ପୁଣି ଜିଲା ବିଜେଡି ମଙ୍ଗ ସମ୍ଭାଳି ପାରନ୍ତି ରୋହିତ

ସମ୍ବଲପୁର,୨୨ା୯ (ଶୁଭାଶିଷ ପାଢୀ): ସମ୍ବଲପୁର ଜିଲା ବିଜେଡି ସଙ୍ଗଠନରେ ପରିବର୍ତ୍ତନ ହେବା ନେଇ ପ୍ରାୟ ୫ ମାସ ହେବ ଆଲୋଚନା ହେଉଛି। ଏପରିକି ଜିଲା ଓ ରାଜ୍ୟସ୍ତରର ନେତାଙ୍କ ମଧ୍ୟରେ ବାରମ୍ବାର ବୈଠକ ହେଉଛି। ହେଲେ ନିଷ୍କର୍ସ ବାହାରି ପାରୁ ନ ଥିଲା। ବାରମ୍ବାର ବୈଠକ, ସବୁ ବିଧାନସଭା କ୍ଷେତ୍ରର ମତାମତ ନେଇ ଶେଷରେ ଦଳ ଶୀଘ୍ର ଜିଲା ସଭାପତି ସହିତ ଜିଲା ସଙ୍ଗଠନରେ ପରିବର୍ତ୍ତନ ତାଲିକା ପ୍ରକାଶ କରିବ ବୋଲି ଶୁଣିବାକୁ ମିଳିଛି। ଏହାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଆଲୋଚନା ହେଉଛି। ହେଲେ ପୁଣି ସଭାପତି ପଦ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ବିଧାୟକ ପୂଜାରୀ ପୂର୍ବରୁ ଜିଲା ସଭାପତି ଭାବେ ଦୁଇଟି ପର୍ଯ୍ୟାୟରେ ୫ ବର୍ଷରୁ ଅଧିକ ଦାୟିତ୍ୱ ତୁଲାଇ ଆସିଥିଲେ। ସମ୍ବଲପୁର ସହରରେ ତାଙ୍କର ସଙ୍ଗଠନ ଆରମ୍ଭ କରିଥିଲେ। ଏପରିକି ସମ୍ବଲପୁର ମ୍ୟୁନିସିପାଲଟିରେ ପ୍ରଥମ ୱାଡ ୮ରେ ବିଜେଡି ପ୍ରାର୍ଥି କାଉନସିଲର ବିଜୟୀ ହୋଇ ଦଳ ଖାତା ଖୋଲିଥିଲା। ଏହା ପରେ ବିଜୟର ଯାତ୍ରା ଆରମ୍ଭ ହୋଇଥିଲା। କୁଚିଣ୍ଡା ଏନ୍‌ଏସି, ହୀରାକୁଦ ଏନ୍‌ଏସି ସହିତ ୪ ବ୍ଲକରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇ ଥିଲେ। ତାଙ୍କ ଜିଲା ସଭାପତି ଥିବା ସମୟରେ ୪ ବିଧାନ ସଭା କ୍ଷେତ୍ରରୁ ୩ଟିରେ ବିଜେଡି ବିଜୟୀ ହୋଇଥିଲା। ୨୦୧୪ ମସିହାରେ ରେଢାଖୋଲ ବିଧାନସଭାରେ ଦଳ ପ୍ରାର୍ଥି କରିଥିଲା। ପ୍ରାୟ ୫ ହଜାର ଭୋଟରେ ବିଜୟୀ ହୋଇଥିଲେ। ୨୦୧୫ ପରେ ଜିଲା ସଭାପତି ପଦ ଦଳ ଅନ୍ୟଙ୍କୁ କରିଥିଲା। ୨୦୧୯ ମସିହା ବିଧାନ ସଭାରେ ଦ୍ୱିତୀୟ ଥର ବିଜୟୀ ହୋଇଛନ୍ତି। ହେଲେ ଭୋଟ ବ୍ୟବଧାନ ବୃଦ୍ଧି ପାଇ ୧୩ ହଜାର ୪ ଶହ ହୋଇଥିଲା। ତେଣୁ ସମ୍ବଲପୁର ବିଜେଡିର ସଙ୍ଗଠନରେ ତାଙ୍କର ଭୂମିକା ରହିଥିଲା ବୋଲି ବରିଷ୍ଟ ନେତାମାନେ କହନ୍ତି। ତେଣୁ ସମ୍ବଲପୁର ସମେତ ରେଢାଖୋଲ ନିର୍ବାଚନରେ ମଧ୍ୟ ସଙ୍ଗଠନ ବୃଦ୍ଧି କରିଛନ୍ତି। ସେହିପରି ସମ୍ବଲପୁର ସହରରେ ପୁରୁଣା ସଙ୍ଗଠନ, ଯୁବ ସଙ୍ଗଠନ ତାଙ୍କର ସମର୍ଥକ ଅଛନ୍ତି। ଶିଳ୍ପ ନଗରୀ ରେଙ୍ଗାଲି ବିଧାନ ସଭାରେ ମଧ୍ୟ ସଙ୍ଗଠନ କରିଛନ୍ତି । କୁଚିଣ୍ଡା ନିର୍ବାଚନ ମଣ୍ଡଳରେ ମଧ୍ୟ ତାଙ୍କର ସମର୍ଥକ ରହିଛନ୍ତି। କିଛି ଦିନ ପୂର୍ବରୁ ମୃତ୍ୟବରଣ କରିଥିବା ବରିଷ୍ଟ ତଥା ସଙ୍ଗଠକ ଦିନୁ ଅଗ୍ରୱାଲ ସହିତ ଘନିଷ୍ଠତା ରହିଥିଲା। ଅନେକ ଯୁବ ସମର୍ଥକ ରହିଛନ୍ତି। ଦେଖିବାକୁ ଗଲେ ୪ ବିଧାନ ସଭା ମଣ୍ଡଳରେ ରୋହିତଙ୍କ ସଙ୍ଗଠନ ରହିଛି। ଜଣେ ଭଲ ସଙ୍ଗଠକ, ଆର୍ଥତ୍କ ସ୍ବଚ୍ଛଳ ଥିବା ଜଣେ ଯୁବନେତା ଭାବେ ପରିଚିତ ରୋହିତ ଜିଲା ସଭାପତି ହେଲେ ଦଳ ପାଇଁ ଲାଭଦାୟକ ହେବ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ମନ୍ତ୍ରୀମଣ୍ଡଳରେ ଥିବା ସମୟରେ ତାଙ୍କୁ ବିଦାୟ କରାଯାଇଥିଲା। ଯାହାକି ରୋହିତଙ୍କୁ ନେଇ ତାଙ୍କ ବିରୋଧିମାନେ କଡ଼ା ସମାଲୋଚନା କରିଥିଲେ। ହେଲେ ଏବେ ରୋହିତଙ୍କୁ ଦଳ ପୁଣି ଭରଷା କରିଛି। ଅନ୍ୟ ପଟେ ଜିଲାରେ ଦଳରେ ଖାଲି ପଡିଥିବା ଦଳୀୟ ପଦଗୁଡିକ ପୂରଣ ହେବ। କେତେକ ବ୍ଲକସ୍ତରରେ ଓ ଜିଲାସ୍ତରରେ ନୂତନ ଚେହେରାଙ୍କୁ ଦାୟିତ୍ୱ ମିଳିପାରେ। ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଜିଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି), ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଉପସ୍ଥିତ ରହି ବାରମ୍ବାର ବୈଠକ ହୋଇଥିଲା। ଜିଲାରେ ସଙ୍ଗଠନକୁ ଆହୁରୀ ମଜବୁତ କରାଯିବ। ପୁରୁଣା କର୍ମୀଙ୍କୁ ଅଗ୍ରାଧିକାର ମଧ୍ୟ ଦିଆଯିବ। ଯୁବ, ମହିଳା ସଙ୍ଗଠନ ମଧ୍ୟ ପରିବର୍ତ୍ତନ ହୋଇପାରେ। ସମ୍ବଲପୁର ଜିଲା ପର୍ଯ୍ୟବେକ୍ଷକ ଭାବେ ପ୍ରଣବ ପ୍ରକାଶ ଦାସ ଦାୟିତ୍ୱ ପାଇବା ପରେ ଦଳୀୟ ସଙ୍ଗଠନ ସଜାଡିବାକୁ ସାଙ୍ଗଠନିକ ସମ୍ପାଦକ ପୁରା ଦମରେ ଲାଗି ପଡିଛନ୍ତି। ଜିଲା ସଭାପତି ଦୌଡରେ ଜିଲା ସଭାପତି ସିଦ୍ଦାର୍ଥ ଦାସ, ଦେବେନ ପତି, ସଞ୍ଜିତ ମହାନ୍ତି, ଡ. ପ୍ରମୋଦ କୁମାର ରଥ ନାମ ଚର୍ଚ୍ଚାରେ ରହଛି। ଏ ସମ୍ପର୍କରେ ବିଧାୟକ ପୂଜାରୀ କହିଛନ୍ତି ଯେ, ମୋ ପାଖରେ କିଛି ଖବର ନାହିଁ । ଦଳ ସଙ୍ଗଠନ ପାଇଁ କାମ କରୁଛି। ଆଗକୁ ମଧ୍ୟ ଜାରି ରହିବ । କୌଣସି ପଦ ନିଯୁକ୍ତି କରିବା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଚ୍ଛାଧିନ ଓ ହାତରେ ରହିଥାଏ। ଏଭଳି ଅନେକ ଚର୍ଚ୍ଚା ହୋଇଥାଏ ବୋଲି କହିଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟା ନ ପୂରୁଣୁ ମମତାଙ୍କୁ ପୁଣି ବଡ଼ ଝଟକା: ନିର୍ବାଚନରୁ ଓହରିଯିବା ନେଇ ଘୋଷଣା କଲେ…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ଚିତ୍ର ଦ୍ରୁତ ବଦଳୁଛି। ନନ୍ଦୀଗ୍ରାମ ପରେ ଏବେ ରେଜିନଗରରେ ମଧ୍ୟ ମମତା ବାନାର୍ଜୀଙ୍କ ଶିବିରକୁ ଝଟକା ଲାଗିଛି। ରେଜିନଗର…

