖେଳ ଦେଖି ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାବି କରିଥିଲେ ଯେ, ତିଳକ ଖୁବଶୀଘ୍ର ଭାରତ ପାଇଁ ସମସ୍ତ ଫର୍ମାଟରେ କ୍ରିକେଟ ଖେଳିବେ। ତାଙ୍କ ବ୍ୟାଟିଂ ଟେକ୍ନିକ ଏବଂ ଶଟ ସିଲେକ୍ସନରେ ରୋହିତ ଖୁବ ପ୍ରଭାବିତ ହୋଇଥିଲେ।

ଏହାପରଠାରୁ ତିଳକ ବର୍ମା ଲଗାତାର ଭାବେ ନିଜ ପ୍ରଦର୍ଶନର ଛାପ ଛାଡ଼ିଆସୁଛନ୍ତି। ଟି-୨୦ କ୍ରିକେଟରେ ସେ ଭାରତୀୟ ଦଳରେ ନିଜ ସ୍ଥାନକୁ ମଜବୁତ କରିସାରିଛନ୍ତି। ଦିନିକିଆ କ୍ରିକେଟରେ ଏପର୍ଯ୍ୟନ୍ତ ତାଙ୍କୁ ବହୁତ କମ ସୁଯୋଗ ମିଳିଛି। କିନ୍ତୁ ଘରୋଇ କ୍ରିକେଟର ଦୀର୍ଘ ଫର୍ମାଟରେ ତାଙ୍କ ପ୍ରଦର୍ଶନ ଦେଖିଲେ ଏବେ ଲାଗୁଛି ଯେ, ତାଙ୍କ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଟେଷ୍ଟ କ୍ରିକେଟ।

ନର୍ଥ ଜୋନ ବିପକ୍ଷରେ ଦୁଲୀପ ଟ୍ରଫିର ଦ୍ୱିତୀୟ ସେମିଫାଇନାଲରେ ତିଳକ ବର୍ମା ଅପରାଜିତ ୧୧୬ ଏବଂ ଅପରାଜିତ ୫୧ ରନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ତାଙ୍କ ଏହି ଦୁଇ ପାଳି କେବଳ ସାଉଥ ଜୋନ୍‌ର ବିଜୟ ଦେଇନାହିଁ, ବରଂ ଭାରତୀୟ ଟେଷ୍ଟ ଦଳର ଦ୍ୱାରରେ ମଧ୍ୟ ତିଳକ ପହଞ୍ଚିଛନ୍ତି। ତାଙ୍କ ପ୍ରଦର୍ଶନର ସବୁଠାରୁ ବଡ଼ ବିଶେଷତା ଥିଲା ପରିସ୍ଥିତି ଅନୁଯାୟୀ ବ୍ୟାଟିଂ କରିବା। ପ୍ରଥମ ପାଳିରେ ସାଉଥ ଜୋନ ୫ ଉଇକେଟ୍‌ରେ ମାତ୍ର ୮୦ ରନ କରି ସଙ୍କଟରେ ଥିବାବେଳେ ତିଳକ ଦଳର ଇନିଂସକୁ ସମ୍ଭାଳିଥିଲେ ଏବଂ ଶତକ ହାସଲ କରିଥିଲେ।
ଏହାପରେ ଦ୍ୱିତୀୟ ପାଳିରେ ୧୮୧ ରନର ଲକ୍ଷ୍ୟ ପିଛା କରିବା ସମୟରେ ସେ ଶେଷ ପର୍ଯ୍ୟନ୍ତ କ୍ରଜ୍‌ରେ ରହିଥିଲେ। ତାଙ୍କ ଏହି ପ୍ରଦର୍ଶନ ରେଡ ବଲ କ୍ରିକେଟ୍ରେ ତାଙ୍କ ପରିପକ୍ୱତାକୁ ପ୍ରମାଣିତ କରିଛି।

ତିଳକ ବର୍ମାଙ୍କ ଫର୍ଷ୍ଟ-କ୍ଲାସ କ୍ରିକେଟରେ ବ୍ୟାଟିଂ ଆଭେରେଜ ପ୍ରାୟ ୫୫ ରହିଛି। ଦୁଲୀପ ଟ୍ରଫିରେ ଏଭଳି ପ୍ରଦର୍ଶନ ତାଙ୍କ ରେଡ ବଲ କ୍ରିକେଟରେ କ୍ଷମତାକୁ ପୁଣିଥରେ ସାମ୍ନାକୁ ଆଣିଛି। ଟେଷ୍ଟ ଦଳରେ ସ୍ଥାନ ପାଇବା ପାଇଁ କେବଳ ବଡ଼ ସ୍କୋର କରିବା ଯଥେଷ୍ଟ ନୁହେଁ। କଠିନ ପରିସ୍ଥିତିରେ ଧୈଯ୍ୟ ଦେଖାଇବା, କ୍ରିଜରେ ରହିବା ଏବଂ ମ୍ୟାଚର ଆବଶ୍ୟକତା ଅନୁସାରେ ନିଜ ବ୍ୟାଟିଂ ଶୈଳୀକୁ ବଦଳାଇବା ମଧ୍ୟ ଜଣେ ଟେଷ୍ଟ ବ୍ୟାଟର୍ଙ୍କ ପାଇଁ ଅତ୍ୟନ୍ତ ଜରୁରୀ।

 

