କାବୁଲ ବିମାନ ବନ୍ଦର ନିକଟରେ ପୁଣି ୫ ରକେଟ ମାଡ

କାବୁଲ,୩୦ ।୮: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ସକାଳେ ପୁଣିଥରେ ଆକ୍ରମଣ କରାଯାଇଛି । କାବୁଲ ବିମାନ ବନ୍ଦର ନିକଟରେ ୫ଟି ରକେଟ ମାଡ କରାଯାଇଥିବା ସୂଚନା ମିଳିଛି । ସକାଳ ପ୍ରାାୟ ୬ଟା ୪୦ରେ ରକେଟ୍ ମାଡ କରାଯାଇଥିଲା । ରକେଟ ମାଡ ହେବା ଫଳରେ କେତେକ ସ୍ଥାନରେ ଧୂଆଁ ଦେଖାଯିବା ସହ ଭିନ୍ନ ଭିନ୍ନ ସ୍ଥାନରେ ନିଆଁ ଲାଗି ଯାଇଥିଲା । ଏହାଦ୍ୱାରା କିଛି ଗାଡି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏକ ଇଂରାଜୀ ନ୍ୟୁଜ ଏଜେନ୍ସିର ସୂଚନା ଅନୁଯାୟୀ କାବୁଲରେ ପୁଣି ଆକ୍ରମଣ ହୋଇଛି । ଏହା କିଏ ଓ କାହିଁକି କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହେଲେ ବିମାନ ବନ୍ଦର ଆଖପାଖରେ ରକେଟ୍ ମାଡ କରାଯାଇଥିବା ବେଳେ ମିଶାଇଲ ଫିଲ୍ଡ ଡିଫେନ୍ସ ସିଷ୍ଟମ ମାଧ୍ୟମରେ ସମସ୍ତ ରକେଟକୁ ଅକାମୀ କରିଦିଆଯାଇଛି । ହ୍ୱାଇଟ ହାଉସ ପକ୍ଷରୁ କାବୁଲ ବିମାନ ବନ୍ଦର ନିକଟରେ ରକେଟ ମାଡ ହୋଇଥିବା କୁହାଯାଇଛି । ହ୍ୱାଇଟ ହାଉସର ପ୍ରେସ ସଚିବ ଜନ ସାକି ଏହି ସୂଚନା ଦେବା ସହ ସମସ୍ତ ରକେଟକୁ ଡିସ୍ପୋଜ କରିଦିଆଯାଇଥିବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସେଲିବ୍ରିଟି ଦନ୍ତା

କଲମ୍ବୋ: କିଛିଦିନ ତଳେ ଜାତୀୟ ତଥା ଅନ୍ତର୍ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଥିଲା ‘ଟିକାରି’। କୁପୋଷଣର ଶିକାର ହୋଇଥିବା ହାତୀର କଙ୍କାଳସାର ଶରୀର ଭାଇରାଲ ହୋଇଥିଲା ସୋସିଆଲ...

୧୮ ହଜାର ଟଙ୍କାରେ ବିକ୍ରି ହେଉଛି ଫେକ୍‌ କରୋନା ଭାଇରସ ଭାକ୍‌ସିନ

ବେଙ୍ଗାଲୁରୁ,୧୫।୧୨: କରୋନା ପାଣ୍ଡେମିକ୍‌ ପରିସ୍ଥିତିକୁ ପରାସ୍ତ କରିବାର ଏକମାତ୍ର ଉପାୟ ହେଉଛି ଭାକ୍‌ସିନ। ବିକ୍ରି ପାଇଁ କରୋନା ଟିକା ଉପଲବ୍ଧ ଥିବା ଡାର୍କନେଟରେ ଶହ ଶହ...

ଡବ୍ଲୁଏଚ୍‌ଓର ଚେତାବନୀ, ଆଉ ଗୋଟିଏ ମହାମାରୀ ପାଇଁ ପ୍ରସ୍ତୁତ ରହୁ ବିଶ୍ୱ

ଜେନେଭା,୮।୯: ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ କବଳରେ ରହିଛି। କରୋନା ଯୋଗୁ ଅନେକ ଦେଶର ଅର୍ଥନୀତି ଖରାପ ଅବସ୍ଥାକୁ ଚାଲିଯାଇଛି। ଏଭଳି ପରିସ୍ଥିତିରେ ବିଶ୍ୱ...

ସମୁଦ୍ର ପତ୍ତନଠାରୁ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍‌

ଓ୍ବାଶିଂଟନ,୧।୬: କରୋନା ସଂକ୍ରମଣ ନେଇ ପୃଥିବୀର ବିଭିନ୍ନ ଦେଶରେ ନାନା ପ୍ରକାର ଗବେଷଣା ଜାରି ରହିଛି। ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ...

ପାର୍କରେ କୁକୁର ବୁଲାଉ ଥିବାରୁ ପ୍ରଧାନମନ୍ତ୍ରୀ ସୁନକଙ୍କୁ ତାଗିଦ୍‌ କଲେ ପୋଲିସ…

ଲଣ୍ଡନ,୧୫।୩ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ପୋଷା କୁକୁର କାରଣରୁ ହଟହଟା ହୋଇଛନ୍ତି। ଋଷି ସୁନାକ ଏବଂ ତାଙ୍କ ସ୍ତ୍ରୀ ଅକ୍ଷତା ମୁର୍ତ୍ତି...

ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍ : ୧୧୮ ଭୋଟ ପାଇ ପୁଣି ଶୀର୍ଷରେ ରହିଲେ ଋଷି ସୁନକ

ଲଣ୍ଡନ,୨୦ ।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବେଳକୁ ବେଳ ତାଙ୍କର ସ୍ଥିତିକୁ ମଜଭୁତ କରିବାରେ ଲାଗିଛନ୍ତି । ଚତୁର୍ଥ...

ଆଫଗାନିସ୍ତାନରେ ବିସ୍ଫୋରଣ: ୯ ମୃତ

କାବୁଲ,୨୯।୪: ଆଫଗାନିସ୍ତାନର ବାଲଖ ପ୍ରଦେଶର ସହର ମଜାର-ଇ-ସରିଫରେ ମିନିବସ ଉପରେ ଦୁଇଟି ବୋମା ବିସ୍ଫୋରଣରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩...

ବୟସ ୮ ହେଲେ ରୋଜଗାର ୧୮୪ କୋଟି

ନ୍ୟୁୟର୍କ,୧୯।୧୨: ଜଣେ ୮ ବର୍ଷ ବୟସ୍କ ବାଳକଙ୍କ ଚଳିତ ବର୍ଷର ରୋଜଗାର ୧୮୪ କୋଟି ଟଙ୍କା(୨୬ ନିୟୁତ ଡଲାର) ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ।...

Advertisement
Archives

Model This Week