ହାଇକୋର୍ଟ ବିଚାରପତିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଅବସର ପରେ PM CARES ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିବେ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଅବନୀନ୍ଦ୍ର କୁମାର ସିଂହ ତାଙ୍କ ଅବସର ପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଥିଲେ। ସେ କହିଥିଲେ ଯେ ସେ ତାଙ୍କ…

ପାର୍ବଣ ଭେଟି ଦେଲେ ରାଜ୍ୟ ସରକାର, ୮% ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୯।୯: ରାଜ୍ୟ କର୍ମଚାରୀଙ୍କ ସହ ଦୀର୍ଘ ଦିନରୁ ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟାଇ ଭଗୱନ୍ତ ମାନ ସରକାର ପ୍ରାୟ ଆଠ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ…

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

ଚାକିରିଆଙ୍କ ପାଇଁ ବଡ଼ ଖବର: କମିଯିବ In-Hand Salary! PF ର ନୂଆ ନିୟମ ଜାଣିରଖନ୍ତୁ

ନୂଆଦିଲ୍ଲୀ,୧୯।୯: କର୍ମଚାରୀଙ୍କ ପାଇଁ PF ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। EPFOର ବେତନ ସୀମାକୁ ମାସିକ ୧୫,୦୦୦ରୁ ବଢ଼ାଇ ୨୫,୦୦୦ କରାଯାଇଛି। ୧୬ ସେପ୍ଟେମ୍ବର ୨୦୨୪ରେ…

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: ୮ ଟଙ୍କା ବଢ଼ିପାରେ କ୍ଷୀର ମୂଲ୍ୟ! ରାଜ୍ୟ ସରକାରଙ୍କୁ ୩ ଦିନିର ଅଲ୍ଟିମେଟମ ଦେଲେ…

ନୂଆଦିଲ୍ଲୀ,୧୯।୯: କର୍ନାଟକରେ ପାର୍ୱଣ ଋତୁ ପୂର୍ୱରୁ ଲୋକଙ୍କୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଏଠାରେ ଖୁବ ଶୀଘ୍ର କ୍ଷୀର ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?