Posted inଖେଳ

ଅଭ୍ୟାସ ମ୍ୟାଚ୍‌ରେ ବି ଫେଲ୍‌ ମାରିଲେ ରୋହିତ, ପୂଜାରା

ଡର୍ହାମ,୨୦।୭: ଚେଷ୍ଟର ଲେ-ଷ୍ଟ୍ରିଟ୍‌ସ୍ଥିତ ରିଭରସାଇଡ୍‌ ଗ୍ରାଉଣ୍ଡରେ ମଙ୍ଗଳବାରଠାରୁ କାଉଣ୍ଟି ସିଲେକ୍ଟ ଏକାଦଶ ଓ ଭାରତୀୟ ଦଳ ମଧ୍ୟରେ ଆରମ୍ଭ ହୋଇଛି ୩ ଦିନିଆ ଅଭ୍ୟାସ ମ୍ୟାଚ୍‌। ଏହି ଅଭ୍ୟାସ ମ୍ୟାଚ୍‌ରେ ଫେଲ୍‌ ମାରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ଓପନର ରୋହିତ ଶର୍ମା ଓ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତୀୟ ଦଳ। ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଅନୁପସ୍ଥିତିରେ ଅଧିନାୟକ ଭାର ସମ୍ଭାଳୁଥିବା ରୋହିତ ମାତ୍ର ୯ ରନ କରି ଆଉଟ୍‌ ହୋଇଥିଲେ। ସେହିଭଳି ମାତ୍ର ୨୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ ପୂଜାରା। ଅବଶ୍ୟ ଡବ୍ଲ୍ୟୁଟିସି ଫାଇନାଲରେ ସମାଲୋଚିତ ହେବ ପରେ ତାଙ୍କ ଷ୍ଟ୍ରାଇକ୍‌ରେଟରେ କିଛି ସୁଧାର ଆସିଛି। ସେ ୪୭ ବଲ ଖେଳି ୨ ଚୌକା ଲଗାଇଥିଲେ।

ରିପୋର୍ଟ ଲେଖା ହେବା ସୁଦ୍ଧା ୫୪ ଓଭରରେ ୪ ଉଇକେଟ କ୍ଷତିରେ ଭାରତ ୧୭୦ ରନ୍‌ କରିଛି। ଦଳ ପାଇଁ ମୟଙ୍କ ଅଗ୍ରଓ୍ବାଲ ୨୮ ଓ ହନୁମା ବିହାରୀ ୨୪ ରନ୍‌ କରି ପ୍ୟାଭିଲିଅନ ଫେରିଥିବାବେଳେ ୫୬ ରନ୍‌ରେ ଖେଳୁଛନ୍ତି ଲୋକେଶ ରାହୁଲ। ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଏହା ଟିମ୍‌ ଇଣ୍ଡିଆ ପାଇଁ ଏକମାତ୍ର ଅଭ୍ୟାସ ମ୍ୟାଚ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇ ସୁପର କିଙ୍ଗସର ଜଣେ ବୋଲରଙ୍କ ସମେତ ୧୩ ଜଣଙ୍କୁ କରୋନା

ଚେନ୍ନାଇ, ୨୮।୮- ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଦଳର ଜଣେ ଦ୍ରୁତ ବୋଲରଙ୍କ ସମେତ ୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୧୩...

ମେସିଙ୍କୁ ୟୁରୋପର ଗୋଲ୍ଡ ବୁଟ୍‌

ବାର୍ସିଲୋନା,୨୫।୫- ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସି ଚଳିତ ସିଜନରେ ୟୁରୋପର ସମସ୍ତ ଲିଗ୍‌ରେ ସର୍ବାଧିକ ସଂଖ୍ୟକ ଗୋଲକରି ଗୋଲ୍ଡ ବୁଟ୍‌ ହାତେଇଛନ୍ତି। କ୍ରମାଗତ ୩ୟ ଥର...

ସିମୋନ ବାଇଲ୍ସଙ୍କ ନିଷ୍ପତ୍ତିକୁ ପ୍ରାୟୋଜକଙ୍କ ପ୍ରଶଂସା

ଓ୍ବାଶିଂଟନ,୩୧ା୭(ଏପି)-ମାନସିକ ସ୍ବାସ୍ଥ୍ୟ କାରଣରୁ ଅଲିମ୍ପିକ୍ସରେ ଜିମ୍ନାଷ୍ଟିକ୍ସ ଟିମ୍‌ ଇଭେଣ୍ଟରୁ ଓହରିଯିବା ଲାଗି ଆମେରିକାର ଷ୍ଟାର ଜିମ୍ନାଷ୍ଟ ସିମୋନ ବାଇଲ୍ସ ନେଇଥିବା ନିଷ୍ପତ୍ତିକୁ ଆଥ୍‌ଲେଟା ଓ ଭିସା...

ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ବାସନ୍ଦ

ହାରରେ,୨୨।୬(ଏପି): ଦୁର୍ନୀତି ଅଭିଯୋଗ ଆସିବା ପରେ ଦେଶରେ କ୍ରୀଡ଼ା ପରିଚାଳନା କରୁଥିବା ସରକାରୀ ସଂସ୍ଥା ପକ୍ଷରୁ ଜିମ୍ବାଓ୍ବେ କ୍ରିକେଟ୍‌ (ଜେଡ୍‌ସି) ବୋର୍ଡକୁ ବାସନ୍ଦ କରାଯାଇଛି। ସ୍ପୋଟର୍‌ସ...

କର ବା ମର ମ୍ୟାଚ୍‌ରେ ଟସ୍‌ ହାରିଲା କୋଲକତା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୨ର ୬୬ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ଟସ୍‌ ଜିତି...

ଟେନ୍‌ସନ୍‌ରେ ଏହି ୨ କ୍ରିକେଟର୍‌

ଲଣ୍ଡନ,୯।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଡ୍ରରେ ଶେଷ ହୋଇଛି। ବର୍ଷା ହେତୁ ପଞ୍ଚମ ଦିନରେ ଗୋଟିଏ ବଲ ବୋଲିଂ...

ଆଇପିଏଲ୍‌ ପାଇଁ ୟୁଏଇ ଯିବେ ୫୦ ନେଟ୍‌ ବୋଲର

ନୂଆଦିଲ୍ଲୀ, ୧୨ା୮ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୦ ସଂସ୍କରଣ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ହେବ। ଏହା ପାଖାପାଖି ଅନ୍ୟ ୫୦ କ୍ରିକେଟରଙ୍କ ଲାଗି...

ବିଶ୍ୱ ଚାମ୍ପିୟନଶିପ୍‌: ୪୦୦ମି. ହର୍ଡଲ୍ସ ସେମିରୁ ବାଦ୍‌ ପଡିଲେ ଜବିର

ଦୋହା, ୨୯।୯(ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିନରେ ଦୂତୀ ଚାନ୍ଦଙ୍କ ପରେ ଅନ୍ୟତମ ଭାରତୀୟ ଆଥଲେଟ ଏମ୍‌ପି ଜବିର ମଧ୍ୟ ବାଦ୍‌ ପଡିଛନ୍ତି। ଶନିବାର ଖେଳାଯାଇଥିବା...

Advertisement
Archives

Model This Week