Posted inଫୁରସତ

ରୋବୋ ପଢାଉଛି ପାଠ

ସ୍କୁଲ ୟୁନିଫର୍ମ ପନ୍ଧି, ମୁଣ୍ଡରେ ଦୁଇଟି ବେଣୀ ଓ ଧଳା ରିବନ ବାନ୍ଧି ଥିବା ଏକ କୁନି ଝିଅଟି ପ୍ରକୃତରେ ଏକ ରୋବୋ। କର୍ନାଟକ ସିର୍‌ସି ଗ୍ରାମର ଶିକ୍ଷକ ଅକ୍ଷୟ ମାଶେଲକର୍‌ ତିଆରି କରିଛନ୍ତି ଉକ୍ତ ସୁନ୍ଦର ରୋବୋଟିକୁ, ଯାହାର ନାଁ ‘ଶିକ୍ଷା’। ଗାଁର ଶିକ୍ଷା ପଦ୍ଧତିକୁ ଅଧିକ ମଜାଦାର ଓ ଆଧୁନିକ ତଥା ବୈଜ୍ଞାନିକ ଶୈଳୀର କରିବା ଲାଗି ସେ ଏହି ରୋବୋ ନିର୍ମାଣ କରିଛନ୍ତି। ଅକ୍ଷୟଙ୍କ ପରିବାର ଶିକ୍ଷାଦାନ ସହ ଜଡ଼ିତ ଥିବାରୁ ସେ ବି ଶିକ୍ଷାଦନ କରିବା ଲାଗି ପିଲାଟି ବେଳୁ ନିଷ୍ପତ୍ତି ନେଇଥିଲେ। ଆଉ ବଡ଼ ହେବା ପରେ ସତକୁସତ କଲେଜ୍‌ ପ୍ରଫେସର୍‌ ହେଲେ। ଅକ୍ଷୟ ଜାଣନ୍ତି ଗାଁର ଶିକ୍ଷା ପଦ୍ଧତି ବହୁତ ଅନୁନ୍ନତ। ଆଜି ବି ପୁରୁଣା ଶୈଳୀରେ ପଢା ଯାଉଛି। ତେଣୁ କୋଭିଡ଼ ସମୟରେ ମିଳିଥିବା ଅବସର ସମୟକୁ ଗ୍ରାମର ଶିକ୍ଷା ପ୍ରଣାଳୀକୁ ଉନ୍ନତ କରିବାଲାଗି ‘ଶିକ୍ଷା’ ନାମକ ଏହି ରୋବୋ ତିଆରି କଲେ। ରୋବୋଟି ଦେଖିବାକୁ ସୁନ୍ଦର ସ୍କୁଲ ଛାତ୍ରୀ ଭଳି। ଆଉ ଏହା ପିଲାଙ୍କୁ ପଢାଇବାରେ ବେଶ୍‌ ସକ୍ଷମ। ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସେ ପଢାଇପାରେ। ଦେଢ ବର୍ଷର ଗବେଷଣା ଓ ପରିଶ୍ରମ ପରେ ଅକ୍ଷୟ ଏହି ରୋବୋ ତିଆରି କରିଥିଲେ। ଆଉ ଖର୍ଚ୍ଚ ହୋଇଥିଲା ପ୍ରାୟ ୨ ଲକ୍ଷ ଟଙ୍କା। ଗବେଷଣାରେ ତାଙ୍କର ଅଧିକ ଖର୍ଚ୍ଚ ହୋଇଥିବାବେଳେ ରୋବୋ ତିଆରିରେ ମାତ୍ର ୫୦,୦୦୦ ଟଙ୍କା ଖର୍ଚ୍ଚ ହୋଇଛି। କାରଣ ସେ ଜୁଗାଡ ଲଗାଇ ଉକ୍ତ ରୋବୋ ତିଆରି କରିଛନ୍ତି। ରୋବୋ ‘ଶିକ୍ଷା’ କନ୍ନଡ଼ ଓ ଇଂରାଜୀ ଭାଷାର ରାଇମ୍‌ ସହ ବିଭିନ୍ନ ଶେପ୍‌ର ନାମ, ଇଂରାଜୀ ଆଲଫାବେଟ୍‌, ଗଣିତ(ଗୁଣନ, ହରଣ, ମିଶାଣ, ଫେଡ଼ାଣ, ପଣିକିଆ) ଆଦି ପଢାଇପାରେ। ‘ଶିକ୍ଷା’ ୟା’ ମଧ୍ୟରେ ୨୫ଟି ସ୍କୁଲ ଯାଇ ପିଲାଙ୍କୁ ପଢାଇସାରିଲାଣି। ପିଲାମାନେ ଶିକ୍ଷାକୁ ଦେଖି ବହୁତ ଖୁସି ହୋଇ ଯାଆନ୍ତି। ଅକ୍ଷୟ କୁହନ୍ତି, ‘ଶିକ୍ଷାକୁ ନିର୍ମାଣ କରିବା ପଛର କାରଣ କେବଳ ଶ୍ରେଣୀ ଗୃହରେ ଟେକ୍ନଲୋଜି ବ୍ୟବହାର କରିବା ନୁହେଁ ବରଂ ପିଲାଙ୍କୁ ରୋବୋ ତିଆରି ପ୍ରତି ଆକୃଷ୍ଟ କରିବା ମଧ୍ୟ ଥିଲା।’


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ସିଂହ ଦିବସ: ସୁରକ୍ଷା ପାଇଁ ସଚେତନତା ଜରୁରୀ

ପ୍ରତିବର୍ଷ ଅଗଷ୍ଟ ୧୦ରେ ପାଳନ କରାଯାଇଆସୁଛି ‘ବିଶ୍ୱ ସିଂହ ଦିବସ’। ଜଙ୍ଗଲର ରାଜା କୁହାଯାଉଥିବା ସିଂହର ସୁରକ୍ଷା, ବଂଶ ବୃଦ୍ଧି ଏବଂ ସେମାନଙ୍କର ହ୍ରାସ ପାଉଥିବା ବାସସ୍ଥଳୀ…

୧୨ ତାରିଖରେ ମହାକାଶରେ ଦେଖାଯିବ ୪ ବିରଳ ଦୃଶ୍ୟ, ସୂର୍ଯ୍ୟୋଦୟ ପୂର୍ବରୁ…

ଓ୍ବାଶିଂଟନ,୧୦ା୮: ଆସନ୍ତା ୧୨ ତାରିଖରେ ୨୪ ଘଣ୍ଟା ମଧ୍ୟରେ ମହାକାଶରେ ୪ଟି ଅଲଗା ବିରଳ ମହାକାଶୀୟ ଦୃଶ୍ୟ ଦେଖିବାକୁ ମିଳିବ। ଯଦିଓ ଏହିସବୁ ଘଟଣା ନିଜସ୍ବ କ୍ୟାଲେଣ୍ଡର…

୨୨୦ କୋଟି ଖର୍ଚ୍ଚ କରି ଯୁବକ ହେଲେ କୁକୁର, କାରଣ ଜାଣିଲେ ଉଡିଜିବ ହୋସ୍‌: ଦେଖନ୍ତୁ Video

ନୂଆଦିଲ୍ଲୀ, ୮।୮: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri