Posted inଖେଳ

IPLରେ ବଡ଼ କାରନାମା କଲେ ରୋହିତ ଶର୍ମା: ବିସ୍ଫୋରକ ବ୍ୟାଟିଂ ଜରିଆରେ…

ନୂଆଦିଲ୍ଲୀ,୩୧।୫: IPL 2025ର ରୋମାଞ୍ଚକର ଏଲିମିନେଟର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଅଭିଜ୍ଞ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ଏହି ସିଜିନ ରୋହିତଙ୍କ ପାଇଁ ଏପର୍ଯ୍ୟନ୍ତ ବହୁତ ଭଲ ରହିଛି ଏବଂ ଏବେ ସେ ତାଙ୍କ ଦଳକୁ କ୍ୱାଲିଫାୟର୍‌ ୨ରେ ପହଞ୍ଚାଇଛନ୍ତି। ମୁମ୍ବାଇ ଦଳ ଫାଇନାଲରେ ପହଞ୍ଚିବାଠାରୁ ମାତ୍ର ୧ ପାଦ ଦୂରରେ ଅଛି। ରୋହିତ ଏହି ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ମୁମ୍ବାଇ ପାଇଁ ଏକ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ। ତାଙ୍କର ବିସ୍ଫୋରକ ବ୍ୟାଟିଂ ଗୁଜରାଟ ବୋଲରମାନଙ୍କୁ ବ୍ୟାକ୍‌ଫୁଟ୍‌ ଠେଲି ଦେଇଥିଲା। ଏହା ସହିତ, ସେ ଏକ ସ୍ବତନ୍ତ୍ର ତାଲିକାରେ ନିଜର ସ୍ଥିତିକୁ ଆହୁରି ମଜବୁତ କରିଥିଲେ।

ରୋହିତ ଶର୍ମା ଏହି ମ୍ୟାଚ୍‌ରେ ୫୦ ବଲ୍‌ରେ ୮୧ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ୧୬୨ ଷ୍ଟ୍ରାଇକ ରେଟ୍‌ରେ ରନ କରିଥିଲେ, ଏଥିରେ ୯ ଚୌକା ଏବଂ ୪ ଛକା ଅନ୍ତର୍ଭୁକ୍ତ ଥିଲା। ମ୍ୟାଚ ପରେ, ରୋହିତଙ୍କୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା। ଏହା ତାଙ୍କ IPL କ୍ୟାରିୟରରେ ୨୧ତମ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଥିଲା, ଯାହା ସହିତ ସେ ଭାରତର ମହାନ ଖେଳାଳି ବିରାଟ କୋହଲି (୧୯ ପୁରସ୍କାର) ଏବଂ ମହେନ୍ଦ୍ର ସିଂହ ଧୋନୀ(୧୮ ପୁରସ୍କାର)ଙ୍କୁ ପଛରେ ପକାଇ ଦେଇଛନ୍ତି।

ରୋହିତ IPL ଇତିହାସରେ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିବାରେ ତୃତୀୟ ସ୍ଥାନ ମଧ୍ୟ ଅଧିକାର କରିଛନ୍ତି। ଏହି ତାଲିକାର ଶୀର୍ଷରେ ଦକ୍ଷିଣ ଆଫ୍ରିକାର ଡ୍ୟାସିଂ ବ୍ୟାଟସମ୍ୟାନ ଏବି ଡିଭିଲିୟର୍ସ (୨୫ ପୁରସ୍କାର) ଏବଂ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ ଗେଲ (୨୨ ପୁରସ୍କାର) ଅଛନ୍ତି। ରୋହିତଙ୍କ ଏହି ୨୧ତମ ପୁରସ୍କାର ତାଙ୍କୁ ଡିଭିଲିୟର୍ସ ଏବଂ ଗେଲଙ୍କ ନିକଟତର କରିଛି, ଏବଂ ସେ ଖୁବଶୀଘ୍ର ଏହି ତାଲିକାରେ ଉଚ୍ଚ ସ୍ଥାନରେ ପହଞ୍ଚିପାରିବେ।

ଏହି ସିଜନର ଆରମ୍ଭ ରୋହିତ ଶର୍ମାଙ୍କ ପାଇଁ ବିଶେଷ ଭଲ ନ ଥିଲା। ସେ ରନ ସ୍କୋର କରିବାକୁ ସଂଘର୍ଷ କରୁଥିଲେ, କିନ୍ତୁ ଏବେ ସେ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚଳିତ ସିଜନର ୧୪ଟି ମ୍ୟାଚରେ ସେ ୩୧.୫୩ ହାରରେ ଏବଂ ୧୫୦.୧୮ ଷ୍ଟ୍ରାଇକ ରେଟରେ ୪୧୦ ରନ କରିଛନ୍ତି। ଯେଉଁଥିରେ ୪ଟି ଅର୍ଦ୍ଧଶତକ ମଧ୍ୟ ସମାଲ ଅଛି। ରୋହିତ ଏହି ସିଜନରେ ମୋଟ ୨୨ଟି ଛକା ମଧ୍ୟ ମାରିଛନ୍ତି, ଯାହା ଫଳରେ ସେ ତାଙ୍କ ଆଇପିଏଲ କ୍ୟାରିୟରରେ ୩୦୦ଟି ଛକା ମଧ୍ୟ ପୂରଣ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଧସିଲା ରାସ୍ତା: ଗାଡ଼ି ଚଳାଚଳ ବନ୍ଦ, ବଢ଼ିଲା ଲୋକଙ୍କ ଦୁଃଖ

ମୋହନା,୨୯ା୧୦(ମନ୍ମଥ ମିଶ୍ର): ଅର୍ଣ୍ଣବଶର ପ୍ରକୋପରେ ଗତ ଦୁଇଦିନ ତୁହାକୁ ତୁହା ଲଗାଣ ବର୍ଷାଦ୍ୱାରା ମୋହନା ଅଞ୍ଚଳରେ ଜଳମଗ୍ନ ଦେଖିବାକୁ ମିଳିଛି। ବୁଧବାର ମଧ୍ୟରାତ୍ରିଠାରୁ ବର୍ଷା କମିବା ଦ୍ବାରା…

ଧୋଇଲା ଭୂତପଙ୍କାଳ ବ୍ରିଜ୍‌: ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର ଯାତାୟାତ ଠପ୍‌, ଅନିର୍ଦ୍ଦିଷ୍ଟ କାଳ…

ଦାରିଙ୍ଗବାଡ଼ି,୨୯।୧୦(ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଗଞ୍ଜାମ ଜିଲାର ଗାଜଲବାଡ଼ି ନିକଟରେ ଥିବା ଭୂତପଙ୍କାଳ ବ୍ରିଜ…

ଇଶାନ କିଶନଙ୍କ ରେକର୍ଡକୁ ବିପଦ! ମାତ୍ର ଏତିକି ରନ୍‌ କଲେ ଇତିହାସ ରଚିବେ ଅଭିଷେକ

ନୂଆଦିଲ୍ଲୀ, ୨୯।୧୦: ଭାରତୀୟ ଓପନର୍‌ ଅଭିଷେକ ଶର୍ମାଙ୍କ ବ୍ୟାଟ ଏବେ ଜୋର୍‌ଦାର ଚାଲୁଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଟି-୨୦ ଅନ୍ତର୍ଜାତୀୟ ସିରିଜରେ ମଧ୍ୟ ଏହି ଭାରତୀୟ ଓପନର୍ସଙ୍କ…

ଘରକୁ ଆସି ପାର୍ସଲ ଡେଲିଭରି କରିବ ଭାରତୀୟ ରେଳବାଇ: କୋରିୟର କମ୍ପାନୀ ଭଳି ଡୋରଷ୍ଟେପ ସେବା; ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୯।୧୦: ଭାରତୀୟ ରେଳବାଇ ଏବେ କୋରିୟର କମ୍ପାନୀଗୁଡ଼ିକ ଭଳି ଘରୁ ପାର୍ସଲ ସଂଗ୍ରହ କରିବା ଏବଂ ତାହାକୁ ସିଧାସଳଖ ଆପଣଙ୍କ ଦିଆଯାଇଥିବା ଠିକଣାରେ ପହଞ୍ଚାଇବା ପାଇଁ ପ୍ରସ୍ତୁତି…

ଅର୍ଣ୍ଣବ ପ୍ରଭାବ: ଗାଁରେ ପଶିଲା ପାଣି, ଯୋଗାଯୋଗ ବିଚ୍ଛିନ୍ନ

ପୁରୁଷୋତ୍ତମପୁର,୨୯ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ଅଞ୍ଚଳରେ ଲଗାଣ ବର୍ଷା ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ଗତ ୩ ଦିନ ହେବ କ୍ରମାଗତ ଭାବେ ଲାଗିରହିଥିବା…

ବ୍ରହ୍ମପୁର-ଭୁବନେଶ୍ୱରରୁ ବିଚ୍ଛିନ୍ନ ଭଞ୍ଜନଗର: ଘରେ ପଶିଲା ପାଣି, ଭାସିଲା ଗାଡ଼ି

ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ):ଜାତୀୟ ବିପର୍ଯ୍ୟୟ ପରିଚାଳନା ଦିବସରେ ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ହୋଇଛି ଭୟାବହ ବନ୍ୟା ପରିସ୍ଥିତି। ମାତ୍ର ୧୨ ଘଣ୍ଟାର…

ବିଧାନ ପରିଷଦ ନିର୍ବାଚନରେ ରୋଚକ ଲଢ଼େଇ: ଭାଜପା ନା କଂଗ୍ରେସ, କିଏ ମାରିଲା ବାଜି, ଜାଣନ୍ତୁ…

ନୂଆଦିଲ୍ଲୀ, ୨୯।୧୦: ୪ଟି ରାଜ୍ୟର ୨୮ଟି ବିଧାନ ପରିଷଦ ଆସନ ପାଇଁ ହୋଇଥିବା ନିର୍ବାଚନରେ ଭାଜପା ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଉତ୍ତରପ୍ରଦେଶ ଓ କର୍ନାଟକରେ ଅନେକ…

ଚାଷୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, କହିଲେ ପଶୁ-ପକ୍ଷୀ ମୃତଦେହ ଖାଇଲେ ହିଁ….

ମୁମ୍ବାଇ,୨୯।୧୦: ଚାଷୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ମହାରାଷ୍ଟ୍ରର ବୁଲଢାଣାରୁ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) ବିଧାୟକ ସଞ୍ଜୟ ଗାଏକୱାଡ଼। ସେ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?