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧସିଲା ରାସ୍ତା: ଗାଡ଼ି ଚଳାଚଳ ବନ୍ଦ, ବଢ଼ିଲା ଲୋକଙ୍କ ଦୁଃଖ

ମୋହନା,୨୯ା୧୦(ମନ୍ମଥ ମିଶ୍ର): ଅର୍ଣ୍ଣବଶର ପ୍ରକୋପରେ ଗତ ଦୁଇଦିନ ତୁହାକୁ ତୁହା ଲଗାଣ ବର୍ଷାଦ୍ୱାରା ମୋହନା ଅଞ୍ଚଳରେ ଜଳମଗ୍ନ ଦେଖିବାକୁ ମିଳିଛି। ବୁଧବାର ମଧ୍ୟରାତ୍ରିଠାରୁ ବର୍ଷା କମିବା ଦ୍ବାରା…

ଧୋଇଲା ଭୂତପଙ୍କାଳ ବ୍ରିଜ୍‌: ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର ଯାତାୟାତ ଠପ୍‌, ଅନିର୍ଦ୍ଦିଷ୍ଟ କାଳ…

ଦାରିଙ୍ଗବାଡ଼ି,୨୯।୧୦(ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଗଞ୍ଜାମ ଜିଲାର ଗାଜଲବାଡ଼ି ନିକଟରେ ଥିବା ଭୂତପଙ୍କାଳ ବ୍ରିଜ…

ଇଶାନ କିଶନଙ୍କ ରେକର୍ଡକୁ ବିପଦ! ମାତ୍ର ଏତିକି ରନ୍‌ କଲେ ଇତିହାସ ରଚିବେ ଅଭିଷେକ

ନୂଆଦିଲ୍ଲୀ, ୨୯।୧୦: ଭାରତୀୟ ଓପନର୍‌ ଅଭିଷେକ ଶର୍ମାଙ୍କ ବ୍ୟାଟ ଏବେ ଜୋର୍‌ଦାର ଚାଲୁଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଟି-୨୦ ଅନ୍ତର୍ଜାତୀୟ ସିରିଜରେ ମଧ୍ୟ ଏହି ଭାରତୀୟ ଓପନର୍ସଙ୍କ…

ଘରକୁ ଆସି ପାର୍ସଲ ଡେଲିଭରି କରିବ ଭାରତୀୟ ରେଳବାଇ: କୋରିୟର କମ୍ପାନୀ ଭଳି ଡୋରଷ୍ଟେପ ସେବା; ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୯।୧୦: ଭାରତୀୟ ରେଳବାଇ ଏବେ କୋରିୟର କମ୍ପାନୀଗୁଡ଼ିକ ଭଳି ଘରୁ ପାର୍ସଲ ସଂଗ୍ରହ କରିବା ଏବଂ ତାହାକୁ ସିଧାସଳଖ ଆପଣଙ୍କ ଦିଆଯାଇଥିବା ଠିକଣାରେ ପହଞ୍ଚାଇବା ପାଇଁ ପ୍ରସ୍ତୁତି…

ଅର୍ଣ୍ଣବ ପ୍ରଭାବ: ଗାଁରେ ପଶିଲା ପାଣି, ଯୋଗାଯୋଗ ବିଚ୍ଛିନ୍ନ

ପୁରୁଷୋତ୍ତମପୁର,୨୯ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ଅଞ୍ଚଳରେ ଲଗାଣ ବର୍ଷା ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ଗତ ୩ ଦିନ ହେବ କ୍ରମାଗତ ଭାବେ ଲାଗିରହିଥିବା…

ବ୍ରହ୍ମପୁର-ଭୁବନେଶ୍ୱରରୁ ବିଚ୍ଛିନ୍ନ ଭଞ୍ଜନଗର: ଘରେ ପଶିଲା ପାଣି, ଭାସିଲା ଗାଡ଼ି

ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ):ଜାତୀୟ ବିପର୍ଯ୍ୟୟ ପରିଚାଳନା ଦିବସରେ ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ହୋଇଛି ଭୟାବହ ବନ୍ୟା ପରିସ୍ଥିତି। ମାତ୍ର ୧୨ ଘଣ୍ଟାର…

ବିଧାନ ପରିଷଦ ନିର୍ବାଚନରେ ରୋଚକ ଲଢ଼େଇ: ଭାଜପା ନା କଂଗ୍ରେସ, କିଏ ମାରିଲା ବାଜି, ଜାଣନ୍ତୁ…

ନୂଆଦିଲ୍ଲୀ, ୨୯।୧୦: ୪ଟି ରାଜ୍ୟର ୨୮ଟି ବିଧାନ ପରିଷଦ ଆସନ ପାଇଁ ହୋଇଥିବା ନିର୍ବାଚନରେ ଭାଜପା ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଉତ୍ତରପ୍ରଦେଶ ଓ କର୍ନାଟକରେ ଅନେକ…

ଚାଷୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, କହିଲେ ପଶୁ-ପକ୍ଷୀ ମୃତଦେହ ଖାଇଲେ ହିଁ….

ମୁମ୍ବାଇ,୨୯।୧୦: ଚାଷୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ମହାରାଷ୍ଟ୍ରର ବୁଲଢାଣାରୁ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) ବିଧାୟକ ସଞ୍ଜୟ ଗାଏକୱାଡ଼। ସେ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?